Odisha news

କୋର୍ଟଙ୍କ ନିଷ୍ପତି : ଝିଅ ପ୍ରାପ୍ତ ବୟସର ହେଇଥିଲେ , ପିତା ତାଙ୍କୁ ଭରଣ ପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ ନୁହନ୍ତି

ନୂଆଦିଲ୍ଲୀ : ସିଯିଏମ୍ କୋର୍ଟ ଙ୍କ ଆଦେଶକୁ ଏଡିଯିଏ କୋର୍ଟ ପାଲଟା ଜବାବ୍ ଅନୁସାରେ ଝିଅ ଯଦି ପ୍ରାପ୍ତ ବୟସ୍କା , ଶାରିରୀକ ଓ ମାନସିକ ଭାବରେ ସୁସ୍ଥ , ତା ସହିତ ଶିକ୍ଷା ଲାଭ କରିଛନ୍ତି ତେବେ ସେ ପିତାଙ୍କ ନିକଟରୁ ଭରଣ ପୋଷଣ ଦାୟିତ୍ବ ମାଗିବା କୁ ହକଦାର ନୁହନ୍ତି । କୋର୍ଟ ରେ ଜଣେ ପିତାଙ୍କର ଯଚିକା ଉପରେ ଶୁଣାଣି ଚାଲିଥିଲା । ଜଣେ ପିତା ଅପିଲ୍ କରିଥିଲେ ଯେ ଶିଯିଏମ୍ କୋର୍ଟ ୨୦୧୮ ରେ ନିର୍ଦ୍ଦେଶ ଦେଇଥିଲେ ଯେ ଜଣେ ଝିଅ ପିତାଙ୍କ ନିକଟରୁ ଅଲଗା ରହୁଥିଲେ ମଧ୍ୟ ପିତା ତାଙ୍କୁ ମାସକୁ ୩୦୦୦ ଟଙ୍କା ଦେବାକୁ ବାଧ୍ୟ ଅଟନ୍ତି ।

ଯମୁନା ନଗରର ସିଯିଏମ କୋର୍ଟ ଙ୍କ ରାୟ କୁ ଆହ୍ବାନ ଦେଇଥିଲେ । ସିଜିଏମ୍ କୋର୍ଟ ଧାରା ୧୨୫ ଅନୁସାରେ ଝିଅକୁ ୩ହଜାର ଭରଣ ପୋଷଣ ବାବଦରେ ଦେବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଏଡିଜିଏ କୋର୍ଟ ଝିଅ ଯଦି ପ୍ରାପ୍ତ ବୟସ୍କା , ଶିକ୍ଷିତ ଓ ଶାରିରୀକ ମାନସିକ ଭାବରେ ସୁସ୍ଥ ତେବେ ତାକୁ ଖର୍ଚ୍ଚ ଦିଆଯିବା ଉଚିତ୍ ନୁହେଁ ବୋଲି ଦର୍ଶାଇ ଥିଲେ । ଏହି ଐତିହାସିକ ନିଷ୍ପତି ଅନେକ କ୍ଷେତ୍ରରେ ଠିକ୍ ବୋଲି ମଧ୍ୟ ଦର୍ଷା ଯାଇଛି ।

ରେଳବାଇ ରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ପତ୍ନୀ ଙ୍କ ସହିତ ଅନେକ ଦିନରୁ ବିବାଦ ଚାଲି ଥିଲା । ସେ ତାଙ୍କ ଝିଅ ଙ୍କ ସହିତ ଦୀର୍ଘ ଦିନରୁ ଅଲଗା ରହୁଛନ୍ତି । ତେଣୁ ପ୍ରତିମାସ ତାଙ୍କୁ ୩ହଜାର ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି । ତାଙ୍କ ପତ୍ନୀ ୭୦ ବର୍ଷର ଅଟନ୍ତି । ଖର୍ଚ୍ଚ ଗୋଟିଏ ମାକୁ ଦିଆଯିବ କିମ୍ବା ଝିଅଟି ଯଦି ଛୋଟ ହୋଇଥିବା ତେବେ ପିତା ଖର୍ଚ୍ଚ ଦେବାକୁ ବାଧ୍ୟ ଅଟନ୍ତି ।

ଯୁବତୀଙ୍କ ଓକିଲ ସେହି ସ୍ଥାନରେ ମାନ୍ୟବର ଅଦାଲତ ଙ୍କୁ କହିଥିଲେ ଯେ ଯୁବତୀ କଣ ନିଜ ପିତାଙ୍କ ନିକଟରୁ କ୍ଲେମ୍ ନେଇ ପାରିବେନି । ଏହାର ଉତ୍ତରରେ ଅଦାଲତ କହିଥିଲେ ଯେ ଯଦି ସେ ପ୍ରାପ୍ତ ବୟସ୍କା ତେବେ ନେଇ ପାରିବେ ନାହିଁ ।

Comments are closed.