Odisha news

ସୁଖ ସମୃଦ୍ଧି ପାଇଁ ଘରେ ସୂର୍ଯ୍ୟ ଦେବଙ୍କ ର କିପରି ପ୍ରତିମା ପୂଜା କରିବା ଆବଶ୍ୟକ ଓ ଏହାର କଣ ରହିଛି ପୌରାଣିକ ମହତ୍ତ୍ଵ

ଆମ ହିନ୍ଦୁ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ଖୁବ୍ ମାନ୍ୟତା ଦିଆ ଯାଇଛି । ସେ ହେଉଛନ୍ତି ସାରା ବ୍ରହ୍ମାଣ୍ଡର ତ୍ରାଣ କର୍ତ୍ତା ଓ ସମଗ୍ର ବିଶ୍ବ ତାଙ୍କ ଦ୍ଵାରା ନିୟନ୍ତ୍ରିତ ବୋଲି ଆମ ହିନ୍ଦୁ ଧର୍ମରେ ଏହାର ବିଶେଷ ମହତ୍ତ୍ଵ ରହିଛି । ତେଣୁ ରବିବାର ଦିନଟିକୁ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରାଯାଇଛି ।
ଶାସ୍ତ୍ର ଅନୁସାରେ କାହିଁକି ସୂର୍ଯ୍ୟଙ୍କ ପ୍ରତିମା ପୂଜା କରିବା ଆବଶ୍ୟକ ?
– ଶାସ୍ତ୍ର ଅନୁସାରେ ଯଦି ଘରେ ସୂର୍ଯ୍ୟଙ୍କ ପ୍ରତିମା ଲଗାଇବେ ତେବେ ଆତ୍ମ ବିଶ୍ବାସ ବୃଦ୍ଧି ହେବ ।
-ପରିବାର ସଦସ୍ୟ ମାନେ ଉନ୍ନତି କରିବେ । ଚାକିରୀ ଓ ବ୍ୟବସାୟରେ ମଧ୍ୟ ସଫଳତା ମିଳିଥାଏ ।
– ଯଦି ପରିବାରର କୌଣସି ବ୍ୟକ୍ତି ରୋଗ ଗ୍ରସ୍ତ ଅଛନ୍ତି ତେବେ ତାଙ୍କ କୋଠରୀ ରେ ସୂର୍ଯ୍ୟ ଦେବଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଲେ ଲାଭ ମିଳିଥାଏ ଓ ସକାରାତ୍ମକ ଶକ୍ତି ଜାଗ୍ରତ ହୁଏ ।
– ଘରର ସମସ୍ତ ବାସ୍ତୁ ଦୋଷ ଦୁର ହେବା ସହ ସନ୍ତାନ ମାନଙ୍କର ଉନ୍ନତି ହେବ।କାର୍ଯ୍ୟାଳୟ ଓ ବ୍ୟବସାୟରେ ସୂର୍ଯ୍ୟ ଦେବଙ୍କ ଫଟୋ ନିହାତି ଲଗାଇବା ଉଚିତ୍ ।
କେଉଁ ଧାତୁରେ ମୂର୍ତ୍ତି କେଉଁ ସଫଳତା ଦେଇଥାଏ ?
– ସୂର୍ଯ୍ୟ ଦେବଙ୍କ ର କାଠ ର ମୂର୍ତ୍ତି ଲଗାଇଲେ ପରିବାରର ମାନ ସମ୍ମାନ ବୃଦ୍ଧି ହୋଇଥାଏ । ଭାଗ୍ୟ ଆଲୋକିତ ହୁଏ ।
– ସୂର୍ଯ୍ୟ ଦେବଙ୍କ ପଥର କିମ୍ବା ମାଟିର ମୂର୍ତ୍ତି ରଖିଲେ କାର୍ଯ୍ୟରେ ଉପୁଜୁଥିବା ବାଧା ଦୁର ହୁଏ । ଏଭଳି ମୂର୍ତ୍ତି ନିଜ ପ୍ରତିଷ୍ଠାନ କିମ୍ବା କାର୍ଯ୍ୟାଳୟ ରେ ରଖିବା ଉଚିତ୍ ।
