Odisha news

ଚିନ୍ତାବଢାଉଛି ଇକୋ-ରିଟ୍ରିଟ : ବେଳାମାର୍ଗ ରେ ଇକୋ ରିଟ୍ରିଟର ପ୍ରଭାବ ରେ ବିଗୁଡୁଛି ପରିବେଶ ସନ୍ତୁଳନ, ପ୍ରଥମେ ମରିପଡିଲେ ଅଲିଭ ରିଡ଼ଲେ, ଆଉ ଏବେ ବିରଳ ଜେଲିଫିସ। ଇକୋ ରିଟ୍ରିଟ ପାଇଁ ସରକାର ଙ୍କ ଜିଦ କୁ ନେଇ ଚିନ୍ତାରେ ପରିବେଶବିତ

0
କୋଣାର୍କ:- ୩/୨ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ର ର ବିକାଶ  ଓ ଆର୍ଥିକ ଅଭିବୃଢ଼ଇ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି ସତ କିନ୍ତୁ ରାଜ୍ୟ ସରକାର ଙ୍କ ଏକ ବିରାଟ ଭୁଲ ନିଷ୍ପତ୍ତି ପାଇଁ ବିପଦ ଆଡ଼କୁ ଠେଲି ହୋଇଯାଇଛି ପରିବେଶ ଓ ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ଜୀବନ । ପୁରୀ- କୋଣାର୍କ ବେଳାମାର୍ଗ ରାସ୍ତା ର ସାହୁ ଖଣତା ନିକଟରେ  ଇକୋ ସେଂନସିଟିଭି ଜୋନ ରେ  ସମସ୍ତ ନୀତିନିୟମ କୁ ଜଳାଞ୍ଜଳି ଦେଇ  ପ୍ରଶାସନ ପକ୍ଷରୁ ୨୦୧୯ ର ପ୍ରଥମ ଇକୋ ରିଟ୍ରିଟ ଆୟୋଜନ କରି ସଫଳତା ପାଇବାପରେ  ପରେ ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ଆଳରେ  ଲଗାତର  ତୃତୀୟ ଥର ଲାଗି ଚଳିତ ବର୍ଷ ପୁନଃ ଇକୋ ରିଟ୍ରିଟ ଆୟୋଜନ କରାଯାଇଛି। ମାତ୍ର ଏହା ଫଳରେ ପରିବେଶ ଉପରେ ଖୁବ ଖରାପ ପ୍ରଭାବ ପଡିଥିବା  ଅନେକ ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ମୁର୍ତ୍ୟୁ କୁ ନେଇ ଦେଖିବାକୁ ମିଳୁଛି।
ଚଳିତବର୍ଷ ର ଅଲିଭ ରିଡ଼ଲେ କଇଁଛ ଙ୍କ ଅଣ୍ଡାଦାନ ର ଋତୁ ଚାଲିଥିବା ବେଳେ ଅଲିଭ ରିଡ଼ଲେ ଚଳିତ ବର୍ଷ  ଗୋଟିଏ ବି କଇଁଚ ଅଣ୍ଡା ଦେବାକୁ ନଆସିବା କୁ ନେଇ ବନବିଭାଗ ର ଚିନ୍ତା ବଢାଇଦେଇଥିଲାବେଳେ ଏ ନେଇ  କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମ ରେ ଲଗାତାର  ଖବର ପ୍ରକାଶ ପାଇଥିଲା। କଇଁଛ ଙ୍କ ଏନ୍ତୁଡ଼ି ଶାଳ କୁହାଯାଉଥିବା ଉପକୂଳ ଓଡିଶା କୁ ଚଳିତବର୍ଷ ଅଲିଭ ରିଡ଼ଲେ ନ ଆସିବାର  କାରଣ ଏହି ଇକୋ ରିଟ୍ରିଟଆୟୋଜନ ମୁଖ୍ୟ କାରଣ ହୋଇଥିଲା ବେଳେ ସେହି ଇକୋ ରିଟ୍ରିଟ କୁ ନେଇ ପୁଣି ଏକ ନୂଆ ଘଟଣା ସାମ୍ନା କୁ ଆସିଛି। ଗୁରୁବାର ଅପରାହ୍ନରେ ଇକୋ ରିଟ୍ରିଟ ନିକଟ ବେଳାଭୂମି ରେ , ସମୁଦ୍ର ଗର୍ଭରେ ଥିବା ବିରଳ ଜେଲିଫିସ ଶହ ଶହ ସଂଖ୍ୟା ରେ ମରି ପଡିଥିବା ଦେଖିବାକୁ ମିଳିଥିଲା।
