ବୈଶିଙ୍ଗା–୪/୧–ବୈଶିଙ୍ଗା ଥାନା ଅଧୀନ କଳମା ଛକ ନିକଟରେ ଆଜି ସନ୍ଧ୍ୟା ସମୟରେ ଏକ ବାଇକ ଏବଂ ଟ୍ରାକ୍ଟର ମଧ୍ୟରେ ଘଟିଥିବା ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀର ହାତ ଭାଙ୍ଗିବା ସହ ଡାକ୍ତରଖାନାରେ ଭର୍ତ୍ତୀ । ଘଟଣାରୁ ପ୍ରକାଶ ମୟୂରଭଞ୍ଜ ଜିଲ୍ଲା ଚିତ୍ରଡ଼ା ଅଞ୍ଚଳର ମାତୁଙ୍ଗ ବିନ୍ଧାଣୀ ତାଙ୍କ ସ୍ତ୍ରୀଙ୍କ ସହ ଏକ ବାଇକ ଯୋଗେ ବାଲେଶ୍ଵର ଜିଲ୍ଲା ପାତ୍ରପଡ଼ାକୁ ଯାଉଥିବା ସମୟରେ କଳମା ଛକ ନିକଟରେ ଏକ ଟ୍ରାକ୍ଟର ସହିତ ଦୁର୍ଘଟଣା ହେବା ଯୋଗୁଁ ବାଇକ ଚାଳକ ଗୁରୁତର ଆହତ ହୋଇ ରାସ୍ତାରେ ପଡି ରହିଥିଲେ। ବୈଶିଙ୍ଗା ପୋଲିସ ସନ୍ଧ୍ୟା ସମୟରେ ପେଟ୍ରୋଲିଂରେ ଯାଉଥିବା ବେଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଆହତ ମାତଙ୍ଗକୁ ପୋଲିସ ଗାଡି ଯୋଗେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଆସିଥିଲେ। ଡାକ୍ତର ଅମିତ କୁମାର ନାୟକ ଦୁର୍ଘଟଣା ଗ୍ରସ୍ତ ମାତୁଙ୍ଗର ପ୍ରାଥମିକ ଚିକିତ୍ସା କରି ଡାହାଣ ହାତଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ପ୍ରକାଶ କରିଥିଲେ। ଆହତର ଅଧିକ ଚିକିତ୍ସା ନିମନ୍ତେ ବାରିପଦା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।