Odisha news

ଦୀପାବଳୀ ଦିନ କଣ ରହିଛି ଚରଣ ପାଦୁକାର ମହାଉପାୟ ମହତ୍ୱ ? ଏପରି କରିବା ଦ୍ୱାରା ହୋଇ ନଥାଏ ପଇସାର ଅଭାବ

ଆଜି ହେଉଛି ଆଲୋକର ପର୍ବ ଦୀପାବଳୀ, ଏହିଦିନଟି ଆମ ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରଖିଛି l ଭାରତ ବ୍ୟତୀତ ଅଧିକାଂଶ ଦେଶରେ ମଧ୍ୟ ଏହାକୁ ପାଳନ କରାଯାଇ ଥାଏ l ଦୀପାବଳୀ କାର୍ତିକ ମାସରେ ଅମାବାସ୍ୟା ଦିନ ପାଳିତ ହୋଇଥାଏ l ଦୀପାବଳୀ ଆଲୋକର ପର୍ବ ହେବା ସହ ପାପ ରୂପକ ଅନ୍ଧକାର ଉପରେ ବିଜୟ ର ପର୍ବ ଭାବରେ ପାଳିତ ହୋଇଥାଏ l ଆମେ ପ୍ରାୟ ସମସ୍ତେ ଧନତେରସ ରେ ବିଭିନ ଧାତୁର ଜିନିଷ କିଣିଥାଉ, କିନ୍ତୁ ଦୀପାବଳୀର ଶୁଭ ଅବସରରେ ମଧ୍ୟ କିଛିଟା ଜିନିଷ କିଣିବା ଦ୍ୱାରା ଜୀବନରେ ସୁଖ ଓ ସମୃଦ୍ଧି ରହିଥାଏ l

* ଦୀପାବଳୀ ଦିନ ଆପଣ ଚାନ୍ଦି, ପାରଦ କିମ୍ବା ୫ ଧାତୁର ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା କିଣି ପାରିବେ l କେବେବି ପ୍ଲାଷ୍ଟିକ ର ଚରଣ ପାଦୁକା କିଣିବା ଉଚିତ ନୁହେଁ l ଏହାକୁ ଦୀପାବଳୀ ଦିନ ଘରକୁ ଆଣିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ l

* ଧନର ଦେବୀ ମାତା ଲକ୍ଷ୍ମୀଙ୍କ ଚରଣ ପାଦୁକା କୁ ଦୀପାବଳୀ ରାତିରେ ବିଧିବିଧାନ ଭାବରେ ପୂଜା କରି ଗୋଟିଏ ନାଲି କପଡ଼ାରେ ଗୁଡ଼ାଇ ନିଜ ଅଲମାରୀରେ ରଖନ୍ତୁ l ମାନ୍ୟତା ରହିଛି ଯେ ମାତା ଲକ୍ଷ୍ମୀଙ୍କୁ ପୂଜିତ ଚରଣ ପାଦୁକା ର ଶୁଭ ପ୍ରଭାବ ଆପଣଙ୍କ ଘରେ ଧନର ଅସୁବିଧା ହେବାକୁ ଦେବ ନାହିଁ l

* ଦୀପାବଳୀ ଦିନ ଚରଣ ପାଦୁକା ପୂଜା କରି ସ୍ଥାପନା କରିବା ସମୟରେ ସେଥିରେ ବିଶେଷ ଭାବରେ କଉଡ଼ି ରଖି ପୂଜା କରନ୍ତୁ l ଏହି କଉଡ଼ି ବିଶେଷ ଭାବରେ ହଳଦିଆ ରଙ୍ଗର ହୋଇଥିବା ଆବଶ୍ୟକ l ଏପରି କରିବା ଦ୍ୱାରା ଧନ ପାଇଁ ବାଧକ ସାଜୁଥିବା କାର୍ଯ୍ୟ ଦୂର ହୋଇଥାଏ l

* ପ୍ରତି ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ଦିନ ଅଟେ, ତେଣୁ ଏହିଦିନ ବିଶେଷ ଭାବରେ ଚରଣ ପାଦୁକା କୁ ପଞ୍ଚାମୃତ ରେ ଧୋଇବା ଆବଶ୍ୟକ l ଏହାପରେ ଏଥିରେ ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ ଥାଏ l ଏପରି ଭାବରେ ସବୁ ଗୁରୁବାର ଦିନ କରିବା ଦ୍ୱାରା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଅଭାବ ଅନାଟନ ଦୂର ହୋଇଥାଏ l

* ପ୍ରତିଦିନ ସନ୍ଧ୍ୟାରେ ଚରଣ ପାଦୁକା ନିକଟରେ ଦୀପ ଜଳାଇ ପୂଜା କରିବା ଦ୍ୱାରା ସନ୍ତାନ ମାନଙ୍କର ଉନ୍ନତି ହୁଏ ଓ ତା ସହିତ ବିଭିନ୍ନ ସଫଳତା ହାସଲ ହୋଇଥାଏ l

Nalco

Comments are closed.