ବୁଗୁଡ଼ା : ତା ୨୫/୦୧/୨୨ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପାଙ୍ଗିଡ଼ି ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଭାଗ୍ୟଲତା ବିଷୋୟୀ ଅପ୍ରତିଦ୍ବନ୍ଦୀ ହୋଇଛନ୍ତି l ଉକ୍ତ ପଞ୍ଚାୟତରେ ସରପଞ୍ଚ ପଦବୀ ନିମନ୍ତେ ୨ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ l ତେବେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଵିଵସରେ ଭାଗ୍ୟଲତାଙ୍କ ପ୍ରତିଦ୍ବନ୍ଦୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ଫଳରେ ଭାଗ୍ୟଲତାଙ୍କ ଭାଗ୍ୟ ଖୋଲି ଯାଇଛି l ପ୍ରକାଶ ଥାଉ କି , ଭାଗ୍ଯଲତା ପୂର୍ବରୁ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପାଙ୍ଗିଡ଼ି ପଞ୍ଚାୟତର ସମିତି ସଭ୍ୟା ରହିଥିଲେ ।