ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ଚତୁର୍ଥ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି। ସାମ୍ପ୍ରତିକ କୋଭିଡ୍-୧୯ ପରିସ୍ଥିତିରେ ଏହା ହେଉଛି ଦେଶର ଦ୍ବିତୀୟ କାଗଜରହିତ ବଜେଟ୍। ଜାତୀୟ ସଙ୍କେତ ଥିବା ଏକ ଲାଲ୍ ରଙ୍ଗର କଭର୍ ମଧ୍ୟରେ ଅର୍ଥମନ୍ତ୍ରୀ ‘ଟ୍ୟାବ୍ଲେଟ୍’ରେ ଥିବା ବଜେଟ୍ ଧରି ଆସିଛନ୍ତି।
ଅର୍ଥମନ୍ତ୍ରୀଙ୍କ ଅଭିଭାଷଣର ମୁଖ୍ୟାଂଶ:
ଚଳିତ ବଜେଟ୍ରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
‘ପଲିସ୍ଡ୍ ଡାଇମଣ୍ଡ୍’ ଏବଂ ରତ୍ନ ପଥର ଉପରୁ ‘କଷ୍ଟମ୍ ଡିୟୁଟି’ ୫% ହ୍ରାସ କରାଯାଇଛି। ସାଦା କଟାଯାଇଥିବା ଡାଇମଣ୍ଡ୍ ଉପରୁ କଷ୍ଟମ୍ ଉଠାଇ ଦିଆଯାଇଛି। ଇ-କମର୍ସ ମାଧ୍ୟମରେ ଅଳଙ୍କାର ରପ୍ତାନି ପାଇଁ ନୀତି ନିୟମ ସରଳିକରଣ କରାଯାଇଛି। ତାହା ଚଳିତ ଜୁନ୍ ମାସରୁ ଲାଗୁ ହେବ।
ବୈଦ୍ୟୁତିକ ଉପକରଣ ଯନ୍ତ୍ରାଂଶ ଉପରୁ ‘କଷ୍ଟମ୍ ଡିୟୁଟି’ କୋହଳ କରାଯାଇଛି।
୨୦୨୨ ଜାନୁଆରିରେ ସର୍ବାଧିକ ‘ଜିଏସ୍ଟି’ ୧,୪୦,୯୮୬ କୋଟି ଟଙ୍କା ଆଦାୟ ହୋଇଛି। ‘ଜିଏସ୍ଟି’ ପ୍ରଚଳନ ହେବା ଦିନରୁ ଏତେ ପରିମାଣର ଟିକସ ଆଦାୟ ହୋଇ ନ ଥିଲା।
‘ଇକ୍ୟୁଟି ଟ୍ୟାକ୍ସ୍ ସଚାର୍ଜ’ ୧୫%ରେ ସୀମିତ ରଖାଯାଇଛି।
ଦୀର୍ଘ ମିଆଦି ପୁଞ୍ଜି ଆୟ ଉପରେ ୧୫% ଟିକସ ଲାଗୁ ହେବ।
ଭର୍ଚୁଆଲ୍ ଡିଜିଟାଲ୍ ଆସେଟ୍ ଟ୍ରାନ୍ସ୍ଫର୍ରୁ ପ୍ରାପ୍ତ ଆୟ ଉପରେ ୩୦% ଟିକସ ଲାଗୁ ହେବ। ଯଦି ଏହି ଆସେଟ୍ ବା ସମ୍ପତ୍ତି ଉପହାର ଭାବେ ମିଳିଥାଏ ତେବେ, ତାହା ଗ୍ରହଣ କରିଥିବା ବ୍ୟକ୍ତି ଟିକସ ଦେବେ।
ସମବାୟ ଏବଂ କର୍ପୋରେଟ୍ ମଧ୍ୟରେ ସନ୍ତୁଳନ ରକ୍ଷା ଲାଗି ସମବାୟ ସମିତି ପାଇଁ ୧୫% ଟିକସ ହ୍ରାସ କରାଯାଇଛି। ସମବାୟ ଉପରୁ ସର୍ଚାର୍ଜ ୭%କୁ ହ୍ରାସ କରାଯାଇଛି।
