ପିଲା ମାନଙ୍କର କମ ଉଚ୍ଚତା କୁ ନେଇ ଚିନ୍ତିତ ରହୁଛନ୍ତି କି ? ଏହି ୫ଟି ଜିନିଷକୁ ନିଜ ପିଲାର ଖାଦ୍ୟରେ ନିହାତି ସାମିଲ କରନ୍ତୁ
ଆଜିକାଲି ଅଧିକାଂଶ ଲୋକ ନିଜ ପିଲା ମାନଙ୍କ ଉଚ୍ଚତା କୁ ନେଇ ଚିନ୍ତିତ ରହିଛନ୍ତି । ଏହା ପଛର ବିଶେଷ କାରଣ ହେଉଛି ପୋଷଣ ଯୁକ୍ତ ଖାଦ୍ୟ । ପୋଷଣ ଯୁକ୍ତ ଖାଦ୍ୟ ଦ୍ଵାରା ଉଚ୍ଚତା , ମୋଟା ପଣ ଓ ସମ୍ପୂର୍ଣ୍ଣ ଭାବରେ ଶରୀରକୁ ସୁସ୍ଥ ରଖିଥାଏ । ଭଲ ଖାଦ୍ୟ ଦ୍ଵାରା ଇମ୍ୟୁନିଟି ମଧ୍ୟ ଷ୍ଟ୍ରଙ୍ଗ ହୋଇଥାଏ । ପୋଷାକ ତତ୍ତ୍ଵ କମିବା ଦ୍ଵାରା ଉଚ୍ଚତା ଉପରେ ମଧ୍ୟ ପ୍ରଭାବ ପଡିଥାଏ । କାରଣ ସମ୍ପୂର୍ଣ ଶରୀର ପାଇଁ ପୋଷାକ ତତ୍ତ୍ଵ ର ଆବଶ୍ୟକତା ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଏପରି ୫ଟି ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କର ଶାରିରୀକ ବିକାସ କରିବ ।
* ସୋୟାବିନ ଓ ଅଣ୍ଡା ସେବନ କରିବାକୁ କୁହନ୍ତୁ – ନିଜ ପିଲାର ଉଚ୍ଚତା ବୃଦ୍ଧି ପାଇଁ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବାକୁ ଦେବା ଆବଶ୍ୟକ । ତେଣୁ ସୋୟବିନ ଓ ଅଣ୍ଡା ଖାଇବାକୁ ଦିଅନ୍ତୁ । ଶୋୟାବିନ ରେ ଆମିନୋ ଏସିଡ ରହିଥାଏ ଓ ହାଡ ମଜବୁତ୍ ହୋଇଥାଏ । ଅଣ୍ଡା ରେ ପ୍ରୋଟିନ, ରାୟୋବୋ ଫ୍ଲୋବିନ , ବାୟୋଟିନ ଓ ଆଇରନ ରହିଥାଏ । ଯାହାଦ୍ଵାରା ପିଲା ର ମାନସିକ ଶାରୀରିକ ବିକାଶ ହୋଇଥାଏ ।
* ଦୁଗ୍ଧ ଓ ଦହି – ପିଲା ପାଇଁ ସବୁଠୁ ଜରୁରୀ ଖାଦ୍ୟ ଦୁଗ୍ଧ ଅଟେ । ଦୁଗ୍ଧ ରେ ପ୍ରୋଟିନ, କ୍ୟାଲସିୟମ, ଓ ଅନ୍ୟାନ୍ୟ ପୋଷାକ ତତ୍ତ୍ଵ ରହିଛି । ଦୁଗ୍ଧ ସେବନ କରିବା ଦ୍ୱାରା ଉଚ୍ଚତା ବୃଦ୍ଧି ପାଇଥାଏ । ଉଚ୍ଚତା ବୃଦ୍ଧି କରିବାକୁ ଚାହୁଁ ଥିବା ପିଲା ମାନେ ନିୟମିତ ଦୁଗ୍ଧ ଦୁଇ ଥର ସେବନ କରିବା ଉଚିତ୍ । ଏହା ଛଡ଼ା ଜୀଙ୍କ୍, ପ୍ରୋଟିନ, କ୍ୟାଲସିୟମ, ଭିଟାମିନ ଡି ସବୁ କିଛି ଦହିରେ ଭରପୁର ମାତ୍ରାରେ ରହିଥାଏ । ଯାହା ଉଚ୍ଚତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
* ଫଳମୂଳ ଓ ସବୁଜ ପନିପରିବା – ପିଲା ମାନଙ୍କ ଖାଦ୍ୟରେ ନିୟମିତ ସବୁଜ ପନିପରିବା ସାମିଲ କରିବା ଆବଶ୍ୟକ । ଆପଣ ତାଙ୍କ ଖାଦ୍ୟ ରେ ପାଳଙ୍ଗ, ପତ୍ର କୋବି , କଞ୍ଚା କଦଳୀ ଓ ବ୍ରକୋଲୀ ସାମିଲ କରିବା ଆବଶ୍ୟକ । ଗାଜର ମଧ୍ୟ ସାମିଲ କରିବା ଉଚିତ୍ , ଗାଜର ରେ ବିଟା କେରୋଟିନ ରହିଥାଏ ଯାହା ଉଚ୍ଚତା ବୃଦ୍ଧି କରିଥାଏ ।
* ଡ୍ରାଏ ଫ୍ରୂଟ୍ସ୍ ଓ ନଟସ୍ – ନିୟମିତ ପିଲାଙ୍କ ଖାଦ୍ୟରେ ଡ୍ରାଏଫ୍ରୂଟ୍ସ୍ ଓ ଶସ୍ୟ ଜାତୀୟ ଖାଦ୍ୟ ସାମିଲ କରିବା ଉଚିତ୍ । ଆପଣ ନିୟମିତ ଭାବରେ ଅଖରୋଟ, ପିସ୍ତା, କାଜୁ , କିସମିସ, ଖଜୁରୀ ପ୍ରଭୃତି ଖାଇବାକୁ ଦେବା ଆବଶ୍ୟକ । ନଟସ୍ କୁ ପୋଷାକ ତତ୍ତ୍ଵ ର ପାୱାର ହାଉସ ବୋଲି କୁହାଯାଏ । ଏଥିରେ ଭିଟାମିନ, ମିନେରାଲ, ପ୍ରୋଟିନ ଓ ଓମେଗା ୩ ଫ୍ୟାଟି ଏସିଡ ରହିଥାଏ । ଯାହାଦ୍ଵାରା ହାଡ ସୁସ୍ଥ ରହିଥାଏ ।
* ହୋଲ୍ ଗ୍ରେନ- ଶିଶୁର ଶାରିରୀକ ବିକାସ ପାଇଁ ଏହି ପୋଷାକ ତତ୍ତ୍ଵ ଟି ନିହାତି ଆବଶ୍ୟକ । ଏହାଦ୍ବାରା ପିଲାଙ୍କୁ ଭିଟାମିନ ବି, ମଗ୍ନେଶିୟମ୍, ସେଲେନୀୟମ୍, ଜୀଙ୍କ ମିଳିଥାଏ । ଯାହା ମାନସିକ ଓ ଶାରିରୀକ ବିକାସ କରେ । ବିଭିନ୍ନ ଶସ୍ୟ ଜାତୀୟ ଖାଦ୍ୟ ରେ ଏହି ପୋଷାକ ମିଳିଥାଏ ।