Odisha news

୩୬ ନଂ ଜିଲ୍ଲାପରିଷଦ ଜୋନରେ ଦ୍ଵିମୁଖୀ ଲଢେଇ

0
ବୈଶିଙ୍ଗା : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ସେହି ପରିମାଣରେ ବଢି ବଢି ଚାଲିଛି। ପ୍ରଚାର ଏବେ ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ଗୋଟିଏ ପଟେ ଶାସକ ବିଜେଡିର ନବୀନ ପଟ୍ଟନାୟକଙ୍କ ଗୁଣ ଗାନ ସହିତ କେନ୍ଦ୍ର ଅବହେଳା ଆୟୂଧ ହୋଇଥିବା ବେଳେ ଅନ୍ୟ ପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ଦକ୍ଷତା ସହିତ କେନ୍ଦ୍ର ସହାୟତାକୁ ରାଜ୍ୟ ସରକାର ବାଟ ମାରଣା କରୁଥିବାକୁ ବିଜେପି ମୂଖ୍ୟ ଆୟୂଧ କରୁଥିବା ରାଜନୀତି ମହଲରେ ପରିପ୍ରକାଶ ପାଇଛି । ଏହି ଜୋନରେ ବୈଶିଙ୍ଗା , କେନ୍ଦୁଆ, ପାଟଳୀପୁରା, ନଡପୁର, ଯୁଗୋଳ, ହାତୀଝୁରୀ, ସନ୍ତରା ଓ ଗଡଦେଉଳିଆ ସମେତ ୮ଗୋଟି ପଞ୍ଚାୟତରେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ସର୍ବାଧିକ ଭୋଟରେ ବିଜୟୀ ହେବା ସହିତ ଲୋକଙ୍କ ନିକଟତର ହୋଇ ପାରିଥିଲା।
ଚଳିତ ନିର୍ବାଚନରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପୂର୍ବରୁ ବିଧାୟିକା ପ୍ରାର୍ଥୀ ପାଇଁ ଲଢ଼ିଥିବା ଅନୁପମା ଦଣ୍ଡପାଟଙ୍କୁ ବିଜେପି ଦଳୀୟ ଟିକଟ ଦେଇଥିବାରୁ ଭୋଟର  ଭାଗ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି। ସେହିପରି ଶାସକ ବିଜେଡି ଦଳ ତରଫରୁ ବିଜେଡିର ଯୁବ ନେତା ରାଜେନ ଦାସଙ୍କ ସହଧର୍ମିଣୀ ସବିତା ଦାସ ନୂତନ ଭାବେ ରାଜନୈତିକ ମଇଦାନକୁ ଓହ୍ଲାଇ ଥିବାରୁ ଲୋକମାନଙ୍କର କେତେ ଭରଷା ଯୋଗ୍ୟା ହୋଇ ପାରିବେ ସମୟ ତାର ଉତ୍ତର ଦେବ । ତୃତୀୟ ପ୍ରାର୍ଥିନୀ ଭାବେ କୌଶଲ୍ୟା ବୈଠା କଂଗ୍ରେସର ଟିକଟ ନେଇ ନିର୍ବାଚନ ରଣାଙ୍ଗନରେ ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦୀ ବିଜେଡି- ବିଜେପିକୁ କେତେ ମାତ୍ରାରେ ରୋକ ଲଗାଇ ପାରିବ ଏବଂ କଂଗ୍ରେସର ରଣନୀତି କି ପ୍ରକାର ହେବ ତାହା ଭୋଟରଙ୍କୁ ଆକୃଷ୍ଟ କରିପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।
IEC 2 years
Leave A Reply