Odisha news

ରାସ୍ତାକଡ଼ ବୁଦାରୁ ଯୁବକଙ୍କ ଶବ ଉଦ୍ଧାର

0
ବେଲଗୁଣ୍ଠା, 11/01, ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ନାହାଡା ଗ୍ରାମର ରାସ୍ତାକଡ଼େ ଥିବା ଏକ ବୁଦାରୁ ଜଣେ 35 ବର୍ଷୀୟ ଯୁବକଙ୍କ ଶବ ଉଦ୍ଧାର ହୋଇଛି I ଶବଟି ବେଲଗୁଣ୍ଠା ବ୍ଳକ୍ ବୋରିପଦର ଗ୍ରାମର ଭାସ୍କର ନାଇକଙ୍କ ପୁଅ ବୁଲୁ ନାଇକଙ୍କ ପୁଅ ବୋଲି ଜଣା ପଡ଼ିଛି I ସୂଚନା ପ୍ରକାରେ ଗତ କାଲି ଠାରୁ ବୁଲୁ ଘର ଛାଡି ପଳାଇଆସିଥିବା ବେଳେ ଆଜି ସ୍ଥାନୀୟ ଲୋକେ ବୁଦାରେ ବୁଲୁଙ୍କ ଶବ ମୁହଁ ମାଡ଼ି ପଡିଥିବାର ଦେଖିଥିଲେ ମଧ୍ୟ ଶବଟିକୁ ଚିହ୍ନଟ କରିପାରିନଥିଲେ I ଅନ୍ୟପଟେ ଖବର ପ୍ରଚାରିତ ହେବା ପରେ ବୁଲୁଙ୍କୁ ଖୋଜୁଥିବା ବୁଲୁର ପରିବାର ଲୋକେ ଘଟଣା ସ୍ଥଳକୁ ଆସି ଶବ ଚିହ୍ନଟ କରିଥିଲେ I ଖବର ପାଇ ଗାଙ୍ଗପୁର ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ I ଏନେଇ ଗାଙ୍ଗପୁର ଥାନାରେ 02/22 ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଗାଙ୍ଗପୁର ଥାନା ଅଧିକାରୀ ଦେବ୍ କୁମାର ଗମାଙ୍ଗ ପ୍ରକାଶ କରିଛନ୍ତି I
Leave A Reply