– ପ୍ରତିଦିନ ରାତ୍ରୀ ଭୋଜନ ପରେ ସାମାନ୍ୟ ଭ୍ରମଣ କରିବା ଉଚିତ l
– ରାତ୍ରୀ ଭୋଜନ ଖୁବ ଶୀଘ୍ର ସମ୍ପୂର୍ଣ କରିବା ଆବଶ୍ୟକ l
– ରାତ୍ରୀ ଭୋଜନର ୩୦ ମିନିଟ ପୂର୍ବରୁ ସାମନ୍ୟ ଉଷୁମ ପାଣି ପିଇବା ଉଚିତ, ଯାହା ମେଦ ବହୁଳତା ହ୍ରାସ କରିବାରେ ସାହାଯ୍ୟ କରିଥାଏ l
– ଯେତେବେଳେ ମଧ୍ୟ ଆପଣ ଖାଉଛନ୍ତି ତୁରନ୍ତ ପାଣି ପିଇବା ଉଚିତ ନୁହେଁ l ସେଥିପ୍ରତି ବିଶେଷ ଧ୍ୟାନ ଦେବେ l
* ରାତ୍ରୀ ଭୋଜନରେ ଫାଇବର ଯୁକ୍ତ ଖାଦ୍ୟ ନିହାତି ଖାଇବା ଉଚିତ l ଯେପରିକି ରୁଟି, ସାଲାଡ଼ ଇତ୍ୟାଦି l ଏହା କ୍ୟାଲୋରୀ ରେ କମ ହୋଇଥାଏ l ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ l
* ଏବୋକାଡୋ କ୍ୟାଲୋରୀର କମ ରହିଥାଏ l ଏଥିରେ ହେଲଦି ଫ୍ୟାଟ ମଧ୍ୟ ରହିଥାଏ l ଓଜନ ହ୍ରାସ କରିବା ପାଇଁ ଆପଣ ଏହାକୁ ରାତିରେ ସ୍ନାକ୍ସ କିମ୍ବା ସାଲାଡ଼ ଭାବରେ ଖାଇ ପାରିବେ l
* ରାତ୍ରୀ ଭୋଜନରେ ନିଜ ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ l ସବୁଜ ପନିପରିବା ପୋଷଣ ଓ ଫାଇବର ରେ ଭରପୁର ହୋଇଥାଏ l ଭିଟାମିନ ରେ ଭରପୁର ହୋଇଥିବା କାରଣରୁ ଓଜନ ହ୍ରାସ କରିଥାଏ l
* ନିକଟରେ ହୋଇଥିବା ଗୋଟିଏ ଗବେଷଣା ରୁ ଜଣା ପଡିଛି ଯେ କଞ୍ଚା ଲଙ୍କା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l କଞ୍ଚା ଲଙ୍କା ମେଟାବୋଲିକ ରେଟ କୁ ବୃଦ୍ଧି କରିଥାଏ l