Odisha news

ଫୁଲବାଣୀରେ ବିଜେଡିର କର୍ମି ସମ୍ମୀଳନି , ଚକାଆଖି ସବୁ ଦେଖୁଛି ସଠିକ ଭାବରେ କାମ କର : କର୍ମିଙ୍କୁ ସାଂସଦଙ୍କ ଇଙ୍ଗିତ

0

ଫୁଲବାଣୀ ୨୭/୧ , ଫୁଲବାଣୀ ପାରିଜାତ କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଗାମୀ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଏବଂ ଜିଲ୍ଲା ସ୍ତରୀୟ କର୍ମି ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମୀଳନୀରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ସାଂସଦ ଡ.ଅଚୁ୍ୟତ ସାମନ୍ତ ଯୋଗ ଦେଇ ବିଜୁଜନତା ଦଳକୁ ରାଜ୍ୟର ଏକ ବଡ ପ୍ଲାଟଫର୍ମ ବୋଲି କହିବା ସହିତ ଏହି ଦଳରେ ରହିଲେ ହିଁ ସମସ୍ତଙ୍କ ଉନ୍ନତି ସାଧିତ ହେବ ବୋଲି କହିବା ସହିତ ବିଶୃଙ୍ଖଳିତ କର୍ମି ମାନଙ୍କ ଉଦେଶ୍ୟରେ, କନ୍ଧମାଳର ଗ୍ରାମାଂଚଳଠାରୁ ଆରମ୍ଭ କରି ସମସ୍ତ ଅଂଚଳରେ କର୍ମିମାନଙ୍କର କାର୍ଯ୍ୟକଳାପକୁ ‘ଚକାଆଖି ସବୁ ଦେଖୁଛି’ କୌଣସି ଦଳୀୟ ନେତାଙ୍କୁ ଏହି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଖବର ଦେବାକୁ ପଡିବ ନାହିଁ ଜିଲ୍ଲାର ସବୁ ଟିକିନିଖି ଖବର ସବୁ ତାଙ୍କ ପାଖରେ ପହଂଚୁଛି ବୋଲି ସମ୍ମୀଳନୀରେ ଉପସ୍ଥିତ ସମସ୍ତ କର୍ମି ମାନଙ୍କୁ ଇଙ୍ଗିତରେ କହିଥିଲେ । ତେଣୁ ସମସ୍ତେ ଶୃଙ୍ଖଳିତ ଭାବରେ କାର୍ଯ୍ୟ କଲେ ସେମାନଙ୍କର ମଧ୍ୟ ଉନ୍ନତି ହେବ ବୋଲି ସମସ୍ତଙ୍କୁ କହିଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳିର ସହପର୍ଯ୍ୟବେକ୍ଷକ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ କର୍ମି ମାନଙ୍କ ପାଇଁ ସମସ୍ତ ସୁବିଧା କରି ଦେଇଛନ୍ତି । ନିର୍ବାଚନରେ ପ୍ରଚାର କରିବାକୁ କୌଣସି ଅସୁବିଧା ହେବନାହିଁ କେବଳ ଲୋକଙ୍କ ପାଖରେ ପହଂଚିଲେ ଦଳ ଜିତିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

ଅନ୍ୟତମ ଅତିଥି ଭାବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,ବାଲିଗୁଡା ବିଧାୟକ ଚକ୍ରମଣି କହଁର,ଘୁୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଦଳର ଫୁଲବାଣୀ ସହପର୍ଯ୍ୟବେକ୍ଷକ କିଶୋର ମେହେର,ପୁର୍ବତନ ଫୁଲବାଣୀ ବିଧାୟକ ଚେବେନ୍ଦ୍ର କହଁର,ପୁର୍ବତନ ବାଲିଗୁଡା ବିଧାୟକ ରାଜୀବ ପାତ୍ର ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ କରିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ବାବଦରେ ଉପସ୍ଥିତ କର୍ମି ମାନଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲାର ସମସ୍ତ ୧୮ଟି ଜିଲ୍ଲାପରିଷଦ ଜୋନର ପ୍ରର୍ଥି ମାନେ ଉପସ୍ଥିତ ସମସ୍ତ କର୍ମି ମାନଙ୍କୁ ଏହି ନିର୍ବାଚନରେ ବିପୁଳ ଭୋଟରେ ବିଜୟ ପାଇଁ ସହାୟତା ଓ ଆଶିର୍ବାଦ ମାଗିଥିଲେ ।

ଏଠାରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜୁଜନତା ଦଳର ମହିଳା ଉପସଭାପତି ଅନିମା କହଁର,ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଶିବପ୍ରସାଦ ତି୍ରପାଠୀ,ଜିଲ୍ଲା ସମ୍ପାଦକ କମଳ ବେହେରା,ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ମଲ୍ଲିକ,ମହିଳା ସଭାନେତ୍ରୀ ପୁନମ କହଁର,ଛାତ୍ର ବିଜେଡି ସଭାପତି ସୂନୀଲ ସେଠୀ ଏବଂ ଜିଲ୍ଲାର ସମସ୍ତ ବ୍ଳକ ସଭାପତି ମାନେ ଯୋଗ ଦେଇ ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ବାବଦରେ ସେମାନଙ୍କର ମତାମତ ଦେଇଥିଲେ । ଶେଷରେ ଜିଲ୍ଲା ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

 

Leave A Reply