– ତମ୍ବା ରେ ନିର୍ମିତ ମୂର୍ତ୍ତି ରଖିଲେ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ଓ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ ।
– ଚାନ୍ଦୀ ରେ ନିର୍ମିତ ମୂର୍ତ୍ତି ରଖିଲେ ଜୀବନରେ ସଫଳତା ହାସଲ ହୁଏ ଓ ସୁନରେ ନିର୍ମିତ ମୂର୍ତ୍ତି ରଖିଲେ ଧନ ସଂପତିରେ ଭଣ୍ଡାର ପୁରୀ ଉଠେ ।
କେଉଁ ଦିଗରେ ଲଗାଇଲେ କେଉଁ ଫଳ ମିଳେ ?
ରବିବାର ଦିନ ସୂର୍ଯ୍ୟ ଦେବଙ୍କ ଫଟୋ କିମ୍ବା ମୂର୍ତ୍ତି କୁ ଓଁ ଭାସ୍କରାୟ ନମଃ , ଓଁ ଆଦିତ୍ୟୟ ନମଃ ମନ୍ତ୍ର ଉଚ୍ଚାରଣ କରି ସଠିକ୍ ଦିଗରେ ଲଗାଇବା ଉଚିତ୍ ।
– ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ଲଗାଇଲେ ଧନ ପ୍ରାପ୍ତି ହୋଇଥାଏ ।
– ଏହାକୁ ଲଗାଇବାର ସଠିକ୍ ସମୟ ରାତି ୧୨ଟା ରୁ ଭୋର୍ ୩ ଟା ସମୟ ଅଟେ । କାରଣ ଏହି ସମୟରେ ସୂର୍ଯ୍ୟ ପୃଥିବୀର ଉତ୍ତର ଭାଗରେ ରହି ଥାଆନ୍ତି ।
– ଯଦି ପିଲାମାନେ ପାଠ ପଢ଼ାରେ ଦୁର୍ବଳ ଅଟନ୍ତି ତେବେ ଏହାକୁ ତାଙ୍କ ଷ୍ଟଡି ରୁମ୍ ର ଉତ୍ତର ପୂର୍ବ ଦିଗରେ ଲଗାନ୍ତୁ । ଏହାଦ୍ବାରା ଶିକ୍ଷାରେ ଏକାଗ୍ରତା ବଢିବ । ଏହାକୁ ଭୋର୍ ୩ଟା ରୁ ୬ଟା ମଧ୍ୟରେ ମୂର୍ତ୍ତି ସ୍ଥାପନା କରିବା ଉଚିତ୍ ।
– ପାରିବାରିକ କଳହ ଓ ଦାମ୍ପତ୍ୟ ଜୀବନରେ ଅଶୋନ୍ତସ ଦେଖା ଦେଉଥିଲେ ଘରର ପୂର୍ବ ଦିଗରେ ସକାଳ ସମୟରେ ମୂର୍ତ୍ତି କିମ୍ବା ଫଟୋ ଦକ୍ଷିଣ ପଶ୍ଚିମ ଦିଗରେ ରବିବାର ଦିନ ଲଗାଇବା ଉଚିତ୍ ।
– ନିଜ ପ୍ରତିଷ୍ଠାନ ଓ କାର୍ଯ୍ୟାଳୟ ରେ ସୂର୍ଯ୍ୟଙ୍କ ପ୍ରତିମା ସକାଳ ୬ଟା ସମୟରେ ଦକ୍ଷିଣ ପଶ୍ଚିମ ଦିଗରେ ଲଗାନ୍ତୁ ।
– ନିଜ ପରିବାରର ଆୟୁ ଓ ଯଶ ବୃଦ୍ଧି ପାଇଁ ଘରର ପଶ୍ଚିମ ଦ୍ଵାରରେ ତମ୍ବରେ ନିର୍ମିତ ସୂର୍ଯ୍ୟଙ୍କ ମୂର୍ତ୍ତି ସାନ୍ଧ୍ୟ ୬ଟା ରୁ ରାତି ୯ଟା ମଧ୍ୟରେ ଲଗାଇବା ଉଚିତ୍ ।

Comments are closed.