Odisha news

ବାଲିଗୁଡାରେ ୬୯ତମ ରାଜ୍ୟ ସ୍ତରୀୟ ଦିବାରାତ୍ର ପୁରୁଷ ଭଲିବଲ ପ୍ରତିଯୋଗିତା ଉଦଘାଟିତ

0
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ଖେଳ ପଡିଆରେ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ୬୯ତମ ରାଜ୍ୟ ସ୍ତରୀୟ ଦିବାରାତ୍ର ପୁରୁଷ ଭଲିବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ପ୍ରଥମ ଦିନର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ରାଜୀବ ପାତ୍ର, ଉପଜିଲ୍ଲାପାଳ ତଥା ସଙ୍ଘର ସଭାପତି ଡ.ଶୁଭଙ୍କର ମହାପାତ୍ର, ତହସିଲଦାର ଶଶାଙ୍କ ଶେଖର ପାତ୍ର, ପୁର୍ବତନ ଏନଏସି ଅଧକ୍ଷ ଲୋକନାଥ ପାଢୀ , ଉପଖଣ୍ଡ କ୍ରୀଡା ସଂଘର ଉପସଭାପତି ତଥା ଆଇନଜୀବି ସେକ ସାଦିକ, କ୍ରୀଡା ସଂଘର ସମ୍ପାଦକ ଡ ଶୁସାନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।  ଉଦଘାଟନୀ ମ୍ୟାଚରେ ନୁଆପଡା ବନାମ ବଲାଙ୍ଗିର ମଧ୍ୟରେ ହୋଇଥିଲା ଏଥିରେ ବଲାଙ୍ଗିର ଦଳ ବିଜୟୀ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ସାତଗୋଟି ଦଳ ଯଥା ବଲାଙ୍ଗିର, ଯାଜପୁର, କେନ୍ଦ୍ରାପଡା, କଳାହାଣ୍ଡି, ରାଉରକେଲା, ସମ୍ବଲପୁର ଓ ନୁଆପଡା ଦଳ ଅଂଶ ଗ୍ରହଣ କରୁଛନ୍ତି। ଏହି ଭଳି ଦିବା ରାତ୍ର  ଖେଳ ବାଲିଗୁଡାରେ ପ୍ରଥମ ଥର ହେଉଥିବା ହେତୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।
Govt
Leave A Reply