Odisha news

ନେତାଜୀ ସୁଭାଷ ବୋଷଙ୍କ ସାକ୍ଷାତ ହିଟଲର୍ ଙ୍କ ସହିତ

0

ନେତାଜୀ ସୁଭାଷ ବୋଷ ସ୍ଵାଧୀନତା ସଂଗ୍ରାମ ର ମହାନାୟକ ଓ ଆଜାଦ୍ ହିନ୍ଦ୍ ଫଉଜ ର ସଂସ୍ଥାପକ । ସେ ଓଡ଼ିଶାର କଟକସ୍ଥିତ ଓଡ଼ିଆ ବଜାର ରେ ଜାନୁଆରୀ ୨୩ ତାରିଖ, ୧୮୯୭ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଅଦମ୍ୟ ସାହସ ଓ ବୁଦ୍ଧି ବଳରେ ଭାରତର ଇତିହାସ ଓ ପୃଥିବୀ ଇତିହାସ ରେ ବିଶେଷ ସ୍ଥାନ ଗ୍ରହଣ କରିଥିଲେ ।

ପିଲାଟି ଦିନରୁ ସୁଭାଷ ବୋଷ ଖୁବ୍ ନିର୍ଭୀକ ଓ ସାହସୀ ଥିଲେ । ତାଙ୍କର ଏହି ସାହସ ଓ ନିର୍ଭୀକ ଭାବ ତାଙ୍କୁ ଦେଶ ମାତୃକା ପ୍ରତି ସେବା କରିବା ପାଇଁ ଆଗକୁ ପାଦ ବଢାଇବାରେ ସାହାଯ୍ୟ କରିଥିଲା । ତାଙ୍କ ପିତା ଓ ପରିବାର ସଦସ୍ୟ ଙ୍କ ଇଚ୍ଛା କ୍ରମେ ସେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ଯାଇ ଥିଲେ ସତ କିନ୍ତୁ ସେହି ଉଚ୍ଚ ଶିକ୍ଷା କୁ ସେ ଭାରତମାତା ପାଇଁ ଉତ୍ସର୍ଗୀକୃତ କରିଥିଲେ । ସେ ଆଇ ସି ଏସ ପରୀକ୍ଷା ରେ ଉଟିର୍ଣ୍ଣ ହୋଇ ଭାରତକୁ ଫେରି ଦେଷବନ୍ଧୁ ଚିତ୍ତରଞ୍ଜନ ଦାସ ଙ୍କ ସଂସ୍ପାର୍ସ ରେ ଆସି ସ୍ଵାଧୀନ ଭାରତ ପାଇଁ ପ୍ରେରିତ ହୋଇଥିଲେ ।

ପଣ୍ଡିତ ଜବାହରଲାଲ ନେହେରୁ ଙ୍କୁ ସାକ୍ଷାତ କରି ଗୋଟିଏ ଦକ୍ଷ ଯୁବନେତା ଭାବରେ ନିଜର ପାରଦର୍ଶିତା ଦେଖାଇ ଥିଲେ । କିନ୍ତୁ କଂଗ୍ରେସ ର ନରମ ସ୍ଵଭାବ ନିକଟରେ ସୁଭାଷ ବୋଷ ଙ୍କ ଗରମ୍ ସ୍ଵଭାବ ଚଳିଲା ନାହିଁ । ଏହାପରେ ସେ ମଇ ୨୯ ତାରିଖ ୧୯୩୯ ରେ କଲିକତା ଠାରେ ହୋଇଥିବା କଂଗ୍ରେସ ର ସଭା ରେ ତ୍ୟାଗପତ୍ର ଦେଇଥିଲେ । ଏହାପରେ ମଇ ୩ ତାରିଖ ୧୯୩୯ ରେ ସୁଭାଷ ଚନ୍ଦ୍ର କଲିକତା ଠାରେ ଅଗ୍ରଗାମୀ ଦଳର ନିର୍ମାଣ କରିଥିଲେ ।

୧୯୩୯ ରେ ଦ୍ଵିତୀୟ ବିଶ୍ୱଯୁଧ୍ୟ ଆରମ୍ଭ ହୋଇଥିଲା । ବ୍ରିଟିଶ ସରକାର ସୁଭାଷ ଙ୍କ ର ଯୁଦ୍ଧ ବିରୋଧୀ ଆନ୍ଦୋଳନ ଦ୍ଵାରା ଭୟଭୀତ ହୋଇ ତାଙ୍କୁ ଗିରଫ କରିଥିଲେ । ୧୯୪୦ ରେ ଇଂରେଜ ସରକାର ସୁଭାଷ ଙ୍କୁ ତାଙ୍କ ଘରେ ନଜର ବନ୍ଦୀ କରିଥିଲେ । ଏହାପରେ ନେତାଜୀ ନିଜ ବୁଦ୍ଧି ବଳରେ ସେଠାରୁ ଖସିବାକୁ ସକ୍ଷମ ହୋଇଥିଲେ ।

ନେତାଜୀ ଜଣେ ମୁସଲମାନ ମୌଲବୀ ଙ୍କ ରୂପ ଧାରଣ କରି ଆଫଗାନିସ୍ତାନ ବାଟ ଦେଇ ବର୍ଲିନ୍ ରେ ପହଞ୍ଚି ଥିଲେ । ଏହାପରେ ବର୍ଲିନ୍ ରେ ଜର୍ମାନୀର ତତ୍କାଳୀନ ଶାସକ ହିଟ୍ଲର୍ ଙ୍କୁ ସାକ୍ଷାତ କରିଥିଲେ ଏବଂ ଭାରତକୁ ସ୍ବାଧିନ କରାଇବା ପାଇଁ ଜର୍ମାନୀ ଓ ଜାପାନ୍ ର ସାହାଯ୍ୟ ମାଗି ଥିଲେ । ଜର୍ମାନୀ ରେ ଭାରତୀୟ ସ୍ୱତନ୍ତ୍ରତା ସଂଗଠନ ଓ ଆଜାଦ୍ ହିନ୍ଦ୍ ରେଡ଼ିଓ ର ସ୍ଥାପନା କରିଥିଲେ । ଏହାପରେ ସୁଭାଷ ଚନ୍ଦ୍ର ନେତାଜୀ ନାମରେ ଜଣାଶୁଣା ହେଲେ । ଜର୍ମାନୀ ଭାରତରୁ ଅନେକ ଦୁର ଥିଲା , ସେଥିପାଇଁ ଜୁନ ୩ ତାରିଖ ୧୯୪୩ ରେ ପଣ୍ଡୁବି ସାହାଯ୍ୟ ରେ ଜାପାନ୍ ଯାଇଥିଲେ । ପୂର୍ବ ଏସିଆ ଓ ଜାପାନ୍ ରେ ପହଞ୍ଚି ଆଜାଦ୍ ହିନ୍ଦ୍ ଫଉଜ ର ବିସ୍ତାର କରିଥିଲେ ।

ନେତାଜୀ ତାଙ୍କ ଭାଷଣ ଜରିଆରେ ଆଜାଦ୍ ହିନ୍ଦ୍ ଫଉଜ ରେ ଭର୍ତ୍ତି ହେବା ପାଇଁ ଲୋକ ମାନଙ୍କୁ ଆହ୍ବାନ ଦେଇଥିଲେ । ସେ ନିଜ ଆହ୍ବାନ ରେ ” ତମେ ମତେ ରକ୍ତ ଦିଅ, ମୁଁ ତମକୁ ସ୍ଵାଧୀନତା ଦେବି” କହିଥିଲେ ।

Leave A Reply