ଶୀତଋତୁରେ ଶରୀର ପାଇଁ ରାମବାଣ ଅଟେ ଅଁଳା ଚୁର୍ଣ ଓ ମହୁ : ଏହିସବୁ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇ ଥାଏ
ଶୀତଋତୁରେ ପ୍ରାୟ ସମସ୍ତେ ଅଁଳା ଓ ମହୁକୁ ବ୍ୟବହାର କରି ଥାଆନ୍ତି l କିନ୍ତୁ କେହିବି ଜାଣନ୍ତି ନାହିଁ ଏହାକୁ ମିଶାଇ ବ୍ୟବହାର କଲେ ଏତେଗୁଡିଏ ରୋଗରୁ ମୁକ୍ତି ମିଳିଥାଏ l ଯାହାଦ୍ୱାରା ଅନେକ ପ୍ରକାରର ଶାରୀରିକ ସମସ୍ୟା ଦୂର ହୋଇଥାଏ l ବିଶେଷ ଭାବରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ଏହି ୨ଟି ଜିନିଷ ସାହାଯ୍ୟ କରିଥାଏ l
* ପାଚନ ଶକ୍ତି ପାଇଁ :
ମହୁରେ ଏପରି କିଛି ଗୁଣ ରହିଛି ଯାହା ପାଚନ ତନ୍ତ୍ରକୁ ଠିକ କରିଥାଏ l ଅଁଳା ରେ ଫାଇବର ଭରପୁର ମାତ୍ରାରେ ରହିଥାଏ l ଗ୍ୟାସ, ଏସିଡ଼ିଟି, ବଦହଜମି, ଇତ୍ୟାଦି ଠାରୁ ରକ୍ଷା ପାଇବା ପାଇଁ ନିୟମିତ ଅଁଳା ଓ ମହୁ ସେବନ କରିବା ଉଚିତ l ଶୀତଋତୁରେ କୋଷ୍ଠ କାଠିନ୍ୟ ସମସ୍ୟାକୁ ଏହା ଠିକ କରିଥାଏ l
* ମଧୁମେହ ପାଇଁ :
ଅଁଳା ରେ ଆଣ୍ଟି ଡ଼ାଈବିଟିକ ଗୁଣ ରହିଛି l ଯାହା ବଢି ଥିବା ବ୍ଲଡ଼ ସୁଗାର ସମସ୍ୟାକୁ ଠିକ କରିଥାଏ l ତେଣୁ ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅଁଳା ଚୁର୍ଣ ଓ ଉଷୁମ ପାଣି ସେବନ କରିବା ଦ୍ୱାରା ମଧୁମେହ ସମସ୍ୟା ଦୂର ହୋଇଥାଏ l
* ଥଣ୍ଡା ଓ କାଶ ପାଇଁ :
ଶୀତଋତୁରେ ପ୍ରାୟ ଥଣ୍ଡା ଓ କାଶ ସମସ୍ୟା ପ୍ରାୟ ଦେଖା ଯାଇଥାଏ l ଏହି ସମୟରେ ଥଣ୍ଡା ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ସବୁଦିନ ସକାଳୁ ଅଁଳା ଚୁର୍ଣ ଓ ମହୁ ସେବନ କରନ୍ତୁ l ଏହା ଛାତିରେ କଫକୁ ଜମିବାକୁ ଦେଇ ନଥାଏ l ଶୁଖିଲା କାଶ ପାଇଁ ମଧ୍ୟ ଅଁଳା ଓ ମହୁ ଖୁବ ହିତକର l
* ରୋଗ ପ୍ରତିରୋଧକ କ୍ଷମତା ପାଇଁ :
ନିୟମିତ ଭାବରେ ଅଁଳା ଚୁର୍ଣ ଓ ମହୁ ଯଦି ଆପଣ ସେବନ କରିବେ ଏହା ଆପଣଙ୍କୁ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ l ଅଁଳା ରେ ଥିବା ଭିଟାମିନ ସି ଆମର ପ୍ରତିରୋଧକ ପ୍ରଣାଳୀ କୁ ସୁଦୃଢ଼ କରିଥାଏ l