Odisha news

ସଫଳତାର ପୁଞ୍ଜି : ଜ୍ଞାନ ସହିତ ସଂସ୍କାର ର ମହତ୍ୱ ରହିଲେ ହିଁ ଜଣେ ବ୍ୟକ୍ତି ଜୀବନରେ ଉନ୍ନତି କରି ପାରିବ

0

ସଫଳତାର ପୁଞ୍ଜି କହୁଛି ଯାହା ନିକଟରେ ଜ୍ଞାନ ସହିତ ଯୋଗ୍ୟତା ରହିଛି ତେବେ ଜୀବନରେ ଆପଣଙ୍କୁ କେହିବି ସଫଳତା ଲାଭ କରିବାରୁ ଅଟକାଇ ପାରିବେ ନାହିଁ l ସେଥିପାଇଁ ଜୀବନରେ ସଫଳତା ସେହି ମାନଙ୍କୁ ମିଳିଥାଏ ଯିଏ ଶିକ୍ଷା କୁ ଗ୍ରହଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥାଏ l ସଫଳତାର ପୁଞ୍ଜି କହିଥାଏ ଯେ ଜ୍ଞାନ ପ୍ରାପ୍ତ କରିବା ପାଇଁ କୌଣସି ବୟସ ସୀମା ଆବଶ୍ୟକ ନଥାଏ l ଜ୍ଞାନ ହାସଲ କରିବା ପାଇଁ ବ୍ୟକ୍ତି ସର୍ବଦା ପ୍ରସ୍ତୁତ ରହିବା ଆବଶ୍ୟକ l

* ଭଲ ବନ୍ଧୁତ୍ୱ ଆପଣେଇବା ଉଚିତ – ସଫଳତାର ପୁଞ୍ଜି କହୁଛି ଯେ ଭଲ ବନ୍ଧୁତ୍ୱ ବ୍ୟକ୍ତିକୁ ସଫଳତାର ଶିର୍ଷର ଯୋଗଦାନ ହୋଇଥାଏ l ଯେଉଁ ବ୍ୟକ୍ତିମାନେ ଭଲ ଓ ଯୋଗ୍ୟ ବ୍ୟକ୍ତି ମାନଙ୍କ ସହିତ ଅଧିକ ସମୟ ଅତି ବାହିତ କରି ଥାଆନ୍ତି ସେମାନେ ସର୍ବଦା ସମ୍ମାନ ପ୍ରାପ୍ତ କରି ଥାଆନ୍ତି l କିନ୍ତୁ ଯଦି ଉପଯୁକ୍ତ ସାଙ୍ଗ ଯଦ ମିଳି ନଥାଏ ତେବେ ମଣିଷ ପଥଭ୍ରଷ୍ଟ ହୋଇଥାଏ l

* ବ୍ୟକ୍ତି ସର୍ବଦା ବନ୍ଧୁତାକୁ ନେଇ ସତର୍କ ରହିବା ଆବଶ୍ୟକ – ସଫଳତାର ପୁଞ୍ଜି କହିଥାଏ ଯେ ବ୍ୟକ୍ତି ସର୍ବଦା ନିଜ ବନ୍ଧୁତ୍ଵକୁ ନେଇ ସଚେତନ ରହିବା ଉଚିତ l କାରଣ ଖରାପ ସାଙ୍ଗ ଦୋଷରୁ ପ୍ରତିଭା ବାନ ବ୍ୟକ୍ତି ମଧ୍ୟ ନିଜର ବ୍ୟକ୍ତିତ୍ୱ ହରାଇ ଥାଏ l ତେଣୁ ବନ୍ଧୁତା ଭାବିଚିନ୍ତି କରିବା ଉଚିତ l

* ଶିକ୍ଷା ସହିତ ସଂସ୍କାର ର ମହତ୍ୱ – ସଫଳତାର ପୁଞ୍ଜି କହିଥାଏ ଯେ ଶିକ୍ଷାର ମହତ୍ୱ ସେତେବେଳେ ରହିଥାଏ ଯେତେବେଳେ ସଂସ୍କାର ଓ ସାଙ୍ଗ ଦୋଷ ଠିକ ରହିଥାଏ l ସଂସ୍କାର ରୁ ଶିକ୍ଷା ର ବୃଦ୍ଧି ହୋଇଥାଏ l କେବଳ ଶିକ୍ଷିତ ହେବା ସଫଳତା ପାଇବା ନୁହେଁ l ସଫଳତା ଏହା ଉପରେ ନିର୍ଭର କରିଥାଏ ଯେ ଆପଣଙ୍କ  ଶିକ୍ଷା ଦ୍ୱାରା କେତେଜଣ ଙ୍କର ମଙ୍ଗଳ ହେଉଛି l କାରଣ ଆପଣଙ୍କ ଶିକ୍ଷା ଦ୍ୱାରା ଜନ ମଙ୍ଗଳ କାର୍ଯ୍ୟ ନିହାତି ହେବା ଆବଶ୍ୟକ l

Leave A Reply