Odisha news

ମାଘ ମାସ ଗୁରୁବାର ର ମହତ୍ୱ : ବିଷ୍ନୁ ଓ ଲକ୍ଷ୍ମୀଙ୍କୁ ମିଳିତ ଭାବରେ ପୂଜା କରି ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ଏବଂ ଦୂର ହୁଏ ଦରିଦ୍ରତା

0

ମାଘ ମାସ ଗୁରୁବାର ଦିନର ଆମ ହିନ୍ଦୁ ଧର୍ମରେ ଖୁବ ମହତ୍ୱ ରହିଛି l ହିନ୍ଦୁ ପରମ୍ପରା ଅନୁସାରେ ମାଘମାସଟି ଗୋଟିଏ ପବିତ୍ର ମାସ ଭାବରେ ଜଣାଶୁଣା l ଏହି ମାସରେ ଅନେକ ପର୍ବ ପର୍ବାଣି ସହିତ ପୂଜା ପାଠ କରାଯାଇ ଥାଏ l କୁହାଯାଏ ଯେ ଏହି ମାସରେ ସ୍ୱୟଂ ବିଷ୍ନୁ ଓ ମାତା ଲକ୍ଷ୍ମୀ ଧରା ପୃଷ୍ଠକୁ ଅବତରଣ କରି ଥାଆନ୍ତି ଏବଂ ନିଜ ଭକ୍ତ ମାନଙ୍କର ଦୁଃଖ ଦୁର୍ଦଶା ଦୂର କରି ଥାଆନ୍ତି l

* ଭଗବାନ ବିଷ୍ନୁ ହେଉଛନ୍ତି ଏହି ସୃଷ୍ଟିର ପାଳନ କର୍ତ୍ତା ଅଟନ୍ତି l ତାଙ୍କ ନିର୍ଦେଶରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ପରିଚାଳିତ ହୋଇଥାଏ l ତେଣୁ ମାନ୍ୟତା ଅନୁସାରେ ଗୁରୁବାର ଦିନ ବିଷ୍ନୁ ସହସ୍ର ନାଁ ପାଠ କରିବା ଦ୍ୱାରା ସାତ ଜନ୍ମର ପାପ ନାଶ ହୋଇଥାଏ l

* ମାଘମାସ ଗୁରୁବାରରେ ସକାଳୁ ଉଠି ସ୍ନାନ ସାରି ବିଷ୍ନୁ ଓ ଲକ୍ଷ୍ମୀଙ୍କ ନିକଟରେ ହଳଦୀ ରେ ସ୍ନାନ କରାଇ ହଳଦିଆ ବସ୍ତ୍ର ଅର୍ପଣ କଲେ ସନ୍ତାନ ମାନଙ୍କ ଦୁଃଖ ଦୁର୍ଦଶା ଦୂର ହେବା ସହିତ ଶରୀର ସୁସ୍ଥ ରହିଥାଏ l

* ମାଘମାସ ଗୁରୁବାର ଦିନ ଲକ୍ଷ୍ମୀ ଓ ବିଷ୍ନୁ ଙ୍କ ସହିତ ଐଶ୍ୱର୍ଯ୍ୟ ର ଦେବତା ସୂର୍ଯ୍ୟଙ୍କୁ ମଧ୍ୟ ପୂଜା କରାଯାଇ ଥାଏ l ଯଦି ଏହିଦିନ ସୂର୍ଯ୍ୟପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହିତ ଗୋପ,ଧନ,ଜନ,ଲକ୍ଷ୍ମୀ ବୃଦ୍ଧି ହୋଇଥାଏ l

* ମାଘ ମାସ ଗୁରୁବାର ଦିନ ସକାଳୁ ସ୍ନାନ ସାରି ଲକ୍ଷ୍ମୀ ବିନାୟକ ମନ୍ତ୍ର ” ଦନ୍ତାଭୟେ ଚକ୍ର ଦରୋ ଦ୍ଵଧାନଂ, କରାଗ୍ରଗସ୍ଵର୍ନଘଣ୍ଟ ତ୍ରିନେତ୍ରମ ” ଏହି ମନ୍ତ୍ରଟିକୁ ଜପ କରନ୍ତୁ l ଏହାଦ୍ୱାରା ସମସ୍ତ ସଙ୍କଟରୁ ମୁକ୍ତି ମିଳିବା ସହ ଧନ ଓ ସମ୍ପଦ ପ୍ରାପ୍ତ ହୋଇଥାଏ l

* ମାନ୍ୟତା ରହିଛି ଯେ ମାଘମାସ ଗୁରୁବାର ଦିନ ଘରର ଗୁରୁଜନ ମାନଙ୍କୁ ପ୍ରଣାମ କରି ବାହାରକୁ ଗଲେ ସମସ୍ତ କାର୍ଯ୍ୟ ସୁରୁଖୁରୁ ରେ ହୋଇ ଯାଇଥାଏ ଓ ସଫଳତା ମଧ୍ୟ ପ୍ରାପ୍ତ ହୋଇଥାଏ l

Leave A Reply