ଆଜିକାଲି ଅଧିକାଂଶ ଲୋକ ବ୍ରେନ୍ ଷ୍ଟ୍ରୋକ ର ଶିକାର ହେଉ ଥିବାର ଦେଖିବାକୁ ମିଳୁଛି । ଏହି କାରଣରୁ ଅନେକ ଲୋକ ନିଜର ଜୀବନ ମଧ୍ୟ ହରାଉଛନ୍ତି । ଡାକ୍ତରଙ୍କ କହିବା ଅନୁଯାୟୀ ଏହି ଷ୍ଟ୍ରୋକ ର ଗୋଟିଏ ବଡ଼ କାରଣ ହେଉଛି ତେବେ ଭୁଲ୍ ଭାବରେ ଗାଧୋଇବା ।
* ଶୀତଋତୁ ରେ ବଢ଼ି ଯାଇଥାଏ ଷ୍ଟ୍ରୋକ ର ସମସ୍ୟା – ଗବେଷକ ମାନଙ୍କ ମତରେ ବ୍ରେନ୍ ଷ୍ଟ୍ରୋକ କେବେବି ଆପଣଙ୍କର ହୋଇପାରେ କିନ୍ତୁ ଶୀତଋତୁ ରେ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଅଧିକ ବଢ଼ି ଯାଇଥାଏ । ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍ ଘାତ ସମସ୍ୟା ଦେଖା ଦେଇଥିବା ଲୋକ ମାନଙ୍କ ନିକଟରେ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଦେଖା ଦେଇଥାଏ । ତେଣୁ ଏପରି ଲୋକ ମାନଙ୍କୁ ଶୀତଋତୁ ରେ ଅଧିକ ସତର୍କ ରହିବା ଆବଶ୍ୟକ । ଏହି ରୋଗୀ ମାନେ ଆଦୌ ଥଣ୍ଡା ପାଣି ରେ ଗାଧୋଇବା ଉଚିତ୍ ନୁହେଁ ।
* ଷ୍ଟ୍ରୋକ ର ଲକ୍ଷଣ କୁ ଅଣଦେଖା କରନ୍ତୁ ନାହିଁ – ଗବେଷକ ମାନଙ୍କ ମତରେ ଶୀତଋତୁରେ ଥଣ୍ଡା ପାଣି ରେ ଗାଧୋଇବା ଉଚିତ୍ ନୁହେଁ । ପାଣି କୁ ସାମାନ୍ୟ ଉଷୁମ୍ କରି ପାଣି ରେ ଗାଧୋଇବା ଉଚିତ୍ । ଗାଧୋଇବା ସମୟରେ ପାଣି କୁ ସର୍ବ ପ୍ରଥମେ ନିଜ ଗୋଡ଼ରେ ପକାଇବା ଉଚିତ୍ ଓ ଏହାପରେ ହାତ ଉପରେ ପକାଇବା ଉଚିତ୍ । ଏହାପରେ ପାଣିକୁ ନିଜ ଦେହରେ ଢ଼ାଳନ୍ତୁ । ଯଦି ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଦେଖା ଦେଉଚି ତେବେ ନିକଟତମ ଡାକ୍ତର ପାଖକୁ ନେଇ ଯାଆନ୍ତୁ ।
* ବ୍ରେନ୍ ଷ୍ଟ୍ରୋକ ର ଲକ୍ଷଣ –
– ଶରୀରର ଯେ କୌଣସି ଅଂଶ ରେ ଝିମ୍ ଝିମ୍ ଅନୁଭବ ହେଉଛି ।
– ଆଖିକୁ ଠିକ୍ ଭାବରେ ଦେଖା ନଯିବା
– ମୁଣ୍ଡ ବିନ୍ଧା, ବାନ୍ତି ଲାଗିବା ଓ ଦେହ ବୁଲେଇବା
– ନିଶ୍ଵାସ ନେବାକୁ ଅସୁବିଧା ହେବା
– ବ୍ରେନ୍ ରେ ବ୍ଲିଡ଼ିଂ ହେବା କାରଣରୁ ବେହୋସ୍ ହୋଇପଡ଼ିବା
* ଏମାନଙ୍କୁ ହୋଇଥାଏ ଅଧିକ ଅସୁବିଧା
– ହାଇ ବ୍ଲଡ଼ ପ୍ରେସର୍
– ୫୫ ବର୍ଷରୁ ରୁ ଉର୍ଦ୍ଧ୍ବ
– ମଧୁମେହ ରୋଗୀ
– ମାଇଗ୍ରେନ୍ ଓ ଅନିମିଆ ପୀଡିତ
– ମୋଟା ବ୍ୟକ୍ତି ଙ୍କୁ
* ବ୍ରେନ୍ ଷ୍ଟ୍ରୋକ ରେ ଏପରି ପଦକ୍ଷେପ ନିଅନ୍ତୁ
– ଖାଲି ପାଦରେ ମାଟି ରେ ଚାଲିବା
– ଲୁଣ ର ବ୍ୟବହାର କମ୍ କରନ୍ତୁ
– ଶରୀରରେ ପାଣି ର କମ୍ ହେବାକୁ ଦିଅ ନାହିଁ
– ଧୁମ୍ର ପାନ କରନ୍ତୁ ନାହିଁ କିମ୍ବା ମଦ ପିଆନ୍ତୁ ନାହିଁ