ତାଳଚେର ତା ୧୧/୦୧ ନାବାଳିକା ଅପହରଣକାରୀ ରସିକିଆ ଟୋକା ପୋଲିସକୁ ଚକମା ଦେଖାଇ ଫେରାର୍ ହୋଇଯାଇଥିବା ଓ ପୋଲିସ୍ ବର୍ତମାନ ସୁଦ୍ଧା ସମ୍ପୃକ୍ତ ଯୁବକକୁ ଠାବ କରିପାରିନଥିବା ଘଟଣାକୁ ନେଇ ତାଳଚେର ସହରରେ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଛି ।
ଘଟଣାରୁ ପ୍ରକାଶ, ତାଳଚେର ଟାଉନ୍ ହାଟତୋଟା ଅଂଚଳର ସୁବ୍ରତ ସିଂହ (୨୦) କୁଆଡ଼େ ଜୈନିକା ନାବାଳିକାକୁ ଅପହରଣ କରିନେଇଥିବା ତାଳଚେର ଟାଉନ ଥାନାରେ ଅଭିଯୋଗକୁ ଭିତିକରି ଏକ ମାମଲା କରାଯିବା ସହ ଅଭିଯୁକ୍ତକୁ ଗିରଫକରି ତାଳଚେର ଡ଼ାକ୍ତରଖାନାକୁ ଡ଼ାକ୍ତରମାଇନା କରିବାକୁ ପୋଲିସ୍ ହେପାଜତରେ ନିଆଯାଇଥିଲା ।