ନୂଆଦିଲ୍ଲୀ : ଏହା ଗୋଟିଏ ଏପରି ଆଇଲ୍ୟାଣ୍ଡ ଅଟେ ଯାହା କୁ ଲୋକମାନେ ଭାବି ଥିଲେ ଯେ ତାହା ଏହି ପୃଥିବୀ ପୃଷ୍ଠରେ ରହିଛି l ୧୭୭୪ ରେ ଜେମ୍ସ କୁକ ନାମକ ବ୍ୟକ୍ତି ଏହି ଆଇଲ୍ୟାଣ୍ଡ କୁ ଖୋଜିବାକୁ ଯାଇଥିଲେ ଓ ଏହାପରେ ଏହି ଆଇଲ୍ୟାଣ୍ଡ ର ନାଁ ସ୍ୟାଣ୍ଡି ଆଇଲ୍ୟାଣ୍ଡ ଦିଆଯାଇଥିଲା l କୁହାଯାଏ ଯେ ଏହି ଆଇଲ୍ୟାଣ୍ଡ ଟି ପ୍ରଶାନ୍ତ ମହାସାଗର ମଧ୍ୟରେ ଅବସ୍ଥିତ l ଏହି ଆଇଲ୍ୟାଣ୍ଡ ର ରହସ୍ୟମୟ ସ୍ଥିତିକୁ ନେଇ ପ୍ରେତ ଆଇଲ୍ୟାଣ୍ଡ ମଧ୍ୟ କୁହାଯାଏ l
ଗୋଟିଏ ସମୟ ଏପରି ଥିଲା ଯେତେବେଳେ ଏହି ଆଇଲ୍ୟାଣ୍ଡ ଟି ଗୁଗୁଲ ମ୍ୟାପ ରେ ଦେଖା ଯାଉଥିଲା l କିନ୍ତୁ ପରେ ଗବେଷକ ମାନେ କହିଥିଲେ ଯେ ଏହି ଆଇଲ୍ୟାଣ୍ଡ ଟି ଆଉ ନାହିଁ l ଏହାପରେ ଏହାକୁ ଗୁଗୁଲ ମ୍ୟାପ ରୁ ହଟାଇ ଦିଆ ଯାଇଥିଲା l ଅଷ୍ଟ୍ରେଲିଆ ର ଉପକୂଳରେ ଅବସ୍ଥିତ ଏହି ସ୍ୟାଣ୍ଡି ଆଇଲ୍ୟାଣ୍ଡ କୁ ୧୭୭୪ ରେ ଜେମ୍ସ କୁକ ଖୋଜି ବାହାର କରିଥିଲେ l ଏହି ଆଇଲ୍ୟାଣ୍ଡ ଟି ୨୨ କିଲୋମିଟର ଲମ୍ବ ଓ ୫ କିଲୋମିଟର ଚଉଡା ଥିଲା l ୧୮୭୬ ରେ ଏହି ଆଇଲ୍ୟାଣ୍ଡ ଟି ଥିଲା, କିନ୍ତୁ ୧୯୭୯ ରେ ଏହି ଆଇଲ୍ୟାଣ୍ଡ ଟି ସମ୍ପୂର୍ଣ ଭାବରେ ଉଭେଇ ଯାଇଥିଲା l ଆଜିମଧ୍ୟ ଏହା ଚିନ୍ତାର କାରଣ ଯେ ଏହି ଆଇଲ୍ୟାଣ୍ଡ ଟି ଗଲା କୁଆଡେ l