Odisha news

ମିଳୁନି ପ୍ରଧାନ ମନ୍ତ୍ରୀ ଆବାସ ଅର୍ଥ , ଜରିପାଲ ଓ ଭଡା ଘରେ ବିତୁଛି ଜୀବନ : ଶୁଣୁନି ପ୍ରଶାସନ ।

0

ଦଶପଲ୍ଲା : ଖାଦ୍ୟ,ବସ୍ତ୍ର,ବାସଗୃହ ମନୁଷ୍ୟ ର ମୌଳିକ ଅଧିକାର । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗରିବ ଲୋକ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ରାଜ୍ୟ ସରଜାର ବିଜୁ ପକ୍କାଘର ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ଏହି ଯୋଜନା ରେ ଏବେ କେନ୍ଦ୍ର ସରକାର ରାଜ୍ୟ ପ୍ରତି ଅବହେଳା କରୁଥିବା ନେଇ ଶାସକ ବିଜେଡି ପକ୍ଷରୁ ଅଭିଯୋଗ ହେଉଛି । ମାତ୍ର ଏହି ଯୋଜନାର ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି ଦଶପଲ୍ଲା ବିଂଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ପାଟଣା ୧୧ ନଂ ୱାର୍ଡ ହରିଜନ ସାହିରେ । ଏହି ସାହିରେ ୧୨ ଟି ଅନୁସୂଚିତ ଜାତି ପରିବାର ବସବାସ କରୁଥିବା ବେଳେ ୨୦୧୯ ମସିହାରେ ଏହି ଗ୍ରାମର ରମଣ ନାଏକ,ବିଦ୍ୟାଧର ନାଏକ,ଶ୍ରୀଧର ନାଏକ,ରମାମଣି ନାଏକ,ଭରତ ନାଏକ,ପ୍ରମୋଦ ନାଏକ,ସାବୀ ନାଏକ ଓ ବିଜୟ ନାଏକ ଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା । ଦଶପଲ୍ଲା ଏନ ଏ ସି ପକ୍ଷରୁ ହିତାଧିକାରୀ ମାନଙ୍କୁ ପ୍ରଥମ କିସ୍ତି ୪୦ ହାଜ଼ର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ହିତାଧିକାରୀ ମାନେ ପ୍ରଥମ କିସ୍ତି ଅର୍ଥ ସହ କିଛିଟଙ୍କା ଧାର ଉଧାର କରି ଏହି ଘର କାମକୁ ଆଗେଇ ନେଇଥିଲେ । ମାତ୍ର ଘର ନିର୍ମାଣ ଚଉକାଠ ପତନ ହୋଇ ସାରିଥିବା ବେଳେ ଘର ନିର୍ମାଣ ସମ୍ପୂର୍ଣ ପାଇଁ ଆଉ ମିଳିନଥିଲା ଅର୍ଥ ଫଳରେ ଗତ ୩ ବର୍ଷ ଧରି ହିତାଧିକାରୀ ମାନେ ଅର୍ଦ୍ଧ ନିର୍ମିତଘରେ ଜରିପାଲ ପକାଇ ଜୀବନ ଅତିବାହିତ କରୁଥିବା ବେଳେ ଘରଭଡା ନେଇ ରହୁଥିବା ଦେଖିବାକୁ ମିଳିଛି । ନିଜର ହକ ପାଇଁ ଏବଂ ଘର ନିର୍ମାଣ ପାଇଁ ଥିବା ବକେୟା ଅର୍ଥ ପାଇବା ପାଇଁ ହିତାଧିକାରୀମାନେ ଦଶପଲ୍ଲା ବିଧାୟକ, ନୟାଗଡ ଜିଲ୍ଲାପାଳ ଙ୍କୁ ଜଣାଇବା ସହ ଦଶପଲ୍ଲା ଏନ ଏ ସି ସମ୍ମୁଖରେ ଧାରଣା ଓ ଆନ୍ଦୋଳନ କରିଥିଲେ ମଧ୍ୟ କେବଳ ହିତାଧିକାରୀ ମାନଙ୍କୁ ପ୍ରତିଶୃତି ମିଳିଥିଲେ ମଧ୍ୟ ହିତାଧିକାରୀ ମାନଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବକେୟା ଅର୍ଥ । ଅନ୍ୟ ପାର୍ଶ୍ୱରେ ଆବାସ ଯୋଜନାରେ ଘର କରିଥିବା ହିତାଧିକାରୀ ମାନଙ୍କୁ ଘର ମରାମତି ପାଇଁ ରାଜ୍ୟ ସରକାର ୩ ହାଜ଼ର ଟଙ୍କା ପ୍ରଦାନ ପାଇଁ ଘୋଷଣା କରିଥିବା ବେଳେ ଏହି ହିତାଧିକାରୀ ମାନେ ଏହି ଅର୍ଥ ରାଶି ପାଇବାରୁ ବଞ୍ଚିତ ହେବା ନିଶ୍ଚିତ ହୋଇ ପଡିଛି ।ଅନ୍ୟ ପାର୍ଶ୍ୱରେ କେଉଁ କାରଣ ରୁ ଏହି ହିତାଧିକାରୀ ମାନଙ୍କର ଅର୍ଥ ବନ୍ଦ କରାଯାଇଛି ସେ ନେଇ ହିତାଧିକାରୀ ମାନଙ୍କୁ କୌଣସି ସୂଚନା ପ୍ରଦାନ କରାଯାଇ ନଥିବା ବେଳେ ସମ୍ପୂର୍ଣ ଅର୍ଥ କେବେ ମିଳିବ ସେ ନେଇ ହିତାଧିକାରୀ ମାନେ ଚାହିଁ ବସିଛନ୍ତି। ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply