ପଦ୍ମପୁର,(ସକାଳ ଖବର) ନିରୋଜ କୁମାର ପାଣୀ : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ପଞ୍ଚାୟତ ର ବିଜାଡିହ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ତା ୨ ୵ ୧୧ ୵ ୨୦ ରେ ଯୋଗ୍ଯ ହିତାଧିକାରୀ ମାନଙ୍କର ଇନକ୍ମୋଜର ତାଲିକାରେ ନାମ ଥିଲେ ମଧ୍ଯ ସେମାନଙ୍କ ର ନାମ ତାଲିକାରେ ଜାଣି ଜାଣି କାଟି ଦେଇଥିବାରୁ ପାଇକମାଲ ବିଡିଓ ଙ୍କ ଠାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଉକ୍ତ ଆବେଦନ ଅଭିଯୋଗ ଅନୁସାରେ ବ୍ଲକର ମାନସ ଏବଂ ପଞ୍ଚାୟତର କାର୍ଯ୍ୟନିର୍ବାହ ଅଧିକାରୀ ସାଗର ଓ ଅନ୍ଯ କର୍ମଚାରୀ ମାନେ ବିଜାଡିହ ଗ୍ରାମ କୁ ଆସି ତଦନ୍ତ କରି ଅଭିଯୋଗ କରିଥିବା ବିଶାଖା ସାହୁ,ଚକ୍ର ମର୍ହି,ଝସକେତନ ସାହୁ,ଦୁର୍ଯ୍ୟୋଧନ ସାହୁ,ଯାଦବ ସାହୁ,ଶକୁନ୍ତଳା ମର୍ହି,ଜୟଦେବ ସାହୁ,ନାରାୟଣ ସାହୁ,ଅକ୍ଷୟ ସାହୁଙ୍କ ଘରର ଫଟୋ ଉଠାଇ ଘର ଦିଆଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ମାତ୍ର କିଛି ସୁଫଳ ମିଳିଲା ନାହିଁ ।
ପୁଣି ସଂପୃକ୍ତ ବ୍ଯକ୍ତି ମାନେ ବିଡିଓ ଙ୍କ ଠାରେ ଏହି ବାବଦରେ ଅଭିଯୋଗ କରିଥିଲେ । ୨୦୨୧ ଆର୍ଥିକ ବର୍ଷରେ ମଧ୍ଯ ଇନକୋଜର ତାଲିକାରେ ଥାଇ ମଧ୍ଯ ଯୋଗ୍ଯ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦିଆଯାଇ ନାହିଁ । ଏଥିରେ ଅତିଷ୍ଠ ହୋଇ ଆଜି ପୁଣିଥରେ ପାଇକମାଲ ବିଡିଓ ଙ୍କ ଠାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ଯେ ଯୋଗ୍ଯ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦିଆ ନ ଯାଏ ତେବେ ଆଗାମୀ ସେପ୍ଟେମ୍ବର ୬ ତାରିଖ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଇକମାଲ ବ୍ଲକ ସମ୍ମୁଖରେ ଆମରଣ ଅନଶନ କରିବାକୁ ଗ୍ରାମର ହରିବୋଲ ସାହୁ,ଝସକେତନ ସାହୁ,ଦୁର୍ଯ୍ୟୋଧନ ସାହୁ,ବିଶ୍ଵାମିତ୍ର ସାହୁ,ରୁକ୍ମଣୀ ମର୍ରି ପ୍ରମୁଖ ଚେତାବନୀ ଦେବା ସହ ବିଡିଓ ଏଥିପ୍ରତି ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି ।
Comments are closed.