Odisha news

ମନେରେଗା କାର୍ଯ୍ୟରେ ଦୁର୍ନୀତି, ତଦନ୍ତ ଦାବି

ନର୍ଲା ( ଦୀପକ କୁମାର ଠାକୁର) ସରକାର କାହାକୁ ଭୋକରେ ରହିବାକୁ ଦିଆ ଯିବ ନାହିଁ ବୋଲି ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ବର୍ଷକୁ ୧୫୦ ଦିନ କର୍ମ ନିଯୁକ୍ତି ଦିଆଯିବ ବୋଲି ଘୋଷଣା କରିଛନ୍ତି। ସେହି ଘୋଷଣାକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ (ମନେରେଗା) ନାମିତ କରାଯାଇଛି।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ସମ୍ମାନ ଦେବା ପାଇଁ ଏହା କରାଯାଇଥିବା ବେଳେ ଗରିବ ଖଟିଖିଆ ଲୋକଙ୍କ ଟଙ୍କା ଉଠାଇ କାମ କରି ନ ଥିବା ଲୋକଙ୍କ ନାଁରେ ଟଙ୍କା ପୈଠ କରି ମିଛ ବିଲ କରିଥିବା ଅଭିଯୋଗ ହେଉଛି।ଏ ଭଲି ଘଟଣା ଦେଖିବାକୁ ମିଳିଛି ନର୍ଲା ବ୍ଳକ ଘଣ୍ଟମାଲ ପଞ୍ଚାୟତରେ। ପଞ୍ଚାୟତ ଅଧୀନ କେଶପଲା ଠାରୁ ଖଲାପଡାର ମାଟି ରାସ୍ତା କାମରେ ୫ ଲକ୍ଷ, ବିଘ୍ନେଶ୍ୱର ହାଇସ୍କୁଲ ଖେଳ ପଡିଆ ତିଆରିରେ ୫ ଲକ୍ଷ, ଇନ୍ଦ୍ରମାଲ ରାସ୍ତା କାମରେ ୫ ଲକ୍ଷ ଟଙ୍କା ବିନିଯୋଗ ହୋଇ ମୋଟ ୧୫ ଲକ୍ଷ ମାଟି କାମରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଛି। ରୁପଧର ମାଝୀ,ଧନୁର୍ଯ୍ୟ ଗହିର,ରକ୍ଷୀ ବିଶି, ହାତୀରାମ ଗଉଡ,ଛବି ଗଉଡ, ଛବି ସେଠି ପ୍ରମୁଖ ମାଟି କାମ ନ କରି ତାଙ୍କ ନାଁରେ ମିଛ ବିଲ ହୋଇଥିବା ଜଣାଇଛନ୍ତି।

ଏହି ପଞ୍ଚାୟତର ଜିଓଟେକର କ୍ଷୀର ସାହୁ ନିଜ ସ୍ତ୍ରୀ ଜି.ଆର.ଏସ ପୀରଲତା ସାହୁ ଥିବାରୁ କ୍ଷୀର ସାହୁ ମନମୁଖୀ କାର୍ଯ୍ୟ କରୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।କେଶପଲା ଓ ଇନ୍ଦ୍ରମାଲ ଗାଁର ଜବକାର୍ଡଧାରୀ ମାନେ ମାଟି କାମ କରିଛନ୍ତି ହେଲେ ୧ ବର୍ଷ ହେଲା ମଜୁରୀ ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ପିତାମ୍ବର ବାଗ, କୃର୍ତି ବାଗଙ୍କ ୪୧ ହଜାର ଟଙ୍କା, ଧନମତୀ ବାଗ, ସତ୍ୟ ରଣାଙ୍କ ୧୧ ହଜାର ଟଙ୍କା, କବିତା ପାତ୍ରଙ୍କ ୮ ହଜାର ଟଙ୍କା ପାଉଣା ପାଇ ନଥିବା କହିଛନ୍ତି। କୋଭିଡ ୧୯ କୁ ଦୃଷ୍ଟିରେ ରଖି କାମ କରୁଥିବା ଶ୍ରମିକମାନେ ୧ବର୍ଷ ଧରି ପାଉଣା ବିବାଦକୁ କୈାଣସି ଟଙ୍କା ପାଇନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସରପଞ୍ଚଙ୍କ ମତାମତ ନିଆଯିବାରୁ ଏ ସମ୍ପର୍କରେ ମୁଁ କିଛି ଜାଣି ନାହିଁ ବୋଲି ସଫେଇ ଦେଇଛନ୍ତି। ତେବେ ଏଥିପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Comments are closed.