Odisha news

ନବରଙ୍ଗପୁର ଜିଲ୍ଲାରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ।

ନବରଙ୍ଗପୁର :  ଅପପୃଷ୍ଟି  ଓ ଶିଶୁ  ମୃତ୍ୟୁ ହାରକୁ ରୋକିବା ଦିଗରେ ସ୍ତନ୍ୟପାନ ର ଏକ  ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ସ୍ତନ୍ୟପାନ ର ଉପକାରିତା  ଓ  କୁପୋଷଣ କୁ ଦୂରେଇବା ନିମନ୍ତେ  ଜିଲ୍ଲା ସମାଜ କଲ୍ଯାଣ ବିଭାଗ  ତରଫରୁ  ବିଶ୍ଵ ସ୍ତନ୍ୟପାନ ସପ୍ତାହ ଅବସରରେ ବ୍ୟାପକ  ଜନ ସଚେତନତା କାର୍ଯ୍ୟ କ୍ରମ ମାନ ଅଙ୍ଗନୱାଡି ଓ ଗ୍ରାମ ପଞ୍ଚାୟତ ସ୍ତରରେ  କରାଯାଉଛି ।
ବିଶେଷ କରି   ଅଙ୍ଗନୱାଡି  ସ୍ତରରେ  ଗର୍ଭବତୀ ଓ ପ୍ରସୃତି ମହିଳା  ଏବଂ ସ୍ବଂସହାୟକ ଦଳ  ମାନଙ୍କ ସହିତ  ଶିଶୁ କୁ  କୁପୋଷଣ ରୁ ରୋକିବାରେ  ମା କ୍ଷୀର ର ଗୁରୁତ୍ଵ ,  ରକ୍ତ ହୀନତା ର ମୁକାବିଲାର   ବିଭିନ୍ନ  ଦିଗ , ସନ୍ତୁଳିତ ଆହାର ଓ ବାଲ୍ୟ ବିବାହ ର କୁପରିଣାମ  ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା  ସହିତ ଶିଶୁ ଜନ୍ମର ଏକ ଘଣ୍ଟା  ସମୟ ମଧ୍ୟରେ  ମା ର ପ୍ରଥମ ଓ ହଳଦିଆ କଷ କ୍ଷୀର ଶିଶୁ କୁ ନିଶ୍ଚୟ   ଦେବା ବିଷୟରେ   ଆଲୋଚନା କରାଯାଉଛି । ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ  ଜିଲ୍ଲାର ସମସ୍ତ ଗ୍ରାମ ଗୁଡିକରେ  ସଚେତନ କରାଇବା ନିମନ୍ତେ  ଆଜି ସମାଜ କଲ୍ଯାଣ ବିଭାଗ ଓ  ପି ଏଚେ ଆର ଏସ  ସଂସ୍ଥା ର ମିଳିତ   ସହଯୋଗରେ  ଏକ  ସଚେତନତା ରଥ  ଜିଲ୍ଲା କାର୍ଯ୍ୟ।ଳୟ  ରୁ  ବାହାରିଛି ।
ଜିଲ୍ଲାପାଳ  ଡଃ ଅଜିତ କୁମାର  ମିଶ୍ର  ଓ ଉପଜିଲ୍ଲାପାଳ  ଅଗ୍ରୱାଲ ଅକ୍ଷୟ ସୁନୀଲି   ମିଳିତ ଭାବରେ ପତାକା ଦେଖାଇ ଏହି ସଚେତନତା ରଥ   ପରିକ୍ରମା  କାର୍ଯ୍ୟ କୁ  ଆରମ୍ଭ କରିଛନ୍ତି  । ଏହି  ସଚେତନତା ରଥ  ଟି ଜିଲ୍ଲାର ଦଶ ଗୋଟି  ବ୍ଲକ ର ସମସ୍ତ ଗ୍ରାମରେ ସ୍ତନ୍ୟପାନ ର ଉପକାରିତା ଉପରେ  ବାର୍ତ୍ତା  ପ୍ରଚାର କରିବ ବୋଲି  ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ   ସ୍ଵର୍ଣ୍ଣଲତା ବିଶ୍ବାସ  ମତବ୍ୟକ୍ତ କରିଛନ୍ତି  ।
ଜିଲ୍ଲା କାର୍ଯ୍ୟାଳୟ ର  ହୋଇଥିବା ଏହି ସଚେତନତା ରଥ ର   ଉଦଘାଟନୀ  ସମାରୋହରେ ସହାୟକ  ସମାଜ କଲ୍ଯାଣ ଅଧିକାରୀ  ନରହରି ସିଂ , ଖଣ୍ଡିୟ ବନ ଅଧିକାରୀ,  ମଗର ଧନଜି ରାଓସ , କ୍ରିଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ,ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ଶିଶୁସୁରକ୍ଷା ଅଧିକାରୀ  ସୁରେଶ କୁମାର ପଟ୍ଟନାୟକ , ଆକ୍ସନଏଡ ସଂସ୍ଥା ର ଜିଲ୍ଲା ପରାମର୍ଶ ଦାତା ଫକିର ଚରଣ ରାଉତ, ଚାଇଲ୍ଡ ଲାଇନ ସଂଯୋଜକ ରବୀନ୍ଦ୍ର ପ୍ରଧାନ  , ତ୍ରିପତି ବାଲାଜି ସାହୁ , ସସ୍ମିତା ମହାନ୍ତି , ବିଶ୍ଵଜିତ ମହାନ୍ତି , ସୁକାନ୍ତ ପାତ୍ର , ତୃପ୍ତି ମହାପାତ୍ର , ପ୍ରଜ୍ଞା ଲିଷ୍ପା ସ୍ଵାଇଁ , ସୁଜିତ କୁମାର ସୁନା ,ଯୋସ୍ନ।ରାଣୀ ଚୌଧୁରୀ , ବନ୍ଧନା ଖାକା , କୁସୁମିତା ଦୀପ, ମାନସ ରଞ୍ଜନ କଟା ଓ ଅନ୍ୟଅଧିକାର ମାନେ ଉପସ୍ଥିତ ଥିଲେ ।

Comments are closed.