Odisha news

ରାମାୟଣର ରୋଚକ କଥା : ଭଗବାନ ରାମଙ୍କ ମୃତ୍ୟୁ ଓ ପୁନର୍ଜନ୍ମ

ପୃଥିବୀ ଉପରେ ଭଗବାନ ରାମଙ୍କର ସମସ୍ତ କାର୍ଯ୍ୟ ସାରି ଯାଇଥିଲା ବର୍ତମାନ ତାଙ୍କର ମୃତ୍ୟୁ ସମୟ ଆସି ପହଞ୍ଚି ଯାଇଥିଲା l ତେଣୁକରି ଯମରାଜା ଚିନ୍ତାରେ ପଡିଲେ ଭାବିଲେ କିପରି ଭଗବାନଙ୍କୁ ଏବିଷୟରେ ଜଣାଇବି l ଚିନ୍ତା କରି କରି ସେ ଗୋଟିଏ ସାଧୁର ରୂପ ଧାରଣା କରି ଅଯୋଧ୍ୟାରେ ପହଁଚିଲେ ରାମଙ୍କ ସହିତ ସାକ୍ଷାତ କରିବା ପାଇଁ ସମୟ ସ୍ଥିର କଲେ l

ଏହାପରେ ସେ ରାମଙ୍କୁ ସାକ୍ଷାତ କରି କହିଲେ ମୋ ଭିତରେ ଓ ଆପଣଙ୍କ ଭିତରେ ଯାହାବି ବର୍ତ୍ତାଳାପ ହେବ ତାହା କାହାକୁ ଜଣାଇବେ ନାହିଁ ,ମୋର ସର୍ତ ହେଉଛି ଯେ ସେହି କଥାକୁ ଆପଣ ଲୁଚାଇ ରଖିବେ l ଆହୁରି ମଧ୍ୟ କହିଲେ ଆମ ଦୁଇଜଣଙ୍କ ମଧ୍ୟରେ କଥାବାର୍ତା ଚାଲିଥିବା ବେଳେ ଯଦି କୌଣସି ବ୍ୟକ୍ତି ଆସିଗଲା ତେବେ ଦ୍ୱାରପାଳ ଭାବରେ ଜୀଏବି ଦ୍ୱାରା ରକ୍ଷକ ଥିବ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ l ଶ୍ରୀ ରାମ ସାଧୁରୁପରେ ଆସିଥିବା ଯମରାଜାଙ୍କ କଥା ମାନିଥିଲେ ,ହନୁମାନ ନଥିବା କାରଣରୁ ସେ ଲକ୍ଷ୍ମଣଙ୍କୁ ଦ୍ୱାରପାଳ ଭାବରେ ନିଯୁକ୍ତି ଦେଲେ l

ଏହାପରେ ଯମରାଜା ଅସଲ ରୂପରେ ଆସିଥିଲେ ଓ କହିଲେ ଭଗବାନ ଆପଣଙ୍କର ପୃଥିବୀ ଉପରେ କାର୍ଯ୍ୟ ସମାପ୍ତ ହୋଇ ସାରିଛି l ବର୍ତମାନ ଆପଣ ନିଜ ସ୍ଥାନକୁ ଫେରିଯିବା ଆବଶ୍ୟକ l ଯମରାଜାଙ୍କୁ ପୂର୍ବରୁ ରାମଚନ୍ଦ୍ର ସାଧୁ ବେଶରେ ମଧ୍ୟ ଜାଣି ପାରିଥିଲେ l ଉଭୟଙ୍କ ମଧ୍ୟରେ କଥା ଚାଲିଥିଲା ବେଳେ ଦୁର୍ବାସା ରୁଷି ସେଠାରେ ପହଂଚି ରାମଙ୍କ ସହିତ ସାକ୍ଷାତ କରିବାକୁ ଚାହିଁଲେ ଓ କୋଠରୀ ଭିତରକୁ ଯିବାପାଇଁ ଜିଦି କଲେ l ଲକ୍ଷ୍ମଣ ଯେତେ ମନା କରିଥିଲେ ମଧ୍ୟ ରୁଷି ଦୁର୍ବାସା ଶୁଣି ନଥିଲେ ,ସେ ରାମଙ୍କୁ ଅଭିଶାପ ଦେବାପାଇଁ କହିଲେ l ଲକ୍ଷ୍ମଣ ଚିନ୍ତିତ ହୋଇ ଗଲେ l ଯଦି ଶ୍ରୀ ରାମଙ୍କ କଥା ନଶୁଣୁଛି ତେବେ ମତେ ମୃତ୍ୟୁ ଦଣ୍ଡ ମିଳିବ ଏବଂ ଯଦି ଦୁର୍ବାସାଙ୍କ କଥା ନଶୁଣୁଛି ତେବେ ମୋର ବଡ ଭାଇଙ୍କୁ ଅଭିଶାପ ମିଳିବ l ଏହି ପରିସ୍ଥିତିରେ ସେ ଋଷିଙ୍କୁ ଭିତରକୁ ଯିବା ପାଇଁ ଦେଲେ l

