Odisha news

ଆପଣ ଅନେକ ଦିନରୁ ଶୁଖିଲା କାଶ ଦ୍ୱାରା ଆକ୍ରାନ୍ତ ଅଛନ୍ତି କି ? ଏହିସବୁ ଘରୋଇ ଉପାୟ ଦ୍ଵାରା ପାଆନ୍ତୁ ଆରାମ

0
ଥଣ୍ଡା ଛାଡ଼ିବା ପରେ ପ୍ରାୟ ଅଧିକାଂଶ ଲୋକ ଶୁଖିଲା କାଶ ଦ୍ୱାରା ଆକ୍ରାନ୍ତ ହୋଇ ଥାଆନ୍ତି l କିନ୍ତୁ ଦୀର୍ଘ ଦିନରୁ କାଶ ଦ୍ୱାରା ଆକ୍ରାନ୍ତ ରହିବା ଠିକ ନୁହେଁ l ଶୁଖିଲା କାଶ ଛାତିରେ କଫକୁ ଜାକି ଦେଇଥାଏ l ଏହି ସମସ୍ୟା ଥଣ୍ଡା କିମ୍ବା ସର୍ଦି ପରେ ଦେଖା ଯାଇଥାଏ l ଶୁଖିଲା କାଶ କାରଣରୁ ନିଦ ପ୍ରଭାବିତ ହୋଇଥାଏ, ଥକା ଲାଗିଥାଏ, ଏହା ବ୍ୟତୀତ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ l ଏହା ଅଧିକ ଦିନ ଲାଗି ରହିଲେ ଟିବି ସମସ୍ୟା ମଧ୍ୟ ଦେଖା ଯାଇଥାଏ l
ଶୁଖିଲା କାଶର ଘରୋଇ ଉପାୟ –
* ଶୁଖିଲା କାଶ ର ଚିକିତ୍ସା କରିବା ପାଇଁ ମହୁର ବ୍ୟବହାର କରି ପାରିବେ l ଦୁଇଚାମଚ ମହୁ ଉଷୁମ ପାଣିରେ କିମ୍ବା ହର୍ବାଲ ଚା ରେ ମିଶାଇ ସେବନ କରନ୍ତୁ l ଏହାକୁ ଦିନକୁ ୨ କିମ୍ବା ୩ଥର ସେବନ କରିବା ଦ୍ୱାରା ଶୁଖିଲା କାଶ ରୁ ଆରାମ ମିଳିଥାଏ l ୧ ବର୍ଷରୁ କମ ବୟସର ପିଲାଙ୍କୁ ଦିଅନ୍ତୁ ନାହିଁ l
* ଅଦା ଶୁଖିଲା କାଶ ଓ ଆସ୍ଥମା ପାଇଁ ଖୁବ ହିତକର ଅଟେ l ଏହା କାଶକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ l
* ଯଦି ଦୀର୍ଘ ଦିନ ଶୁଖିଲା କାଶ ସମସ୍ୟା ଦେଖା ଯାଉଛି ତେବେ ପ୍ରତିଦିନ ସକାଳୁ ଗୋଲ ମରିଚ ଓ ହଳଦୀ କୁ ଫୁଟାଇ ଗର୍ଗଲ୍ କରନ୍ତୁ । ଏହା କାଶ କୁ ଅଟକାଇ ଥିଲେ ।
* ଶୁଖିଲା କାଶ ଶ୍ୱାସ ସମସ୍ୟା କୁ ବୃଦ୍ଧି କରିଥାଏ । ତେଣୁ କାଶ ହେବା ମାତ୍ରକେ ଏହାକୁ ନୀୟତ୍ରଣ କରିବାକୁ ଚେଷ୍ଟା କରନ୍ତୁ । ଏହା ସ୍ବାସ୍ଥ୍ୟ ହାନିକାରକ ହୋଇପାରେ ।
* ପୁରୁଣା ଘିଅ ପୁରୁଣା କାଶ ପାଇଁ ଖୁବ୍ ଉପୋଜୋଗୀ । ଯଦି ଅନେକ ଦିନରୁ ଆପଣ କାଶ ସମସ୍ୟା ଦ୍ଵାରା ପ୍ରଭାବିତ ହେଉଛନ୍ତି ତେବେ ଛାତିରେ ପୁରୁଣା ଘିଅ ଲଗାନ୍ତୁ । ଦେଖିବେ ଆରାମ ମିଳିବ ।
Leave A Reply