– ସନ୍ଧ୍ୟା ସମୟରେ ବ୍ୟାୟାମ ଓ ଯୋଗାସନ କରିବା ଦ୍ୱାରା ଆଳସ୍ୟ ଭାବି ଆସି ନଥାଏ l ସକାଳେ ନିଦରୁ ଉଠି ଆମେ ବ୍ୟାୟାମ କରିବା ପାଇଁ ସାମାନ୍ୟ ଆଲସ୍ୟଭାବ ଦେଖାଇଥାଉ l
– ଯେଉଁମାନେ ସନ୍ଧ୍ୟା ସମୟରେ ବ୍ୟାୟାମ କରି ଥାଆନ୍ତି ସେମାନେ ନିଜର ଦିନସାରା ର ଚିନ୍ତା ଓ ଅବସାଦ କୁ ମ୍ୟାନେଜ କରିବାର ସାହାଯ୍ୟ ପାଇ ଥାଆନ୍ତି l କାରଣ ଯୋଗାସନ ଓ ବ୍ୟାୟାମ ଦ୍ୱାରା ମନ ଶାନ୍ତ ହୋଇଥାଏ ଓ ଭଲ ନିଦ ଆସିଥାଏ l
– ଦିନରେ ଘଟିଥିବା ବିଭିନ୍ନ ଘଟଣା ଦ୍ୱାରା ଯଦି ମନ ବେସ୍ତ ଲାଗୁଥାଏ ତେବେ ସନ୍ଧ୍ୟା ସମୟରେ ବ୍ୟାୟାମ ଓ ଯୋଗ ଦ୍ୱାରା ସକାରାତ୍ମକ ଉର୍ଜା ପାଇ ପାରିବେ l ମନକୁ ସ୍ଥିର ରଖି କାର୍ଯ୍ୟରେ ବିନିଯୋଗ କରିବେ l
– ସନ୍ଧ୍ୟା ସମୟରେ ଯୋଗ କରିବା ଦ୍ୱାରା ଶରୀରର ହର୍ମୋନାଲ ଇମ୍ବାଲାନ୍ସ କୁ ନିୟନ୍ତ୍ରିତ କରି ପାରିବେ l କାରଣ ଦିନସାରା ର ନକାରାତ୍ମକ ଶକ୍ତି ଆମ ଶରୀରକୁ ବିଭିନ୍ନ କ୍ଷତି ଘଟାଇ ଥାଏ l
– ଆମେ ସକାଳ ସମୟରେ ନିଜର ଦୈନନ୍ଦିନ ରୁଟିନ ଅନୁସାରେ କାର୍ଯ୍ୟ କରିବା ପାଇଁ ସ୍ଥିର ମସ୍ତିଷ୍କରେ ବ୍ୟାୟାମ ଓ ଯୋଗାସନ କରି ପାରି ନଥାଉ l ତେଣୁ ସଂଧ୍ୟାର ବ୍ୟାୟାମ ଆମକୁ ସାହାଯ୍ୟ କରିଥାଏ l