ଟିକସ ଦାତାମାନେ ଏବଂ ୨ ବର୍ଷ ମଧ୍ୟରେ ଆୟକର ରିଟର୍ଣ୍ଣ ଅପ୍ଡେଟ୍ କରିପାରିବେ।
ଅର୍ଥନୀତିରେ ‘କାର୍ବନ୍ ଫୁଟ୍ପ୍ରିଣ୍ଟ୍’ ହ୍ରାସ ପାଇଁ ଭାରତ ‘ସୋଭର୍ଣ୍ଣ ଗ୍ରିନ୍ ବଣ୍ଡ୍’ ପ୍ରଚଳନ କରିବ। ଆର୍ଥିକ ବର୍ଷ ୨୩ରୁ ସରକାରଙ୍କ ଉଧାର କାର୍ଯ୍ୟକ୍ରମର ଅଂଶବିଶେଷ ହେଉଛି ‘ସୋଭର୍ଣ୍ଣ ଗ୍ରିନ୍ ବଣ୍ଡ୍’। ଏହା ପବ୍ଲିକ୍ ସେକ୍ଟର୍ ପ୍ରୋଜେକ୍ଟ୍ରେ ମଧ୍ୟ ମୁତୟନ କରାଯିବ।
‘ଡିଜିପି’ର ଆର୍ଥିକ ନିଅଣ୍ଟ ୬.୪% ବୋଲି ଆକଳନ କରାଯାଇଛି।
ରାଜ୍ୟମାନଙ୍କର ଅର୍ଥନୀତି ବୃଦ୍ଧି ପାଇଁ ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ଚଳିତ ବର୍ଷରୁ ‘ବ୍ଲକ୍ଚେନ୍’ ଆଧାରିତ ‘ଡିଜିଟାଲ୍ ମୁଦ୍ରା’ ପ୍ରଚଳନ କରାଯିବ।
୨୦୨୨-୨୩ ବଜେଟ୍ରେ ‘କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ୩୫.୪% ବୃଦ୍ଧି ପାଇଛି। କୋର୍ କ୍ୟାପିଟାଲ୍ ଏକ୍ସପେଣ୍ଡିଚର୍ ପାଇଁ ସରକାର ୭.୫ କୋଟି ବ୍ୟବସ୍ଥା କରିଛନ୍ତି, ଯାହା ‘ଡିଜିପି’ର ୪.୧%।
କୋଇଲାକୁ ଶକ୍ତିରେ ପରିଣତ କରିବା ଲାଗି ୪ଟି ପାଇଲଟ୍ ପ୍ରୋଜେକ୍ଟ୍ର ଶୁଭାରମ୍ଭ ହେବ।
୨୦୨୫ ସୁଦ୍ଧା ସବୁ ଗ୍ରାମରେ ‘ଅପ୍ଟିକାଲ୍ ଫାଇବର୍’ ବିଛା କାର୍ଯ୍ୟ ଶେଷ ହେବ। ‘ଭିଜୁଆଲ୍ ଏବଂ ଆନିମେସନ୍ ସେକ୍ଟର୍’ରେ ଯୁବବର୍ଗଙ୍କୁ ନିୟୋଜିତ କରିବା ଲାଗି ‘ଆନିମେସନ୍’, ‘ଭିଜୁଆଲ୍ ଇଫେକ୍ଟ୍’, ‘ଗେମିଙ୍ଗ୍’ ଏବଂ ‘କମିକ୍ସ୍’ର ପ୍ରସାର ନିମନ୍ତେ ଟାସ୍କ୍ ଫୋର୍ସ ଗଠନ ହେବ।
୨୦୨୫ ସୁଦ୍ଧା ସବୁ ଗ୍ରାମରେ ‘ଅପ୍ଟିକାଲ୍ ଫାଇବର୍’ ବିଛାଯିବ।
‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ର ସମୁଦାୟ ବଜେଟ୍ର ୨୫% ସହ ‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ ଶିଳ୍ପ, ଷ୍ଟାର୍ଟଅପ୍, ଏବଂ ଶିକ୍ଷାଗବେଷଣା ଶିଳ୍ପ ପ୍ରତି ଉନ୍ମୁକ୍ତ ରହିବ। ସାମରିକ ପ୍ଲାଟ୍ଫର୍ମ ଏବଂ ଉପକରଣର ଡିଜାଇନ୍ ଓ ବିକାଶ ନିମନ୍ତେ ଘରୋଇ ଶିଳ୍ପକୁ ଉତ୍ସାହ ଦିଆଯିବ। ‘ପ୍ରତିରକ୍ଷା ଗବେଷଣା ଓ ବିକାଶ’ ବଜେଟ୍ର ୬୮% ‘ମେକ୍ ଇନ୍ ଇଣ୍ଡିଆ’ ପାଇଁ ରଖାଯାଇଛି।
ଚଳିତ ବର୍ଷ ସ୍ପେକ୍ଟ୍ରମ୍ ନିଲାମ ୨୦୨୩ ସୁଦ୍ଧା ୫ଜି ପ୍ରସାର ପାଇଁ ବ୍ୟବସ୍ଥା କରିବ। ୨୦୨୨ରେ ହେବାକୁ ଥିବା ଆବଶ୍ୟକ ସ୍ପେକ୍ଟ୍ରମ୍ ନିଲାମ ଫଳରେ ଘରୋଇ ଟେଲିକମ୍ କମ୍ପାନି ସବୁ ୫ଜି ମୋବାଇଲ୍ ପ୍ରଚଳନ କରିବାକୁ ସୁବିଧା ପାଇବେ।
ପରିବହନ ସେକ୍ଟର୍ ୨୦ ହଜାର କୋଟି ଟଙ୍କା ବୁଷ୍ଟ୍ ପାଇବ।
ଚଳିତ ବଜେଟ୍ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଗୁରତ୍ବ ଦେଉଛି। ଭାରତରେ ଥିବା ସମୁଦାୟ ୧.୫ ଲକ୍ଷ ପୋଷ୍ଟ୍ ଅଫିସ୍କୁ ‘କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍’ ଅଧୀନକୁ ଅଣାଯିବ। ଏହା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ସମର୍ଥ କରିବା ସହ ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଏଟିଏମ୍,ଜରିଆରେ ଆକାଉଣ୍ଟ୍ଗୁଡ଼ିକୁ ଆକ୍ସେସ୍ କରିବାରେ ସହାୟକ ହେବ ଏବଂ ପୋଷ୍ଟ୍ ଅଫିସ୍ ଆକାଉଣ୍ଟ୍ ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ ମଧ୍ୟରେ ଅନ୍ଲାଇନ୍ ଫଣ୍ଡ୍ ଟ୍ରାନ୍ସଫର୍ ସୁବିଧା ମଧ୍ୟ କରାଇବ।
ଚଳିତ ଆର୍ଥିକ ବର୍ଷରେ ‘ଇ-ପାସ୍ପୋର୍ଟ’ର ଶୁଭାରମ୍ଭ ହେବ।
ଅନ୍ଲାଇନ୍ ପେମେଣ୍ଟ୍ର ପ୍ରସାର ପାଇଁ ୭୫ଟି ଜିଲ୍ଲାରେ ୭୫ଟି ‘ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ୟୁନିଟ୍’ ସ୍ଥାପନ କରାଯିବ।
