ବୈଶିଙ୍ଗା : ନକଲି ବ୍ରାଣ୍ଡର ଗୁଡ଼ାଖୁ ବୋଝେଇ ବୈଦନାଥ ପିକଅପକୁ ଜବତ କରିଛି ବୈଶିଙ୍ଗା ପୁଲିସ। ସୂଚନାକ୍ରମେ ଆଜି ଅପରାହ୍ନ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ୧୮ନଂ ଜାତୀୟ ରାଜପଥ ନିକଟରୁ ଏକ ଗୁଡାଖୁ ବୋଝେଇ ପିକଅପଟିକୁ ବୈଶିଙ୍ଗା ପୁଲିସ ଜବତ କରିଛି। ବୈଦବୁଟିର ବିଜ୍ଞାପନ ଯୁକ୍ତ ପିକଅପଟି ୧୦୫ କିଲୋଗ୍ରାମର ଗୁଡାଖୁ ନେଇ ବାରିପଦାରୁ ବାଲେଶ୍ଵର ବଜାରକୁ ଯାଉଥିଲା। ମୟୂର ବ୍ରାଣ୍ଡର ନକଲି ଚିଠା ଲଗାଇ ଗୁଡାଖୁ ଅନେକ ଦିନ ହେବ ବଜାରରେ ବିକ୍ରି ହେଉଥିଲା ବୋଲି ଜନୈକ ଅଭିଯୋଗକାରୀ ବୈଶିଙ୍ଗା ଥାନାରେ ଅଭିଯୋଗ କରିଥିଲେ। ବୈଶିଙ୍ଗା ଥାନାର ଭାରପ୍ରାପ୍ତ ଥାନା ଅଧିକାରୀଙ୍କ ସୂଚନା ମୁତାବକ ଉକ୍ତ ଅଭିଯୋଗକୁ ଆଧାର କରି ୨୫୫/୨୧ର ଏକ ମାମଲା ରୁଜୁ ହୋଇଥିବାବେଳେ ପିକଅପ ଡ୍ରାଇଭର ଏବଂ ହେଲପର କୁ ଅଟକ ରଖି ପଚରାଉଚରା ଜାରି ରହିଛି ।

Comments are closed.