ଆର,ଉଦୟଗିରି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅନ୍ତର୍ଗତ ଛେଳିଗଡ଼ ଜଳସେଚନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ।ଆଜି ପ୍ରକଳ୍ପ ଦ୍ବାରା ଆଶଂକ କ୍ଷତିଗ୍ରସ୍ତ ଅଞ୍ଚଳ ଗ୍ରାମ ଗୁଡିକ ବୁଲି ଲୋକଙ୍କ ଅସୁବିଧା ଓ କଣ କଣ ବିଭାଗସୁବିଧା ଦେଇଛି ପଚାରି ବୁଝିଥିଲେ।କ୍ଷତିଗସ୍ତ ଗ୍ରାମ ବାସି ସଂସଦଙ୍କୁ ଠିକରେ କ୍ଷତିପୂରଣ ଦେବା ବ୍ୟବସ୍ଥା କରିବା ସହ ଶିକ୍ଷା ସ୍ୱାସ୍ଥ ଏବଂ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ଅନୁରୋଧ କରିଥିଲେ।ଆଂଶିକ କ୍ଷତିଗସ୍ତଙ୍କୁ ପଚାଶ ଭାଗ କ୍ଷତିପୂରଣ ଦେବାକୁ ଅନୁରୋଧ କରିଥିଲେ।ସାଂସଦ ଟନେଲଏବଂ କେନାଲ, ପ୍ରକଳ୍ପ ସ୍ଥାନ ବୁଲିଦେଖିଥିଲେ।ସାଂସଦ ଙ୍କ ସହ ବିଭାଗ ଅଧକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ବିଭାଗର ସମସ୍ତ ଅଧିକାରୀ ଏବଂ ଦଳୀୟ କର୍ମକର୍ତ୍ତା ପ୍ରମୁଖ ପ୍ରକଳ୍ପ ଦେଖି କ୍ଷତିଗ୍ରସ୍ତଙ୍କ ସହ ଆଲୋଚନା କରିଥିଲେ।
ଏହି ଜଳସେଚନ ପ୍ରକଳ୍ପ ହେଲେ ପାଞ୍ଚଟି ଗ୍ରାମ ପୁରା କ୍ଷତିଗ୍ରସ୍ତ ହେଉଥିବା ବେଳେ ପନ୍ଦର ଟି ଗ୍ରାମ ଆଂଶିକ କ୍ଷତିଗ୍ରସ୍ତ ହେଉରହିବା ଜଣାପଡିଛି।ଏହି ପ୍ରକଳ୍ପ ହେଲେ ଛ ହଜାର ହେକ୍ତର ଜମିକୁ ପାଣି ମାଡିବା ସହ ଗଞ୍ଜାମ ଜିଲ୍ଲା ଏହାର ଜଳ ପାନୀୟ ଭାବେ ବ୍ୟବହାର କରିବେ।ଆଂଶିକ ବୁଡି ଅଞ୍ଚଳ ବାସୀ ଉଠା ଜଳସେଚନ ମାଧ୍ୟମରେ ଜମିକୁ ପାଣି ସହ ପାନୀୟ ଜଳ ଯୋଗାଇବା ସହ ସୋଲାର ଆଲୁଅ ଏବଂ ଶିକ୍ଷା ନିମନ୍ତେ ଛାତ୍ରାବାସ ନିର୍ମାଣ କରିବା ନିମନ୍ତେ ଦାବୀ କରିବାରୁ ସାଂସଦ ବିଭାଗୀୟ ଅଧିକାରୀ ଏବଂ ଜିଲାପାଳ ଙ୍କ ସହ ଆଲୋଚନାକରି ସମସ୍ତ ସୁବିଧା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ସାଂସଦ ଙ୍କ ଗସ୍ତ ସମୟରେ ମୋହନା ଏବଂ ଆର ଉଦୟଗିରି ଅଞ୍ଚଳର ବିଜେଡି ନେତା ମାନେ ମଧ୍ୟ ଗସ୍ତ କରିଥିଲେ।ସାଂସଦ ଙ୍କୁ ଠିକା କମ୍ପାନୀର ଅଧିକାରୀ ମାନେ ମଧ୍ୟ ସାକ୍ଷାତ କରିଥିଲେ।ଏହି ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ଙ୍କ କାର୍ଯ୍ୟକୁ ସମସ୍ତ ବୁଡି ଅଞ୍ଚଳ ବାସୀ ଧନ୍ୟବାଦ ଦେଇଥିଲେ।
Comments are closed.