Odisha news

ଭାରତୀୟ ଭ୍ୟାକସିନ କୁ ମିଳିଲା ଆଉ ୫ଟି ଦେଶର ମାନ୍ୟତା , ବର୍ତମାନ ୩୫ ଟି ଦେଶକୁ ସହଜରେ କରି ପାରିବେ ଯାତ୍ରା

ନୂଆଦିଲ୍ଲୀ : ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅ ଯାଇଛି ଯେ ଆହୁରି ୫ଟି ଦେଶ ଭାରତର ଟୀକା କୁ ପ୍ରମାଣପତ୍ର ମାନ୍ୟତା ଦେଇଛନ୍ତି l ଏହି ଦେଶ ଗୁଡିକ ମଧ୍ୟରେ ଇସ୍ତୋନିଆ, କାର୍ଗିସ୍ତାନ, ଫିଲିଷ୍ଟିନ, ମରିସସ, ଓ ମଙ୍ଗୋଲିଆ ସାମିଲ ରହିଛି l ଏହି ତଥ୍ୟ ଭାରତୀୟ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରବିନ୍ଦ ବାଗଚି ଟୁଇଟ କରି ସୂଚିତ କରିଛନ୍ତି l

ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଶ୍ରୀଯୁକ୍ତ ବାଗଚି ଟୁଇଟ କରିଛନ୍ତି ଯେ ” ଆଉ ୫ଟି ଦେଶ ଭାରତୀୟ ଟୀକା କରଣକୁ ମାନ୍ୟତା ଦେଇଛନ୍ତି l ଏହି ୫ଟି ଦେଶକୁ ଭାରତୀୟ ଭ୍ୟାକସିନ ନେବା ପରେ ଯାତ୍ରା କରି ପାରିବ l ସେହି ଦେଶ ଗୁଡିକ ହେଲା ଏଷ୍ଟନିଆ,କାର୍ଗିସ୍ତାନ, ଫିଲିଷ୍ଟିନ, ମରିସସ, ଓ ମଙ୍ଗୋଲିଆ ସାମିଲ ରହିଛି l ”

ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ସରକାର ଭାରତ ବାୟୋଟେକ ର କରୋନା ଭ୍ୟାକସିନକୁ ମାନ୍ୟତା ଦେଇଛନ୍ତି l ଭାରତରେ ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ଼ଫେରେଲ ଏଓ ଏହାର ସୂଚନା ଦେଇଛନ୍ତି l ତାଙ୍କ ଅନୁସାରେ ଅଷ୍ଟ୍ରେଲିଆ ସରକାର ଯାତ୍ରୀ ମାନଙ୍କର ଟୀକା କରଣ  ଉଦେଶ୍ୟରେ ଭାରତ ବାୟୋଟେକ ର କୋ ଭ୍ୟାକସିନ କୁ ମାନ୍ୟତା ଦେଇଛି l ଏହାର ଅର୍ଥ ଯେ କୌଣସି ଯାତ୍ରୀ କୋ ଭ୍ୟାକସିନ ନେଇ ଥିବ ସେହିଁ ଅଷ୍ଟ୍ରେଲିଆ ଯାତ୍ରା କରି ପାରିବେ l

ବିଶ୍ୱର ପ୍ରାୟ ଅଧିକାଂଶ ଦେଶ ଭାରତୀୟ ଭ୍ୟାକସିନ କୁ ମାନ୍ୟତା ଦେଇଛନ୍ତି l ସେମାନଙ୍କ ମଧ୍ୟରେ ରହିଲେ ଜର୍ମାନୀ, ଫ୍ରାନ୍ସ, ନେପାଳ, ବେଲାରୁଷ, ଆର୍ମେନିଆ, ଲେବାନନ, ୟୁକ୍ରେନ, ବେଲଜିୟମ, ହଙ୍ଗେରୀ ଓ ସର୍ବିଆ, ସାମିଲ ରହିଛନ୍ତି l

Comments are closed.