Odisha news

ଦୃଷ୍ଟି ବାଧିତ ଛାତ୍ରକୁ ଜିଲ୍ଲାପାଳଙ୍କ ଦ୍ୱାରା ଲାପ୍ଟପ୍ ପ୍ରଦାନ

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ୍ ତିରିଂ ବ୍ଲକ ଅନ୍ତର୍ଗତ ରେଙ୍ଗାଲବେଢା ଗ୍ରାମର ଜନୈ÷କ ଦୃଷ୍ଟିବାଧିକ ଛାତ୍ର ବଳଭଦ୍ର ପାଟବନ୍ଧାଙ୍କୁ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନଷମ ସଶକ୍ତିକରଣ ବିଭାଗ ତରଫରୁ ଏକ ମାଗଣା ଲାପ୍ଟପ୍ ପ୍ରଦାନ କରିଥିଲେ । ଶ୍ରୀ ପାଟବନ୍ଧା ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର +୩ ପ୍ରଥମ ବର୍ଷ ଛାତ୍ର ଅଟନ୍ତି । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ବେହେରା ଉପସ୍ଥିତ ରହି ଶ୍ରୀ ପାଟବନ୍ଧାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସମସ୍ତ ସରକାରୀ ସାହାର୍ଯ୍ୟ ଯୋଗାଇବା ସହିତ ତାଙ୍କ ଭବିଷ୍ୟତର ଉନ୍ନତି କାମନା କରିଥିଲେ ।

Comments are closed.