Odisha news

ଅଙ୍ଗନବାଡି କର୍ମୀ ଙ୍କ ଅକାଳ ବିୟୋଗ।

ନବରଙ୍ଗପୁର (କେ.ସାକିଲି ଦୋରା)—ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ସମନ୍ୱିତ ଶିଶୁ ବିକାଶ ର ଅନ୍ତର୍ଗତ ବିଞ୍ଜିଲି ପଞ୍ଚାୟତ ର ଡଙ୍ଗରିଗୁଡା ଅଙ୍ଗନବାଡି କେନ୍ଦ୍ର ର କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଶ୍ରୀମତୀ ମଞ୍ଜରୀ ରନ୍ଧାରୀ ଙ୍କ ଆଜି ଜଗଦଲପୁର(ଛତିଶଗଡ଼)ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଶ୍ରୀମତି ରନ୍ଧାରୀ ଡଙ୍ଗରିଗୁଡା ଅଙ୍ଗନବାଡି ରେ ୨୦୦୯ ମସିହାରେ ଅଙ୍ଗନବାଡି କର୍ମୀ ରୂପେ କାର୍ଯ୍ୟ ରେ ଯୋଗଦାନ କରିଥିଲେ ।ମଞ୍ଜରୀ ଙ୍କୁ ଟିବି ହୋଇଥିଲା ଓ ସେ ଛତିଶଗଡ଼ ର ଜଗଦଲପୁର ର ଏକ ଘରେଇ ହସ୍ପିଟାଲରେ କିଛି ଦିନ ତଳେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ, ବୋଲି ପରିବାର ଲୋକେ କହିଛନ୍ତି ।
ସେ ଆଜି ପର୍ଯ୍ୟନ୍ତ ନିଜ କାମ ଓ ସେବା ପାଇଁ ସ୍ଥାନୀୟ ଲୋକଙ୍କ ପାଖରେ ମନ କିଣିନେଇଛନ୍ତି ବୋଲି ସେଠାକାର ଜନସାଧାରଣ କହିଛନ୍ତି । ଆଜି ଶ୍ରୀମତି ରନ୍ଧାରୀ ଙ୍କ ମୃତ୍ୟୁ ଖବର ରେ କୋଷାଗୁମୁଡ଼ା ର CDPO ନିବାସିନୀ ବିଶ୍ୱାଳ ଓ ଉକିୟାପାଲି ସେକ୍ଟେର ସୁପ୍ରଭାଇସର ଙ୍କ ସହ ୮ଜଣ ଅଙ୍ଗନବାଡି କର୍ମୀ ଶେଷ କୃତ ଠାରେ ଯୋଗଦେଇଥିଲେ । ଶ୍ରୀମତି ରନ୍ଧାରୀ ଙ୍କ ଵିୟୋଗରେ ସ୍ତାନୀୟ ଅଞ୍ଚଳରେ ଏକ ଶୋକ ର ମହଲ ସୃଷ୍ଟି ହୋଇଛି । ନିଜ କାମରେ ଅଫିସ ଓ ସ୍ତାନୀୟ ଲୋକଙ୍କ ମନରେ ଏକ ସ୍ମୃତି ହୋଇ ରୋହିଯାଇଛନ୍ତି, ମଞ୍ଜରୀ ବୋଲି CDPO ନିବାସିନୀ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି ।

Comments are closed.