Odisha news

ବିଦ୍ୟୁତ କର୍ମଚାରୀଙ୍କୁ ମାଡ଼, ଅଭିଯୁକ୍ତ ଶିଘ୍ର ଗିରଫ ଦାବି

ନୂଆପଡା-୧୧/୮ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ନୂଆପଡା ଜିଲ୍ଲା କୁରୁମପୁରୀ ବିଦ୍ୟୁତ ସେକସନର ଠିକପାଲି ଗ୍ରାମରେ ବିଦ୍ୟୁତ କର୍ମଚାରୀ ଧନଞ୍ଜୟ ଶବରଙ୍କୁ ଚଳିତ ମାସ ୪ ଅଗଷ୍ଟ ବୁଧବାର ଦିନ ବିଦ୍ୟୁତ ମରାମତି ପାଇଁ ଯାଇଥିବା ବେଳେ କିଛିଲୋକ ଗୋଡେଇ ଗୋଡେଇ ମାଡ ମାରି ସଙ୍ଘ ବଦ୍ଧ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇ ଥିଲା । କୋମନା ଥାନାରେ ଏ ନେଇ ଏଫଆଇଆର ମଧ୍ୟ ହୋଇଛି । ଏ ଯାଏଁ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ତରଫରୁ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁନୀଳ କୁମାର ଆଚାର୍ଯ୍ୟଙ୍କୁ ଦାବି ପତ୍ର ପ୍ରଦାନ କରା ଯାଇ ଆକ୍ରମଣକାରି ଅଭିଯୁକ୍ତମାନଙ୍କୁ ଶିଘ୍ର ଗିରଫ ବକରିବାକୁ ଦୃଡ଼ ଦାବି ଉପସ୍ଥାପବ କରାଯାଇଥିଲା । ଏ ସାକ୍ଷତ ଅବସରରେ ବିଦ୍ୟୁତ କର୍ମଚାରୀ ମହାସଂଘ ର ଉପ ସଭାପତି ଅରବିନ୍ଦ ଛତ୍ରିଆ, ସାଧାରଣ ସମ୍ପାଦକ ତାପସ ରଞ୍ଜନ ନାଥ, ସହ ସମ୍ପାଦକ ଜନ୍ମଞ୍ଜୟ ବାଗ, ଓଡିଶା ରାଜ୍ୟ ବିଦ୍ୟୁତ ଏସ ଟି/ ଏସସି କଲ୍ୟାଣ ସଂଘ ର ସାଧରଣ ସମ୍ପାଦକ ଜୟଦେ ମିଞ୍ଜ ତଥା ସ୍ଥାନୀୟ ସଭ୍ୟ ଜଳଧର ମାଝୀ, ଲଳିତ ନାଏକ, ମାୟାଧର ଶବର, ଵିଦ୍ୟାଧର ମାଝୀ ଓ ଧନଞ୍ଜୟ ଶବର ପ୍ରମୁଖ ଉପସ୍ଥି ରହିଥିଲେ।

Comments are closed.