Odisha news

କ୍ଲିନ ଇଣ୍ତିଆ ପ୍ଲାଷ୍ଟିକ ମୁକ୍ତ ଭାରତ କାର୍ଯ୍ୟକ୍ରମ

ନୂଆପଡା-୮/୧୦ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଆଜି କୋମନା ବ୍ଲକ ଗଣ୍ଡାମେର ପଞ୍ଚାୟତ ଲର୍କି ଗ୍ରାମରେ ନେହେରୁ ଯୁବା କେନ୍ଦ୍ର ନୂଆପଡା ଓ ନବ ଜୀବନ ୟୁଥ୍ କ୍ଲବର ମିଳିତ ଉଦ୍ୟମରେ କ୍ଲିନ୍ ଇଣ୍ଡିଆ ପ୍ଲାଷ୍ଟିକ ମୁକ୍ତ ଭାରତ କରାଯାଇଥିଲା। ଏଥିରେ ଗ୍ରାମର ଚତୁପାର୍ଶ୍ଵ , ଅଙ୍ଗନୱାଡ଼ି ଘର,କ୍ଲବ୍ ଘର ସବୁ ପ୍ଲାଷ୍ଟିକ ସଫା କରାଯାଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ୱାର୍ଡ ମେମ୍ବର ଶିବଶଙ୍କର ବିଶ୍ଵାଳ ଓ ଅଙ୍ଗନ ୱାଡି କର୍ମୀ ଗୋମତି ଶବର ଯୋଗ ଦେଇଥିଲେ।ଏଥିରେ ଗ୍ରାମର ନବ ଜୀବନ କ୍ଲବ୍ ର ସଭାପତି ମହେନ୍ଦ୍ର ନାଗ ସମ୍ପାଦକ ରଂଜନ ନାଗ ,ବିରେନ୍ଦ୍ର ନିଆଲ୍,ଲଳିତ ନିଆଳ,ପ୍ରଦୀପ ବାଗ,ଡୋଳା ମଣି ନୀଆଲ୍,ବୃନ୍ଦାବନ ବିଶ୍ବାଳ,ପୂର୍ଣ୍ଣ ନାଗ,ମୋହନ ନିଆଳ,ସୁଦର୍ଶନ ବାଗ,ବିକାଶ ନିଆଳ ଓ ସୁବଦତ୍ତ୍ ରଥ ଏବଂ ନେହେରୁ ଯୁବା କେନ୍ଦ୍ର ନୂଆପଡା ର ସ୍ଵେଚ୍ଛାସେବୀ କ ହ୍ନେଇ ନିଆଳ ଓ ପ୍ରେମଲାଲ୍ ଆଡବଙ୍ଗ ଉପସ୍ଥିତ ଥିଲେ।

Comments are closed.