କଥାବାର୍ତା ଚାଲିଥିବା ବେଳେ ଋଷିଙ୍କୁ ଦେଖି ଭଗବାନ ଶ୍ରୀ ରାମ ଚିନ୍ତିତ ହୋଇଗଲେ ,ତାଙ୍କୁ ବର୍ତମାନ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ପାଡିବ l ଏହା ଭାବି ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ନଗରରୁ ଚାଲିଯିବା ପାଇଁ କହିଲେ l ଲକ୍ଷ୍ମଣ ନିଜ ଭାଇଙ୍କ ପ୍ରତିଶୃତିଙ୍କୁ ରକ୍ଷାକରି ସରଜୁ ନଦୀରେ ଯାଇ ଜଳ ସମାଧି ନେଇ ଗଲେ l ଲକ୍ଷ୍ମଣ କଥା ଜାଣିବା ପରେ ରାମଚନ୍ଦ୍ର ଅତ୍ୟନ୍ତ ଦୁଃଖିତ ହେଲେ ଓ ସ୍ଥିର କଲେ ସେ ମଧ୍ୟ ଜଳ ସମାଧି ନେବେ l ରାମଚନ୍ଦ୍ର ସରଜୁ ନଦୀ କୂଳରେ ପହଂଚିଥିଲେ ,ସେଠାରେ ସେ ପହଂଚି ଦେଖିଲେ ଯେ ଭରତ ,ଶତ୍ରୁଘ୍ନ ,ହନୁମାନ ,ସୁଗ୍ରୀବ ଓ ଜମ୍ବବାନ ଉପସ୍ଥିତ ଅଛନ୍ତି l ଦେଖୁ ଦେଖୁ ରାମଚନ୍ଦ୍ର ସରଜୁ ନଦୀରେ ଲୀନ ହୋଇଗଲେ l

କିଛି ସମୟ ପରେ ଶେଷ ନାଗ ଉପରେ ଭଗବାନ ବିଷ୍ଣୁ ରୂପରେ ତାଙ୍କ ସେବକ ମାନଙ୍କ ଆଗରେ ପ୍ରକଟ ହେଲେ l ସେ ସମସ୍ତଙ୍କୁ ଲକ୍ଷ୍ମଣଙ୍କ ଏବଂ ତାଙ୍କ କଥା କହିଥିଲେ l କାରଣ ଲକ୍ଷ୍ମଣ ହିଁ ହେଉଛନ୍ତି ଶେଷନାଗ l ଏହି ପରି ଭାବରେ ଭଗବାନ ରାମଚନ୍ଦ୍ର ପୃଥିବୀ ଉପରୁ ନିଜର କାର୍ଯ୍ୟ ସମାପନ କରି ବିଷ୍ଣୁ ପୁରକୁ ଯାଇଥିଲେ l

Comments are closed.