ରୋଷେଇ ଘରର ମୁଖ୍ୟ ବ୍ୟବହାର୍ଯ୍ୟ ଜିନିଷଟି ହେଉଛି ତାୱା l କିନ୍ତୁ ଆପଣ କଣ ଜାଣିଛନ୍ତି ଘରେ ବ୍ୟବହାର ହେଉଥିବା ଏହି ତାୱା ଆପଣଙ୍କ ପାଇଁ ସୁଖ ସମୃଦ୍ଧିର କାରଣ ହୋଇପାରେ l ରୋଷେଇ ଘରେ ବ୍ୟବହାର ହେଉଥିବା ଏହି ତାୱା ଶୁଭ ଓ ଅଶୁଭର ମଧ୍ୟ କାରଣ ହୋଇଥାଏ l ଏମିତିରେ ଏ ଗୁଡିକର ବ୍ୟବହାର କରୁଥିବା ସମୟରେ କିଛି ବିଶେଷ କଥାକୁ ଜାଣି ରଖିବା ଆବଶ୍ୟକ l
* ଯଦି ଆପଣଙ୍କ ରୋଷଇ ଘରଟି ଆଜିକାଲି ର ଓପେନ କିଚେନ ଭଳି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ତାୱା ଉପରେ କୌଣସି ବାହାର ଲୋକର ନଜର ପଡିବା ଉଚିତ ନୁହେଁ l ସେଥିପାଇଁ ଆପଣଙ୍କୁ ତାୱା କୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ଲୁଚାଇ ରଖିବା ଆବଶ୍ୟକ l କାରଣ ବାହାର ଲୋକଙ୍କ ନଜର ଯଦି ତାୱା ଉପରେ ପଡିଥାଏ ଦୁଃଖ ଦୁର୍ଦଶା ପିଛା ଛାଡି ନଥାଏ l
* ସାଧାରଣତଃ ତାୱା ଗରମ ହେବା ମାତ୍ରକେ ତା ଉପରେ ସାମାନ୍ୟ ଲୁଣ ଛିଞ୍ଚିବା ଆବଶ୍ୟକ ଓ ପ୍ରଥମ ରୁଟିଟି ଗାଈକୁ ଖାଇବାକୁ ଦେବା ଉଚିତ l ମାନ୍ୟତା ରହିଛି ଯେ ଏପରି କରିବା ଦ୍ୱାରା ଧନର ଅଭାବ ରୁହେ ନାହିଁ l
* ରୋଷେଇ ଘରେ କଦାପି କଡେଇ ଓ ତାୱା କୁ ଲେଉଟାଇ ରଖନ୍ତୁ ନାହିଁ, ଏପରି କରିବା ଦ୍ୱାରା ଘରେ ଧନର ଅଭାବ ଦେଖା ଦେଇଥାଏ ଓ ବ୍ୟବସାୟ ରେ ହାନି ହୋଇଥାଏ l
* କିଛି ଲୋକ କଡେଇରେ ଖାଇବାର ଆମେ ଦେଖିଥାଉ କିନ୍ତୁ ଏହା ଅଶୁଭ ଅଟେ l କଡେଇ କିମ୍ବା ତାୱା ରେ ଖାଇଲେ ପରିବାର ପାଇଁ ସଙ୍କଟ ଦେଖା ଦେଇଥାଏ l
* ଘରର ମହିଳାମାନେ ଧ୍ୟାନ ରଖିବା ଉଚିତ ଯେ କଦାପି ଗରମ ତାୱା ଉପରେ ପାଣି ଯେପରି ନପଡେ଼ l ପାଣି ପଡିଲେ ପରିବାର ପାଇଁ ଅସୁବିଧା ଦେଖା ଦେଇଥାଏ ଓ ଘରକୁ ନକରତ୍ମକ ଶକ୍ତି ପ୍ରବେଶ କରି ଥାଆନ୍ତି l