ବିରଳ ସାମୁଦ୍ରିକଜୀବ ଜନ୍ତୁ ଙ୍କ ବଂଶ ବୃଦ୍ଧି ଓ ଏହାର ସୁରକ୍ଷା କୁ ନେଇ କୋଟି କୋଟି ଟଙ୍କା ଖାଲି କାଗଜ କଲମରେ ଖର୍ଚ ପ୍ରତିବର୍ଷ କରୁଥିଲା ବେଳେ କୋଣାର୍କ ଚନ୍ଦ୍ରଭାଗା ବେଳମାର୍ଗରେ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ କ୍ଷେତ୍ର ରେ ଏହାର ଓଲଟା ଫଳ ଦେଖିବାକୁ ମିଳିଛି  ପ୍ରସାଶନ ପକ୍ଷରୁ ସତେଯେପରି ପରୋକ୍ଷରେ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ବଂଶ ବୁଡ଼ାଇବା ଦାଇତ୍ୱ ଦିଆଯାଇଛି ।ଯାହାକୁ ନେଇ ପ୍ରସାଶନ ର ଏହି ମାରଣ ନୀତିକୁ ସାଧାରଣ ରେ ସମାଲୋଚନା କରାଯାଉଛି । ଏହି   ଇକୋ ରିଟ୍ରିଟରେ ରାତ୍ରୀ ଯାପନ କରୁଥିବା ପର୍ଯ୍ୟଟକ ଙ୍କ ମାନବୀୟ କାର୍ଯ୍ୟ  ତଥା ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ମାନେ ଚିତ୍ତ ବିନୋଦନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ଉଚ ଶକ୍ତିସମ୍ପର୍ଣ୍ଣ ଇଞ୍ଜିନି ବୋଟ ଯୋଗୁଁ ଏହି ବିରଳ ଜେଲିଫିସ ମୃତ୍ୟ ବରଣ କରୁଥିବା ଅଭିଯୋଗ କରିଛନ୍ତି ପୁରୀ ର ଯୁବ ପରିବେଶବିତି ସରୋଜ କୁମାର ଜେନା । ପରିବେଶବିତ ଙ୍କ ମତ ଅନୁଯାଇ  ଏହି ଇକୋ ରିଟ୍ରିଟ  ଆୟୋଜନ କୁ ନେଇ ପରିବେଶ ପ୍ରଦୂଷଣ ତଥା ସନ୍ତୁଳନ ହରାଉଥିବା ର ବିଭିନ୍ନ ପ୍ରକାରର ଖବର ପ୍ରତିଦିନ ସାମ୍ନା କୁ ଆସୁଥିଲେ ମଧ୍ୟ ରାଜ୍ୟ ସରକାର କଣ ପାଇଁ ଏହା ଉପରେ ଗୁରୁତର ସହ  ନଜର ଦେଉନାହାନ୍ତି ତାକୁ ନେଇ ପରିବେଶ ବିତ ମାନେ ଚିନ୍ତିତ ହେବା ସହ ବିଭିନ୍ନ ମହଲରେ ସରକାର ଙ୍କୁ  ଏନେଇ ସମାଲୋଚନା କରାଯାଇଛି। ତୁରନ୍ତ ଏଦିଗରେ ବିଭାଗୀୟ ଅଧିକାରୀ ମାନେ ଦୃଢ ପଦକ୍ଷେପ ନେଇ ଏହି ବିରଳ ସାମୁଦ୍ରିକ ଜୀବଜନ୍ତୁ ଙ୍କ ବଂଶ ଲୋପ କରିବା କୁ ନେଇ ହେଉଥିବା କାର୍ଯ୍ୟଗୁଡିକୁ ବନ୍ଦ କରିବାସହିତ ଏହି ବିରଳ ସାମୁଦ୍ରିକ  ଜୀବଗୁଡିକ ର ଉଚିତ ସୁରକ୍ଷା କରାଯାଇ ବଂଶ ବୃଦ୍ଧି ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ ନେବାକୁ ପରିବେଶବିତି ମାନେ ଅନୁରୋଧ କରିଛନ୍ତି ।
Leave A Reply