ନୂଆପଡା-୬/୯ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ଚାଇଲ୍ଡ ଲାଇନ ନୂଆପଡା ର ଉଦ୍ୟମ ଓ ସମ୍ମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ର ସୁପରଭାଇଜର, ଅଙ୍ଗନ୍ବାଡି କର୍ମୀ ଙ୍କ ସହାୟତାରେ ନୂଆପଡା ବ୍ଲକ ର ଧରମବନ୍ଧା ଓ ଖୁଟବନଭେରା ପଂଚାୟତ ର କୋଦୋପାଲି, ପତୋରା, ଖୁଟବନଭେରା ଗ୍ରାମର ଜନମରୁ ୧୮ ବର୍ଷ ଓ କିଶୋରୀ ଝିଅ ଓ କିଶୋର ପୁଅ ଏବଂ ସ୍ଵୟଂ ସହାୟକ ଦଳର ସଭ୍ଯ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର, ବାଲ୍ୟ ବିବାହ ର କୁ ପରିଣାମ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟ ବିବାହ ଅଧିନିୟମ, ଶିଶୁ ଶ୍ରମିକ ନିୟମ, ପୋକସୋ ଆକ୍ଟ , ମହାମାରୀ କୋବିଦ ଏବଂ ଶିଶୁ ସହାୟତା ନମ୍ବର ୧୦୯୮ ଉପରେ ସଚେତନତା କରିବା ସହିତ କିଶୋରୀ ଓ କିଶୋର ମାନଙ୍କୁ ନେଇ କୈଶୋର ଅବସ୍ଥାରେ ଭାବନା ର ର ପରିବର୍ତନ, କୈଶୋର ଅବସ୍ଥାରେ ମାନସିକ, ସାମାଜିକ, ଓ ସ୍ୱାସ୍ଥ୍ୟ ଗତ ପରିବର୍ତ୍ତନ, କୈଶୋର ଅବସ୍ଥାରେ ସ୍ୱାସ୍ଥ୍ୟ ର ଯତ୍ନ, ବାଲ୍ୟ ବିବାହ ର କୁ ପରିଣାମ, ଲିଙ୍ଗଗତ ଭେଦଭାବ, ଋତୁଶ୍ରବା ସ୍ୱାସ୍ଥ୍ୟ ସ୍ବଚ୍ଛତା ଓ ପ୍ରେମ ଉପରେ ଜୀବନ କୌଶଳ ଶିକ୍ଷା ଖେଳ ନାଚ ଗପ ଓ ସଫଳ କାହାଣୀ ମଧ୍ୟମରେ ଦିଆଯାଇଥିଲା , ଚାଇଲ୍ଡ ଲାଇନ ର କାଉନ୍ସେଲୋର ହୋସନା ଅକ୍ତରୀ, ସଦସ୍ୟ ମନସ୍ଵିନୀ ସାହୁ ତାଲିମ ପ୍ରଦାନ କରିଥିଲେ ।ଶିଶୁ ମାନଙ୍କ ମା ମାନଙ୍କୁ କୁ କୈଶୋର ଅବସ୍ଥାରେ ମାନସିକ ଶାରୀରିକ ଓ ସାମାଜିକ ପରିବର୍ତନ ଉପରେ ଧ୍ୟାନ ଦେବାଲାଗି ସଚେତନ କରଯାଇଥିଲା।ଉକ୍ତ ଅଞ୍ଚଳ ମାନଙ୍କର କୌଣସି ଶିଶୁ କୁ ଯଦି ଯତ୍ନ ଓ ସୁରକ୍ଷା ର ଅଭାବ ଦେଖିବାକୁ ପାନ୍ତି ତୁରନ୍ତ ଶିଶୁ ସହାୟତା ନମ୍ବର ୧୦୯୮ ରେ କଲ କରି ଚାଇଲ୍ଡ ଲାଇନ କୁ ଜଣାଇବା ଲାଗି କୁହାଯାଇଥିଲା । ୩ ଗୋଟି ଗ୍ରାମରୁ ଅଙ୍ଗନବାଡି କର୍ମୀ ଏବଂ ୧୪୮ ରୁ ଅଧିକା କିଶୋର କିଶୋରୀ, ମହିଳା, ଏବଂ ଶିଶୁ ମାନେ ଅଂଶ ଗ୍ରହଣ କରିଥିଲେ ଏହି କାର୍ଯ୍ୟ କ୍ରମରେ ଚାଇଲ୍ଡ ଲାଇନ ର କାଉନ୍ସେଲୋର ହୋସନା ଅକ୍ତରୀ, ସଦସ୍ୟ ମନସ୍ଵିନୀ ସାହୁ କାର୍ଯ୍ୟ କର୍ମରେ ତାଲିମ ଦେଇଥିବା ବେଳେ , ସଂଯୋଜକ ମୁକେଶ କୁମାର ଯୋଶୀ, ଓ ଆଇ ସି ଡି ଏସ ର ସୁପରଭାଇଜର କାର୍ଯ୍ୟ ସମ୍ପାଦନରେ ସାହାଯ୍ୟ କରିଥିଲେ । ସମ୍ପୃକ୍ତ ଗ୍ରାମର ଅଙ୍ଗନବାଡି କର୍ମୀ, ରେବତୀ ବରିହା, ଗଙ୍ଗା ମାଝୀ, ଅଞ୍ଜଲି ବାରିକ, ପୁଷ୍ପାଞ୍ଜଳି ପ୍ରଧାନ, ଆଶା କର୍ମୀ ପଦ୍ମିନୀ ଶବର, ଭୁବନେଶ୍ଵରୀ ମାଝୀ , ଲୁକେଶ ପଟେଲ , କମଲେଶ୍ଵରୀ କେଉଣ୍ଟ ସହଯୋଗ କରିଥିଲେ ।
Comments are closed.