Odisha news

ଏହିସବୁ ଲକ୍ଷଣ ହେଲା ଦୁର୍ବଳ ଇମ୍ୟୁନିଟିର ଲକ୍ଷଣ, ମହାମାରୀ ସମୟରେ ଅଣଦେଖା କରନ୍ତୁ ନାହିଁ

0

ବର୍ତମାନ କରୋନା ମହାମାରୀ ଚାଲିଥିବା ସମୟରେ ଚିକିତ୍ସକ ମାନଙ୍କ ମତରେ ଇମ୍ୟୁନିଟି ଅର୍ଥାତ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ନିହାତି ଆବଶ୍ୟକ l ଡାକ୍ତରଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଅଟେ ସେମାନେ ଶୀଘ୍ର ରୋଗରେ ପଡି ଥାଆନ୍ତି l ଯାହାକୁ ଅଣଦେଖା କରିବା ଆପଣଙ୍କୁ ଅସୁବିଧାରେ ପକାଇ ପାରେ l କିନ୍ତୁ ସର୍ବ ପ୍ରଥମେ କିପରି ଜାଣିବେ ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ରହିଛି l ଆସନ୍ତୁ ଜାଣିବା ଲକ୍ଷଣ ଗୁଡିକ କଣ l

* ପାଚନ ସମସ୍ୟା – ଯେଉଁ ବ୍ୟକ୍ତି ମାନଙ୍କର ପେଟ କିମ୍ବା ପାଚନ ସମ୍ବନ୍ଧୀୟ ସମସ୍ୟା ରହିଛି ସେମାନଙ୍କ ଇମ୍ୟୁନିଟି ଦୁର୍ବଳ ହୋଇଥାଏ l ଏପରି ସ୍ଥିତିରେ ଲୋକମାନେ ଡାଇରିଆ, କୋଷ୍ଠ କାଠିନ୍ୟ, ପେଟ ଯନ୍ତ୍ରଣା ସମସ୍ୟା ମଧ୍ୟ ହୋଇପାରେ ଦୁର୍ବଳ ଇମ୍ୟୁନିଟି ର ଲକ୍ଷଣ l

* ଆଂଠୁ ଗଣ୍ଠି ଯନ୍ତ୍ରଣା – ରୋଗ ପ୍ରତିରୋଧକ ଦୁର୍ବଳତା କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା , ମସଲସ ଯନ୍ତ୍ରଣା ଅଧିକ ଦେଖାଯାଇ ଥାଏ ବୋଲି ଗବେଷକ ମାନେ କହିଛନ୍ତି l ଯଦି ଆପଣ ଭାବୁଛନ୍ତି ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତା ଦୁର୍ବଳ ଅଟେ ଓ ଏହିସବୁ ଯନ୍ତ୍ରଣା କୁ ଅନୁଭବ କରୁଛନ୍ତି ତେବେ ହୋଇ ଯାଆନ୍ତୁ ସତର୍କ l

* ଶୁଖିଲା ତ୍ୱଚା – ଯଦି ଆପଣଙ୍କର ତ୍ୱଚା ଶୁଖିଲା ରହି କିଛି ସମସ୍ୟା ଦେଖା ଯାଉଛି ତେବେ ଜାଣନ୍ତୁ ଯେ ଏହା ଦୁର୍ବଳ ଇମ୍ୟୁନିଟି ର ଲକ୍ଷଣ ଅଟେ l ଏପରି ସ୍ଥିତିରେ ଘରୋଇ ଉପଚାର କୁ ଆପଣେଇବା ଆବଶ୍ୟକ l

* ଥକା ଲାଗିବା – ଯଦି ଇମ୍ୟୁନିଟି ଦୁର୍ବଳ ରହିଛି ତେବେ ଅଧିକାଂଶ ସମୟ ଥକା ଲାଗିଥାଏ l ଆମେ କିନ୍ତୁ ଏହାକୁ ଅଣଦେଖା କରିବା ଉଚିତ ନୁହେଁ l ଏହି ଲକ୍ଷଣ ଦୁର୍ବଳ ଇମ୍ୟୁନିଟି ର ସୂଚନା ଦେଇଥାଏ l

* ସର୍ଦି କାଶରେ ପୀଡିତ ହେବା – ଆମ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ଖୁବ ଶୀଘ୍ର ଥଣ୍ଡା କାଶ ହେବାର ଆମେ ଲକ୍ଷ କରିଥାଉ l ଏହା ହେଉଛି ଦୁର୍ବଳ ଇମ୍ୟୁନିଟି ର ଲକ୍ଷଣ l ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ l

Leave A Reply