ଆଠଗଡ ୧୧/୦୧/୨୨ ଆଠଗଡ ଥାନା ଅନ୍ତର୍ଗତ ମେଘା ଗଢା ନିକଟରେ ଆଜି ଭାରସାମ୍ୟ ହରାଇ ହାଇୱ ଓଲଟି ପଡିଛି । ଘଟଣା ସ୍ଥଳରେ ଡ୍ରାଇଭର ଚାପି ହୋଇଯାଇଥିଲା। ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପ୍ରକାଶ ଯୋଗ୍ୟ ବଡମ୍ଵା ଥାନା ଜାନିପଦା ଦାଶରଥି ଗ୍ରାମର ବିଭୂତି ଭୂଷଣ ରଣା ହାଇୱ ନେଇ ଅନୁଗୋଳରୁ ଭୁବନେଶ୍ୱର ଯାଉଥିବା ବେଳେ ଘଟଣା ସ୍ଥଳରେ ହାଇୱ ଓଲଟି ପଡିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୧୧/୨୨ରେ ମାମଲା ରୁଜୁ କରି ହାଇୱ ଜବତ କରିଛି। ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।