ନାରୀମାନେ ହେଲେ ସଂସାରର ବଡ଼ ଶକ୍ତି । ଶାସ୍ତ୍ର ଅନୁସାରେ ନାରୀ ଓ କନ୍ୟା ଙ୍କୁ ଦିଆଯାଏ ମା ଶକ୍ତିଙ୍କ ସ୍ଥାନ । ସୃଷ୍ଟିର ଆରମ୍ଭ ରୁ ମା ଶକ୍ତିଙ୍କୁ ଆମେ ଏକ ବିଶେଷ ସ୍ଥାନ ଦେଇ ପୂଜାର୍ଚ୍ଚନା କରିଥାଉ । ସେହିଭଳି ନିଜ ଘରେ ମଧ୍ୟ ତାହାକୁ ଆପଣେଇବା ଆବଶ୍ୟକ ବୋଲି ଶାସ୍ତ୍ର ଅନୁସାରେ କୁହାଯାଇଛି ।
* ଯେପରି ଆମେ ମା ଶକ୍ତିଙ୍କୁ ଗୋଟିଏ ବିଶେଷ ସମ୍ମାନ ଦେଇଥାଉ , ସେହିପରି କନ୍ୟା ଓ ନାରୀ ମାନଙ୍କର ମଧ୍ୟ ନିଜ ପରିବାରରେ ସମ୍ମାନ ରହିବା ଉଚିତ୍ । କେବେବି ସେମାନଙ୍କୁ ଉପହାସ କରି କିଛି କହିବା ଉଚିତ୍ ନୁହେଁ । ଏପରି କଲେ ଆପଣଙ୍କ ଜୀବନ ରେ ଅସୁବିଧା ଦେଖାଦେବ ।
* ଘରେ କେବେବି ଅଶାନ୍ତି ସୃଷ୍ଟି ହେଲା ଭଳି ଟିପଣି ଦିଅନ୍ତୁ ନାହିଁ , କୁହାଯାଏ ନାରୀ ଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଲେ ଘରେ ଲକ୍ଷ୍ମୀଙ୍କ ବାସ ହୁଏ ନାହିଁ ।
* ନାରୀଙ୍କୁ କେବେ ହାତ ଉଠାଇବା ଉଚିତ୍ ନୁହେଁ । କାରଣ ନାରୀଙ୍କୁ ହାତ ଉଠାଇଲେ ଆପଣ କାଙ୍ଗାଳ ହେବେ । କୁହାଯାଏ ଯେ ନାରୀ ର ଲୁହରେ ସମୁଦ୍ର ର ଶକ୍ତି ରହିଥାଏ । ଯେପରି ସମୁଦ୍ରର ପାଣି ସବୁ ଭସେଇ ନେଇଥାଏ ସେହିଭଳି ନାରୀର ଲୁହ ସବୁ କିଛି ଭସାଇ ନିଏ ।
* କେବେବି କନ୍ୟାର ଗାଲକୁ ଚାପୁଡ଼ା ମାରିବା ଉଚିତ୍ ନୁହେଁ । କାରଣ ସେମାନଙ୍କ ନିକଟରେ ମା ଦୁର୍ଗା ବାସ କରି ଥାଆନ୍ତି। ତେଣୁ ସେମାନଙ୍କ ସ୍ଥାନ ଦେବୀ ଙ୍କ ସହିତ କରାଯାଏ । ଆମ ହିନ୍ଦୁ ସଂସ୍କୃତିରେ ମଧ୍ୟ ସେମାନଙ୍କୁ ପୂଜା କରାଯାଇଥାଏ । କନ୍ୟାଙ୍କ ପାଦରେ ଲକ୍ଷ୍ମୀ ବାସ କରିଥାନ୍ତି , ଉତ୍ତର ଭାରତରେ ନବରାତ୍ରି ରେ ବିଶେଷ ଭାବରେ କନ୍ୟାଙ୍କ ପାଦ ପୂଜା କରାଯାଇଥାଏ ।