‘ଇଣ୍ଟର୍-ଲିଙ୍କଡ୍ ପୋର୍ଟାଲ୍’ ଏବଂ ‘ମିଶ୍ରିତ କ୍ୟାପିଟାଲ୍ ଫଣ୍ଡ୍’ଦ୍ବାରା ‘ଏମ୍ଏସ୍ଏମ୍ଇ’ର ଅଭିବୃଦ୍ଧି କରାଯିବ। ଏହି ବ୍ୟବସ୍ଥାରେ ‘ଉଦ୍ୟମ’, ‘ଇ-ଶ୍ରମ’, ‘ଏନ୍ସିଏସ୍’ ଏବଂ ‘ଅମୀମ’ ଭଳି ପୋର୍ଟାଲ୍ଗୁଡ଼ିକୁ ଇଣ୍ଟର୍-ଲିଙ୍କ୍ କରାଯିବ। ଫଳରେ ସେମାନଙ୍କର ପରିସର ବୃଦ୍ଧି ପାଇବ।
ଭାରତୀୟ କୃଷକମାନଙ୍କ ପାଇଁ ରାସାୟନିକ ପଦାର୍ଥ ମୁକ୍ତ ପ୍ରାକୃତିକ ଉପାୟ କୃଷିକୁ ପ୍ରୋତ୍ସାହନ ଦିଆଯିବ। ଫସଲ ମୂଲ୍ୟାୟନ, ଜମି ଦଲିଲ୍ର ଡିଜିଟାଲିକରଣ ଏବଂ କୀଟନାଶକ ସିଞ୍ଚନ ନିମନ୍ତେ ‘କିଷାନ୍ ଡ୍ରୋନ୍’ର ପ୍ରସାର କରାଯିବ। ସେଥିପାଇଁ ‘ସର୍ବ ନିମ୍ନ ସହାୟକ ମୂଲ୍ୟ’ ଭାବେ କୃଷକମାନଙ୍କୁ ପ୍ରତ୍ୟକ୍ଷ ଭାବେ ୨.୩୭ କୋଟି ଟଙ୍କା ପ୍ରଦାନ କରାଯିବ।
ବର୍ଷ ୨୦୨୨-୨୪ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମୀଣ ଏବଂ ନଗରାଞ୍ଚଳର ୩.୮ କୋଟି ପରିବାର ପାଇଁ ୬୦,୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।
୩ଟି ନାରୀକେନ୍ଦ୍ରିକ ମିସନ୍ର ଶୁଭାରମ୍ଭ ହେବ।
ମାନସିକ ସ୍ବାସ୍ଥ୍ୟ ପ୍ରତି ସହାୟକ ହେବାକୁ ଅବିଳମ୍ବେ ଜାତୀୟ ବ୍ୟବସ୍ଥା ଶୁଭାରମ୍ଭ ହେବ।
ଦକ୍ଷତା ବିକାଶ ନିମନ୍ତେ ଖୁବ୍ ଶୀଘ୍ର ‘ଡିଜିଟାଲ୍ ଇକୋସିଷ୍ଟମ୍’ର ଶୁଭାରମ୍ଭ କରାଯିବ।
‘ଏମର୍ଜେନ୍ସି କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି’ ଯୋଜନା ‘ଏମ୍ଏସ୍ଏମ୍ଇ’କୁ ସହାୟକ ହୋଇଛି। ହୋଟେଲ୍ ଶିଳ୍ପ ଏବଂ ସେ ସମ୍ପର୍କିତ ସେବା ଏଯାବତ୍ କୋଭିଡ୍ ପରିସ୍ଥିତିରୁ ସୁଧୁରି ନାହିଁ। ‘ଇସିଏମ୍ଜିଏଚ୍’ ୨୦୨୩ ମାର୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହୋଟେଲ୍ ସେକ୍ଟର୍ପାଇଁ ଗ୍ୟାରେଣ୍ଟି କଭର୍ ୫୦,୦୦୦ କୋଟି ଟଙ୍କା ଯାଏ ବୃଦ୍ଧି କରାଯାଇଛି।
