ଭାରତର ଇତିହାସ ପୃଷ୍ଠାରେ ଗଣତନ୍ତ୍ର ଦିବସର ଗୋଟିଏ ସ୍ୱତନ୍ତ୍ର ମହତ୍ୱ ରହିଛି l ଯେଉଁ ଦିନଟିକୁ ଆମେ ଅନୁଭବ କରିବା ମାତ୍ରକେ ଆମ ମନରେ ଗୋଟିଏ ନୂଆ ଜାଗରଣ ଓ ଉଦ୍ଧିପନା ପ୍ରକାଶ ପାଇଥାଏ l ଚଳିତ ବର୍ଷ ଆମ ଦେଶ ୭୩ତମ ଗଣତନ୍ତ୍ର ଦିବସ ପାଳନ କରୁଛି l ଏହି ଗଣତନ୍ତ୍ର ଦିବସ ଆମକୁ ସୂଚେଇ ଦେଇଥାଏ ଯେ ଭାରତ ଗୋଟିଏ ସାର୍ବଭୌମ ଲୋକ ତନ୍ତ୍ରର ରାଷ୍ଟ୍ର l ଯାହା ଆମକୁ ଆମର ଅଧିକାର ବିଷୟରେ ସୂଚିତ କରେ l
୧୯୫୦ ଜାନୁଆରୀ ୨୬ ତାରିଖ ଦିନ ଭାରତ ଇତିହାସରେ ଗୋଟିଏ ଗୁରୁତ୍ୱପୂର୍ଣ ଦିନ ଥିଲା l ଏହିଦିନ ଆମ ଭାରତୀୟ ସମ୍ବିଧାନ ର ନିର୍ମାଣ ହୋଇଥିଲା l ଯାହାକୁ ଡକ୍ଟର . ବି. ଆର. ଆମ୍ବେଦକର ସ୍ଥାପନା କରିଥିଲେ l ଏହିଦିନ ଭାରତ ଗୋଟିଏ ଗଣରାଜ୍ୟ ଭାବରେ ଘୋଷିତ ହୋଇଥିଲା l ପୃଥିବୀ ଇତିହାସରେ ଭାରତୀୟ ସମ୍ବିଧାନ ହେଉଛି ସବୁଠୁ ଦୀର୍ଘତମ ସମ୍ବିଧାନ l ଯାହା ଆମର ମୌଳିକ ଅଧିକାର କୁ ସୂଚେଇ ଥାଏ l ତାହାକୁ ସମ୍ମାନ ଜଣାଇ ଭାରତର ପ୍ରତିଟି ନାଗରିକ ୨୬ ଜାନୁଆରୀ ଦିନ ରାଷ୍ଟ୍ରୀୟ ଗାନ କରି ଜାତୀୟ ଧ୍ବଜାକୁ ଉତୋଳନ କରି ଥାଆନ୍ତି l
ଏହିଦିନ ଅଫିସ ଓ ବିଦ୍ୟାଳୟ ଗୁଡିକରେ ଜାତୀୟ ପତାକା ଉତୋଳନ ହୋଇଥାଏ l ତା ସହିତ ରାଷ୍ଟ୍ରୀୟ ଅବକାଶ ମଧ୍ୟ ଘୋଷଣା କରାଯାଇ ଥାଏ l ଭାରତର ରାଜଧାନୀ ଦିଲ୍ଲୀ ଠାରେ ରାଷ୍ଟ୍ରପତି ଜାତୀୟ ପତାକା ଉତୋଳନ କରି ଥାଆନ୍ତି l ଏହାପରେ ବିଭିନ୍ନ ରାଜ୍ୟ ଓ ୩ ସେନା ବାହିନୀ ପକ୍ଷରୁ ଚିତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସେହିଭଳି ସମସ୍ତ ରାଜ୍ୟ ଗୁଡିକରେ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତୋଳନ କରନ୍ତି l କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ସବୁ କିଛି ଅନୁଷ୍ଠିତ ହେବ l