ନୂଆପଡା-( ସୁରେନ୍ଦ୍ର ପ୍ରସାଦ ତିୱାରି) ମହାଳିଙ୍ଗ ସନ ସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଙ୍କୁ ନ୍ୟାୟ ପ୍ରଦାନ ଦାବୀ ରେ ରବିବାର ତୁକୁଲା ମେହେର ସମାଜ ପକ୍ଷରୁ ଏକ ପଦ ଯାତ୍ରା ଅନୁଷ୍ଠିତ ହୋଇ ଦାବିପତ୍ର ପ୍ରଦାନ କରାଯାଇଥିଲା । ତୁକୁଲା ମେହେର ସମାଜ ର ସହ ସହ ବ୍ୟକ୍ତି ତୁକୁଲା ଗ୍ରାମରୁ ଖଡ଼ିଆଳ ପ୍ରଯ୍ୟନ୍ତ ୧୦ କିଲୋମିଟର ରାସ୍ତା କୁ ପଦଯାତ୍ରା କରି ଖଡ଼ିଆଳ ଥାନା ଛକ ନିକଟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟ ରେ ଖଡ଼ିଆଳ ଅତିରିକ୍ତ ତହସିଲଦାର ଭୁପେନ୍ଦ୍ର ସିଂ ଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା, ହତ୍ୟା କାଣ୍ଡ ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ହତ୍ୟା କାଣ୍ଡ ର ସିବିଆଇ ତଦନ୍ତ, କଲେଜ ଓ ସ୍କୁଲ କୁ ଗୋବିନ୍ଦ ସାହୁ ମାଲିକାନା ରୁ ମୁକ୍ତ କରି ବ୍ୟାଜାପ୍ତ କରିବା, ମୃତ ମମିତା ମେହେର ପରିବାର ଙ୍କୁ ଦୁଇ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରିବା,ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ତୁରନ୍ତ ଇସ୍ତଫା ଦେବା ଭଳି ଦାବି କରିଥିଲେ । ଏହି ଦାବି ପ୍ରଦାନ ବେଳେ ତୁକୁଲା ମେହେର ସମାଜ ର ସଭାପତି ଲିଙ୍ଗରାଜ ମେହେର, ସମ୍ପାଦକ ଦେବୀ ଚରଣ ମେହେର, ଯୁବ ସଭାପତି ହିରାଧର ମେହେର, ସମେତ ଚୈତନ୍ୟ ମେହେର, ନୀଳାମ୍ବର ମେହେର, ଭୁବନେଶ୍ୱର ମେହେର, ଘନ ସାଗର ମେହେର, ସନ୍ତୋଷ ମେହେର, ଜିତେନ୍ଦ୍ର ମେହେର, ,ରଶ୍ମିରଞ୍ଜନ ମେହେର, ସମେତ ତୁକୁଲା ମେହେର ସମାଜ ର ଶତାଧିକ କର୍ମକର୍ତ୍ତା ସାମିଲ ଥିଲେ । ଏହି ଆନ୍ଦୋଳନ କୁ ନୂଆପଡା ଓବିସି ମଂଚ ର ଆବାହକ ଜଗବନ୍ଧୁ ବାରିକ, ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, କପିଳେନ୍ଦ୍ର ଭୋଇ, ମିହିର ନାଏକ , ଅମିତାଭ ପଟେଲ, ଲକ୍ଷରାମ ଷଣ୍ଢ, ମୋହନ ଭୋଇ , ପ୍ରଦୀପ ମାହାନା ସମେତ ଶତାଧିକ କର୍ମକର୍ତ୍ତା ସାମିଲ ରହି ପୂର୍ଣ ସମର୍ଥନ କରିଥିଲେ ।
Comments are closed.