Odisha news

ଭାରତୀୟ ପୁରୁଷ ହକି ଦଳକୁ ବ୍ରୋଞ୍ଜ ପଦକହାସଲ କରିବା ଖବର ଶୁଣି ତ୍ରିରଙ୍ଗା ଓ ହକି ଷ୍ଟିକ ଧରି ଅଭିନନ୍ଦନ ଜଣାଇଲେ ନବରଙ୍ଗପୁର ଜିଲ୍ଲାପାଳ।

ନବରଙ୍ଗପୁର (କେ.ସାକିଲି ଦୋରା)–ଆଜି ଭାରତୀୟ କ୍ରୀଡା ଜଗତ ପାଇଁ ଖୁସିର ଦିନ। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକ ରେ ପଦକ ଜିତିଲେ।୧୯୮୦ ମସିହା ପରେ ଟୋକିଓ ଅଲିମ୍ପିକରେ ଭାରତୀୟ ହକି ଦଳ ବ୍ରୋଞ୍ଚ ପଦ ହାସଲ କରିବା ଖବର ଶୁଣି ସାରା ଦେଶରେ ଆନନ୍ଦ ଉଲ୍ଲାସର ଲହରୀ ଖେଳି ଯାଉଥିବା ସମୟରେ, ସେଥିରୁ ନବରଙ୍ଗପୁର ଜିଲ୍ଲା ମଧ୍ୟ ବାଦ ପଡ଼ିନାହିଁ। ଆଜି ସକାଳୁ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ରଙ୍କ ସହିତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ବୃନ୍ଦ ହାତରେ ଜାତୀୟ ପତାକା ସହିତ ହକି ବାଡ଼ି ଧରି ଭାରତୀୟ ହକି ଦଳ କୁ ଅଭିନନ୍ଦନ ଜଣାଇ ପରସ୍ପର ପରସ୍ପରଙ୍କୁ ମିଠା ଖୁଆଇ ଅଭିନନ୍ଦ ଜଣାଇବା ର ଦେଖା ଦେଇଥିଲା।ଜିଲ୍ଲାପାଳ ଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ, ଅଗ୍ରୱାଲ ଅକ୍ଷୟ ସୁନିଲ, ଖଣ୍ଡିୟ ବନ ଅଧିକାରୀ ମଗର ଧନଜି ରାଓସ, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ, ସମସ୍ତ ଡେପୁଟି ଜିଲ୍ଲାପାଳ, ସମସ୍ତ ସହାୟକ ଜିଲ୍ଲାପାଳ, ଜିଲ୍ଲା ସୂଚନା ଅଧିକାରୀ, ବିଶ୍ୱ ରଞ୍ଜନ ଭୁକ୍ତା, ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ବୃନ୍ଦ ଯୋଗ ଦେଇଥିଲେ।

Comments are closed.