କୃଷକମାନଙ୍କ ନିମନ୍ତେ ‘ସର୍ବନିମ୍ନ ସହାୟକ ମୂଲ୍ୟ’ ବାବଦକୁ ସିଧାସଳଖ ୨.୩ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯିବ।
୭୫ ବର୍ଷର ସ୍ବାଧୀନ ଭାରତକୁ ୧୦୦ ବର୍ଷ ସ୍ବାଧୀନ ଭାରତକୁ ନେବା ପାଇଁ ଆମ ବଜେଟ୍ ଗୁରୁତ୍ବ ଦେଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ିକରଣ ଏବଂ ଟିକାକରଣ କାର୍ଯ୍ୟକ୍ରମର ଦ୍ରୁତ କାର୍ଯ୍ୟକାରିତା ଏହାର ପ୍ରମାଣ। ଗତବର୍ଷ ବଜେଟ୍ ଉଲ୍ଲେଖନୀୟ ପ୍ରବର୍ତ୍ତନ ଦେଖିଛି। ଗତ ବଜେଟ୍ରେ ସର୍ବସାଧାରଣ ନିବେଶ ପାଇଁ ଆମେ କରିଥିବା ବ୍ୟବସ୍ଥାଦ୍ବାରା ଏଥର ବଜେଟ୍ ତା’ର ବହୁଗୁଣିତ ପ୍ରଭାବ ଦେଖୁଛି। ଏହା ଯୁବବର୍ଗ, କୃଷକ, ଅନୁସୂଚୀତ ଜାତି/ଜନଜାତି, ମହିଳା ଏବଂ ଗରିବମାନଙ୍କୁ ଉପକୃତ କରିବ।
ଜାତୀୟ ରାଜପଥ ୨୫ ହଜାର କିଲୋମିଟର୍ ବୃଦ୍ଧି କରାଯିବ। ୪ଟି ସ୍ଥାନରେ ସ୍ଥାପନ ହେବ ‘ଲଜିଷ୍ଟିକ୍ ପାର୍କ’।
ସରକାରଙ୍କର ପରବର୍ତ୍ତୀ ଟାର୍ଗେଟ୍ ହେଉଛି ୬୦ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି। ୧୪ଟି ‘ପିଏଲ୍ଆଇ’ ସେକ୍ଟର୍ ୬୦ ଲକ୍ଷ ନୂଆ କର୍ମସଂସ୍ଥାନ ସୃଷ୍ଟି କରିବା ସହ ଆଗାମୀ ୫ ବର୍ଷରେ ଅତିରିକ୍ତ ୩୦ ଲକ୍ଷ କୋଟି ଟଙ୍କା ଉତ୍ପାଦନ କରିବ।
ଉତ୍କୃଷ୍ଟ ମାନର ଭିତ୍ତିଭୂମି ପାଇଁ ଗତି ଶକ୍ତି ମାଷ୍ଟର୍ ପ୍ଲାନ୍ ବ୍ୟବସ୍ଥା କରାଯାଇଛି।
ଖୁବ୍ ଶୀଘ୍ର ‘ଏଲ୍ଆଇସି’ର ପବ୍ଲିକ୍ ଇସ୍ୟୁ ଜାରି ହେବ।
ସରକାର ନାଗରିକ-କେନ୍ଦ୍ରିକ ସଂସ୍କାର ଉପରେ ଗୁରୁତ୍ବାରୋପ କରିଥିବାରୁ ଆଗାମୀ ୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ପର୍ଯ୍ୟନ୍ତ ଆର୍ଥିକ ସଂସ୍କାର ଉପରେ ଏହି ବଜେଟ୍ର ଲକ୍ଷ୍ୟ ରହିବ।
ଚଳିତ ଆର୍ଥକ ବର୍ଷରେ ଭାରତ ୯.୨% ଅଭିବୃଦ୍ଧି ଆଶା କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।