ପ୍ରତିଦିନ ଖାଲି ପାଦ ରେ ମାତ୍ର ୨୦ ମିନିଟ୍ ସବୁଜ ଘାସ ରେ ଚାଲନ୍ତୁ, ମିଳିବ ଅଦ୍ଭୁତ ଲାଭ
ସ୍ବାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ପ୍ରତିଦିନ ୨୦ ମିନିଟ୍ ପର୍ଯ୍ୟନ୍ତ ସବୁଜ ଘାସ ରେ ଚାଲନ୍ତୁ । ତା ସହିତ ମାଟି ଓ ବାଲି ଉପରେ ପ୍ରତିଦିନ ସନ୍ଧ୍ୟା ସମୟରେ ଖାଲି ପାଦ ରେ ଚାଲିବା ଆବଶ୍ୟକ ।
* ଆଖି ର ଦୃଷ୍ଟି ଶକ୍ତି ବଢ଼ିଥାଏ – ସକାଳୁ ଯେତେବେଳେ ଖାଲି ପାଦ ରେ ଚାଲିବା ଦ୍ଵାରା ଆଖିର ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।
* ଏଲର୍ଜି ଦୂର ହୋଇଥାଏ – ଘାସ ଉପରେ ଚାଲିବାକୁ କୁହା ଯାଇଥାଏ ଗ୍ରୀନ ଥେରାପି । ବିଶେଷଜ୍ଞ ମାନଙ୍କ ମତରେ ଯଦି ଆପଣ ସକାଳୁ କାକର ପଡ଼ିଥିବା ଘାସ ଉପରେ ଚାଲିବା ଦ୍ଵାରା ଏଲାର୍ଜି ଦୂର ହୋଇଥାଏ ।
* ମାଂସ ପେଶି ସୁଦୃଢ଼ ହୋଇଥାଏ – ପ୍ରତିଦିନ ଯଦି ଆପଣ ସବୁଜ ଘାସ ଉପରେ ଚାଲୁ ଛନ୍ତି ତେବେ ଏହା ମାଂସ ପେଶି ଉପରେ ପ୍ରଭାବ ପକାଇ ମାଂସ ପେଶି କୁ ସୁଦୃଢ଼ କରିଥାଏ ।
* ମାନସିକ ଚାପ ରୁ ଆରାମ ମିଳିଥାଏ – ପ୍ରତିଦିନ ସକାଳୁ ଖାଲି ପାଦ ରେ ଘାସ ଉପରେ ଚାଲିବା ଦ୍ଵାରା ମାନସିକ ଚାପ ଦୁର ହେବା ସହ ମନ ଶାନ୍ତ ହୋଇଥାଏ ।