୨୬ ଜାନୁଆରୀ ଦିନଟି ଭାରତ ପାଇଁ ଗୋଟିଏ ଖାସ ଦିନ ଅଟେ l ସାରା ଦେଶ ଏହି ଦିନଟିର ଅପେକ୍ଷା କରିଥାଏ l ଏହିଦିନ ରାଷ୍ଟ୍ରୀୟ ଅବକାଶ ଘୋଷଣା ହୋଇଥାଏ l ସମସ୍ତ ସ୍ଥାନରେ ଜାତୀୟ ସଂଗୀତ ଗାନ ସହିତ ଧ୍ୱଜାବତରଣ କରାଯାଇ ଥାଏ l ଏପରି ସ୍ଥିତିରେ ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ ଯେ ଭାରତର ସ୍ୱାଧୀନତା ସହିତ ଗଣତନ୍ତ୍ର ଦିବସର କଣ ସମ୍ପର୍କ ରହିଛି l
୧ – ସ୍ୱାଧୀନତା ପୂର୍ବରୁ ଦେଶ ବ୍ରିଟିଶ ର ଗୋଟିଏ ଉପନିବେଶ ଥିଲା l ଗୋଟିଏ ଦୀର୍ଘ ସଂଘର୍ଷ ପରେ ସ୍ୱାଧୀନତା ହାସଲ ହୋଇଥିଲା l ଏହାପରେ ଦେଶ ପାଇଁ ଦୁଇଟି ଦିନ ବେଶ ଗୁରୁତ୍ୱପୂର୍ଣ ହୋଇଗଲା l ୧୫ ଅଗଷ୍ଟ ୧୯୪୭ ରେ ଦେଶ ସ୍ୱାଧୀନ ହୋଇଥିଲା ଓ ୨୬ ଜାନୁଆରୀ ୧୯୫୦ ରେ ଆମ ସମ୍ବିଧାନ ସ୍ଥାପନା ହୋଇଥିଲା l ଏହା ଅନୁସାରେ ଭାରତ ଗୋଟିଏ ଲୋକ ତାନ୍ତ୍ରିକ, ସଂପ୍ରଭୁ ଓ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷିତ ହେଲା l ଏହାପରେ ୨୬ ଜାନୁଆରୀ ଦିନ ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଇ ଥାଏ l
୨ – ସ୍ୱାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ ରେ ୨୧ଟି ତୋପ ର ସଲାମି ଦେଇ ଧ୍ୱଜାରୋହଣ କରି ଭାରତକୁ ପୁର୍ଣ ଗଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷଣା କରିଥିଲେ l ଏହାପରେ ପ୍ରତିବର୍ଷ ଏହି ଦିନ ଗଣତନ୍ତ୍ର ଦିବସ ପାଳିତ ହୋଇଥାଏ l ଏହା ସଂସଦୀୟ ପ୍ରଣାଳୀ ର ସରକାରଙ୍କ ଗଣରାଜ୍ୟ ଅଟେ l ଏହି ଗଣରାଜ୍ୟ ଭାରତୀୟ ସମ୍ବିଧାନ ଅନୁସାରେ ଶାସିତ ହୋଇଥାଏ l
୩ – ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଏହି ଗଣତନ୍ତ୍ର ସମାରୋହ ରେ ଅଂଶ ଗ୍ରହଣ କରି ଥାଆନ୍ତି l ଏହା ସହିତ ସମସ୍ତ ରାଜ୍ୟର ରାଜଧାନୀ ରେ ମଧ୍ୟ ଧ୍ୱଜାରୋହଣ କରାଯାଇ ଥାଏ l ଯେବେକି ସ୍ୱତନ୍ତ୍ରତା ଦିବସ ସମାରୋହ ରେ ପ୍ରଧାନମନ୍ତ୍ରୀ ଧ୍ୱଜାରୋହଣ କରି ଥାଆନ୍ତି l
୪ – ଗଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ଠାରେ ଜଳ, ସ୍ଥଳ ଓ ଆକାଶ ବାହିନୀ ର ତିନି ସେନା ର ସୈନ୍ୟ ବାହିନୀ ବିଭିନ୍ନ ଚିତାକର୍ଷକ କାର୍ଯ୍ୟକ୍ରମ ଦେଖାଇ ଥାଆନ୍ତି l ବିଟିଙ୍ଗ ରୀ ଟ୍ରିଟ କାର୍ଯ୍ୟକ୍ରମ ର ଆରମ୍ଭ ରୟାସୀନା ହିଲସ ରେ ରାଷ୍ଟ୍ରପତି ଭବନ ସାମ୍ନାରେ ଆୟୋଜନ କରାଯାଇ ଥାଏ l ଏହାର ମୁଖ୍ୟ ଅତିଥି ରାଷ୍ଟ୍ରପତି ଅଟନ୍ତି l ବିଟିଙ୍ଗ ରୀ ଟ୍ରିଟ ସମାରୋହ ହେଉଛି ଗଣତନ୍ତ୍ର ଦିବସ ସମାପନ ସମାରୋହ ଅଟେ l
୫ – ଚଳିତ ବର୍ଷ ସୁଭାଷ ବୋଷ ଙ୍କ ଜୟନ୍ତୀ ଉପଲକ୍ଷେ ୨୩ ଜାନୁଆରୀ ଦିନ ଠାରୁ ଗଣତନ୍ତ୍ର ଦିବସ ସମାରୋହ ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି l ଏହି ଦିନଟି ପରାକ୍ରମଃ ଦିବସ ଭାବରେ ଘୋଷିତ ହୋଇଛି l ଚଳିତ ବର୍ଷ ଦେଶ ନିଜର ୭୩ ତମ ଗଣତନ୍ତ୍ର ଦିବସ ପାଳନ କରିବ l