Odisha news

ଯାଦବ ମହାସଭା ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅମ୍ଳଜାନ ଉତ୍ପାଦକ ମେସିନ ପ୍ରଦାନ

ତିହିଡି : ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ତିହିଡି ଗୋଷ୍ଠୀ କେନ୍ଦ୍ରକୁ ବୁଧବାର ଦିନ ଏକ ଅମ୍ଳଜାନ ଉତ୍ପାଦକ ମେସିନ(ଅକ୍ସିଜେନ କନସନଷ୍ଟେଟର) ପ୍ରଦାନ କରାଯାଇଛି । ମେଡିକାଲ ଅଫିସର ଡା.ଶୁଭକାନ୍ତ ଓଝା, କୋଭିଡ କୋଅଡିନେଟର ବିପ୍ଳବ ରଞ୍ଜନ ପତି, ଫାର୍ମାସିଷ୍ଟ ସଞ୍ଜୟ ନାୟକଙ୍କ ଉପସ୍ଥିତିରେ ଏହାକୁ ପ୍ରଦାନ କରାଯାଇଥିଲା । ଶୁଭକାନ୍ତ ପରିଡାଙ୍କ ପ୍ରଦତ୍ତ ଏହି ମେସିନ ଅମ୍ଳଜାନ ଅଭାବ ପୂରଣ କରିବାରେ ସହାୟକ ହେବ ବୋଲି ମହାସଭାର ଜିଲ୍ଲା ଯୁବ ସଭାପତି ରବି ନାରାୟଣ ଖିଲାର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା, ସଂପାଦକ ସନ୍ତୋଷ କୁମାର ଦାସ. ଉପସଭାପତି ସଞ୍ଜିବ ନାୟକ, ତିହିଡି ବ୍ଲକ ସଭାପତି ହରିଶ୍ଚନ୍ଦ୍ର ବାରିକ, ଜିଲ୍ଲା ସଂଯୋଜକ କୃଷ୍ଣ ଚନ୍ଦ୍ର ବେହେରା, ସରପଞ୍ଚ ଅମର ଦାସ, ସମିତିସଭ୍ୟଙ୍କ ପ୍ରତିନିଧି ଅନିରୁଦ୍ଧ ବାରିକ, ସର୍ବେଶ୍ୱର ଦାସ, ନରେନ୍ଦ୍ର ବାରିକ, ପ୍ରତାପ ମହାକୁଡ, ଶଶିକାନ୍ତ ଦାସ, ନାରାୟଣ ପୃଷ୍ଟି ଓ ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେ ମହାସଭା ପକ୍ଷରୁ ସିନେ୍ଦାଳ ହାଇସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା ।

Comments are closed.