ନିଜ ସନ୍ତାନ ମାନଙ୍କ ମଧ୍ୟରେ ଏହି ସବୁ ଅଭ୍ୟାସକୁ ଆଣିବା ନିହାତି ଜରୁରୀ, ଯାହା ତାଙ୍କୁ ଜୀବନରେ ସଫଳତା ହାସଲ କରିବାରେ କରିବ ସାହାଯ୍ୟ
ଜଣେ ଦମ୍ପତି ଙ୍କ ପାଇଁ ତାଙ୍କ ସନ୍ତାନ ମାନେ ହେଉଛନ୍ତି ସର୍ବସ୍ବ । ତେଣୁ ପ୍ରତ୍ୟେକ ମାତା ପିତା ନିଜ ସନ୍ତାନ ମାନଙ୍କ ଭବିଷ୍ୟତ ପାଇଁ ସର୍ବଦା ଜାଗ୍ରତ ରହି ଥାଆନ୍ତି । ତଥାପି କେବଳ ଜାଗ୍ରତ ରହିବା ଜରୁରୀ ନୁହେଁ । କିଭଳି ସନ୍ତାନ ଟିଏ ଜୀବନରେ ଓ ଭବିଷ୍ୟତରେ ନିଜକୁ ଗଢି ତୋଳିବ ସେଥି ପ୍ରତି ସଜାଗ କରିବା ମଧ୍ୟ ଜରୁରୀ ଅଟେ ।
ଏହି ଭଳି ଶିକ୍ଷା ଦେବା ଆବଶ୍ୟକ –
* ସନ୍ତାନ ଟିଏ ଛୋଟ ବେଳରୁ ନିଜ ପରିବାର ମଧ୍ୟରେ ସମୟ ଅତିବାହିତ କରିଥାଏ । କିନ୍ତୁ ବଡ଼ ମାନଙ୍କର ଏପରି କିଛି ଅଭ୍ୟାସ ତା ଉପରେ ପ୍ରଭାବ ପକାଇ ଥାଏ । ତେଣୁ ଘରର ଗୁରୁଜନ ମାନଙ୍କୁ ସେଥିପ୍ରତି ସତର୍କ ରହିବା ଉଚିତ୍ ।
– ଯେପରିକି ଉଚ୍ଚ ସ୍ବରରେ କଥା ହେବା , ଅହଂ ଭାବ ଦେଖାଇବା ଇତ୍ୟାଦି ।
* ନିଜ ସନ୍ତାନ ମାନଙ୍କୁ ଶିଖନ୍ତୁ ଅନ୍ୟ ପ୍ରତି ସମ୍ବେଦନଶୀଳ ହେବାକୁ । କାରଣ ସମ୍ବେଦଶୀଳ ହେବା ଦ୍ବାରା ସେମାନେ ଭବିଷ୍ୟତରେ ଗୋଟିଏ ସୁନ୍ଦର୍ ବ୍ୟକ୍ତିତ୍ଵ ର ବିକାଶ କରି ପାରିବ ।
– ଯେପରିକି କାହାର ଦେହ ଖରାପ ସମୟରେ ତାର ଯତ୍ନ ନେବା, କାହାକୁ ଖାଇବା ପିଇବା ବିଷୟରେ ପଚାରିବା ଇତ୍ୟାଦି ।
* ଘରର ଗୁରୁଜନ ମାନଙ୍କୁ ଆଦର ଓ ସମ୍ମାନ କରିବା ବିଷୟରେ ଜଣେ ପିତାମାତା ନିଜ ସନ୍ତାନ କୁ ନିହାତି ଶିଖାଇବା ଉଚିତ୍ । କାରଣ ଏହି ବ୍ୟବହାର ସନ୍ତାନ କୁ ଗୋଟିଏ ପରିବାର ପ୍ରତି ଯତ୍ନ ଶିଳ ହେବା ପାଇଁ ସାହାଯ୍ୟ କରିବ । ଏହାଦ୍ବାରା ସନ୍ତାନଟି ମଧ୍ୟ ଭବିଷ୍ୟତ ରେ ନିଜ ପିତାମାତାଙ୍କ ପ୍ରତି ମଧ୍ୟ ଯତ୍ନଶୀଳ ହେବ ।
– ଯେପରିକି ଘରେ ଯଦି ଜେଜେବାପା ଜେଜେମା ଙ୍କ ଦେହ ଅସୁସ୍ଥ ହେଉଛି ତେବେ ସେମାନଙ୍କ ର ଯତ୍ନ ନେବା ଓ ତାଙ୍କ ଅସୁସ୍ଥତା ବିଷୟରେ ପଚାରିବା ।
* ଗୋଟିଏ ପିତାମାତା ନିଜ ସନ୍ତାନ କୁ ଖାଦ୍ୟକୁ ସମ୍ମାନ ଦେବା ନିହାତି ଶିଖାଇବା ଉଚିତ୍ । କାରଣ ଖାଦ୍ୟ କୁ ଅସମ୍ମାନ କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି । ସେଥିପ୍ରତି ନିଜ ସନ୍ତାନ କୁ ସଜାଗ କରିବା ଉଚିତ୍ । ତେବେ ଯାଇ ଆପଣଙ୍କ ସନ୍ତାନ ସମସ୍ତ ସ୍ଥାନରେ ଓ ସବୁ ଅସୁବିଧା ମଧ୍ୟରେ ନିଜକୁ ଖାପଖୁଆଇ ପାରିବ ।
– ଯେପରିକି ଘରେ ଯାହାବି ରନ୍ଧା ହୋଇଛି ତାହାକୁ ଯେପରି ଆପଣଙ୍କ ସନ୍ତାନ ଖୁସିରେ ଖାଇବା ଉଚିତ୍ ।
* ନିଜ ସନ୍ତାନ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାରା ଭରନ୍ତୁ । ଏହା ସେମାନଙ୍କୁ ତାଙ୍କ ପରମ୍ପରା ଓ ସଂସ୍କୃତି ବିଷୟରେ ଅବଗତ କରାଇବ । ତା ସହିତ ଜୀବନରେ କିଛି ବି ଭୁଲ୍ କରିବା ପାଇଁ ବାରଣ କରିବ ।
– ତେଣୁ ନିୟମିତ ମହାଭାରତ ଓ ରାମାୟଣ ସହିତ ଅନ୍ୟ ଧାର୍ମିକ ଗ୍ରନ୍ଥ ବିଷୟରେ ବିଭିନ୍ନ କାହାଣୀ କହିବା ଉଚିତ୍ ।
* ଘରର ଭୃତ୍ୟ ମାନଙ୍କ ପ୍ରତି ନିଜ ସନ୍ତାନ ମାନଙ୍କୁ ସମବେଦନା ରଖିବା ଆବଶ୍ୟକ । ନିଜ ପିଲା ମାନଙ୍କୁ କୁହନ୍ତୁ ଯେ ଘରେ କାମ କରୁଥିବା ବ୍ୟକ୍ତିଙ୍କୁ ତାଙ୍କୁ ଆଦର ଓ ସତ୍କାର ରଖନ୍ତୁ । ଯାହା ତାଙ୍କୁ ଜୀବନରେ ଆଗକୁ ଆଗେଇ ନେବ ।
– ଯେପରିକି ସେମାନେ ଖାଇଲେ ନ ଖାଇଲେ, ଦେହ କେମିତି ଅଛି ଏହି ସବୁ କଥା ବୁଝିବା ।