ବିଦୁର ନୀତି : ଏହି ୩ଟି କଥାକୁ ଧ୍ୟାନ ଦେଇଥିବା ବ୍ୟକ୍ତି ସମସ୍ତ କାର୍ଯ୍ୟରେ ହୋଇ ଥାଆନ୍ତି ସଫଳ ଓ ଲାଭ କରନ୍ତି ଉଚ ପଦବୀ
ପ୍ରତିଟି ମଣିଷ ନିଜ ଜୀବନରେ ସଫଳତା ପାଇବା ପାଇଁ ଇଛା ରଖି ଥାଆନ୍ତି l ବିଦୁର ନୀତି ଅନୁସାରେ ସଫଳତା ମଣିଷର ଗୁଣ ଉପରେ ନିର୍ଭର କରିଥାଏ l ଯେଉଁ ମନୁଷ୍ୟ ଜୀବନରେ ଭଲ ଗୁଣକୁ ଛାଡି ଖରାପ ଗୁଣକୁ ଆପଣାଇ ଥାଏ ତାକୁ ଜୀବନର ପ୍ରତିଟି ସମୟରେ ସଫଳତା ମିଳିଥାଏ l ତେଣୁ ଜୀବନରେ ଯଦି ସଫଳତା ଲାଭ କରିବାକୁ ଚାହୁଁଛନ୍ତି ତେବେ ନିଜ ଭିତରେ ତିନିଟି ଭଲ ଗୁଣକୁ ପ୍ରକାଶ କରିବା ନିହାତି ଜରୁରୀ ଅଟେ l
* ସମୟାନୁବର୍ତ୍ତିତା – ଯେଉଁ ବ୍ୟକ୍ତି ନିଜ ଜୀବନରେ ସମୟକୁ ଗୁରୁତ୍ୱ ଦେଇ ନଥାଏ, ସେ ଖୁବ ଶୀଘ୍ର ଅସୁବିଧାରେ ପଡି ଯାଇଥାଏ l ସମୟ ଖୁବ ମୂଲ୍ୟବାନ ଅଟେ, ଯେଉଁ ସମୟ ଅତିବାହିତ ହୋଇଯାଏ ତାହା ଆଉ ଫେରି ନଥାଏ l ତେଣୁ ସମୟକୁ ସବୁବେଳେ ଗୁରୁତ୍ୱ ଦେବା ଆବଶ୍ୟକ l ଯେଉଁ ବ୍ୟକ୍ତି ସଠିକ ସମୟରେ ସଠିକ କାମ କରିଥାଏ ସେ କଦାପି ଜୀବନରେ ହାରି ନଥାଏ l
* କ୍ରୋଧ ଉପରେ ନିୟନ୍ତ୍ରଣ – ଶାସ୍ତ୍ରରେ କୁହାଯାଇଛି ଯେ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ l ଯେଉଁ ବ୍ୟକ୍ତିମାନେ କ୍ରୋଧ ଉପରେ ନିୟନ୍ତ୍ରଣ ରଖି ନଥାଆନ୍ତି ସେମାନଙ୍କୁ ସର୍ବଦା ଅପଯଶ, ଅସଫଳତା ଓ ଧନ ହାନିର ସମସ୍ୟା ସମୁଖୀନ ହେବାକୁ ପଡିଥାଏ l କ୍ରୋଧୀ ମଣିଷକୁ କେହି ପସନ୍ଦ କରି ନଥାଆନ୍ତି l କାରଣ କ୍ରୋଧ କରୁଥିବା ବ୍ୟକ୍ତି କୁ କେହି ପସନ୍ଦ କରି ନଥାଆନ୍ତି l କାରଣ କ୍ରୋଧୀ ବ୍ୟକ୍ତି ନିଜ ସହ ଅନ୍ୟର ମଧ୍ୟ ଅନିଷ୍ଟ କରିଥାଏ l
* ବିନମ୍ର ସ୍ଵଭାଵ – ପ୍ରତ୍ୟେକ ମଣିଷର ବିନମ୍ରତା ହେଉଛି ଶ୍ରେଷ୍ଠ ଗୁଣ l ଜୀବନରେ ସଫଳତା ପାଇବା ପାଇଁ ସେମାନଙ୍କୁ ଅଧିକ ସଂଘର୍ଷ କରିବାକୁ ପଡିଥାଏ ଯେଉଁ ମାନଙ୍କ ନିକଟରେ ବିନମ୍ରତା ନଥାଏ l ବିନମ୍ର ସ୍ଵଭାଵ କାରଣରୁ ମଣିଷ ସଭିଙ୍କର ପ୍ରିୟ ଅଟେ l ବିନମ୍ର ବ୍ୟକ୍ତି ନିକଟରେ ଶତ୍ରୁ ମଧ୍ୟ ମୁଣ୍ଡ ନୁଆଁଇ ଥାଏ l ଏପରି ସ୍ଵଭାଵ ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l