Odisha news

ଆପଣ ଚାହୁଁଛନ୍ତି ସିକ୍ସ ପ୍ୟାକ ଆପ, ଆସନ୍ତୁ ଜାଣିବା କଣ କଲେ ପାଇ ପାରିବେ

0
ଆଜିକାଲି ପ୍ରତିଟି ପୁଅପିଲା ସିକ୍ସ ପ୍ୟାକ ଆପ ପାଇବାକୁ ଇଛା ରଖନ୍ତି l କିନ୍ତୁ ଅଧିକାଂଶ ଯୁବକଙ୍କର ପେଟ ବାହାରି ଥିବା ଦେଖିବାକୁ ମିଳିଥାଏ l ଯାହାକୁ ନେଇ ଯୁବ ସମାଜ ଚିନ୍ତିତ ରହି ଥାଆନ୍ତି l ବିନା ବ୍ୟାୟାମ ଓ ଅଧିକ ଖାଇବା ଦ୍ୱାରା ମଧ୍ୟ ଏହା ଦେଖିବାକୁ ମିଳିଥାଏ l କିନ୍ତୁ ଏପରି କିଛି ଉପାୟ ରହିଛି ଯେଉଁଥିରେ ଅଧିକ ଖର୍ଚ୍ଚାନ୍ତ ହେବେ ନାହିଁ l
* ଦୌଡିବା ରୁ ଆରମ୍ଭ କରନ୍ତୁ – ଆପଣ ନିୟମିତ ଭାବରେ ସକାଳେ ଓ ସନ୍ଧ୍ୟା ସମୟରେ ନିଜକୁ ଆକ୍ଟିଭ ରଖି ଦୌଡିବା ଅଭ୍ୟାସ କରନ୍ତୁ l ଦୌଡିବା ଗୋଟିଏ ଭଲ ବ୍ୟାୟାମ ଅଟେ l ଏହାଦ୍ୱାରା ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଆକ୍ଟିଭ ହୋଇଥାଏ ଓ ଶରୀରର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ l ଯାହାଦ୍ୱାରା ଶରୀର ଫ୍ଲେକ୍ସିବୁଲ ହୋଇ ଯେ କୌଣସି ବ୍ୟାୟାମ ସହଜରେ କରି ହୁଏ l
* ଆରମ୍ଭରେ ପୁଷ ଅପ ନିହାତି କରନ୍ତୁ – ପ୍ରତିଦିନ ସକାଳେ ଓ ସନ୍ଧ୍ୟା ସମୟରେ ଆପଣ ୨୦ରୁ୨୫ ଥର ପୁଷ ଅପ କରନ୍ତୁ l ଏହାଦ୍ୱାରା ଆପଣଙ୍କ ପେଟର ଚର୍ବି କମିବା ସହିତ ପେଟ ଗୋଟିଏ ସେପ ରେ ଆସିବ l
* ସନ୍ତୁଳିତ ଭୋଜନ – ନିୟମିତ ଭାବରେ ସକାଳୁ ଉଠିବା ମାତ୍ରକେ ଉଷୁମ ପାଣି ସେବନ କରନ୍ତୁ l କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଠାରୁ ଦୁରେଇ ରୁହନ୍ତୁ l ଯେତେ ଅଧିକ ପାଣି ପିଇବେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ସେତେ ହିତକର l ସନ୍ତୁଳିତ ଭୋଜନ ଶରୀରକୁ ନିହାତି ଜରୁରୀ ଅଟେ l
* ବେଶିକ କ୍ରେଞ୍ଚର ରୁ ଆରମ୍ଭ କରନ୍ତୁ – ଏହାକୁ କରିବା ପାଇଁ ଚିତ ହୋଇ ସୋଇ ପଡନ୍ତୁ l ନିଜ ଆଂଠୁ କୁ ମୋଡି ଛାତିରେ ଲଗାନ୍ତୁ l ଏହାପରେ ନିଜ ହାତକୁ ମୁଣ୍ଡ ପଛପଟ କୁ ନେଇ ମୁଣ୍ଡକୁ ମଧ୍ୟ ଆଗକୁ ଆଣନ୍ତୁ l ନିଜ ଶରୀରର ଉପର ଭାଗ କୁ ଧୀରେ ଭାବରେ ପୁନର୍ବାର ତଳେ ରଖନ୍ତୁ l
* ଜିମ ଯିବା କେତେ ଜରୁରୀ – ଯଦି ଆବଶ୍ୟକ ସ୍ଥଳେ ଜିମ ଯିବାକୁ ଚିନ୍ତା କରୁଛନ୍ତି ତେବେ ଉପଯୁକ୍ତ ତତ୍ୱାବଧାନ ରେ ଶିକ୍ଷା ନିଅନ୍ତୁ l ରାତିରେ ଶୋଇବାର ଦୁଇଘଣ୍ଟା ପୂର୍ବରୁ ଭୋଜନ କରନ୍ତୁ, ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ମେଦ ବହୁଳତା ର ଶିକାର ହେବେ ନାହିଁ l
Leave A Reply