Odisha news

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ଯୁବ ମୋର୍ଚ୍ଚା କମିଟି ଗଠନ

ବୋରିଗୁମ୍ମା (କେ.ସାକିଲି ଦୋରା)–ଜୟପୁର ବିଜେପି କାଯ୍ୟଳୟ ଠାରେ   ଭାରତୀୟ ଜନତା ଦଳ ଯୁବମୋର୍ଚା ର କମିଟି ଗଠନ ହଇଯାଇଛି l ସାଙ୍ଗଠନିକ ପ୍ରକ୍ରିୟାରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି  ଇରାଶିଷ ଆଚାର୍ଯ୍ୟ ଓ ଜିଲ୍ଲା ସଭାପତି  ସୁମନ୍ତ ପ୍ରଧାନ ଙ୍କ ଅନୁମୋଦ କ୍ରମେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି  ସାବନ ମହାନ୍ତି ଙ୍କ ନେତୃତ୍ୱ ରେ ଜିଲ୍ଲା ସଙ୍ଗଠନ ର ନାମ ଘୋଷଣା କରାଗଲା।ଏହି ଅବସରରେ କୋରାପୁଟ ଜିଲ୍ଲା ଯୁବମୋର୍ଚ୍ଚା ପ୍ରଭାରୀ ଶ୍ରୀ ସନ୍ତୋଷ ମହାପାତ୍ର,ରାଜ୍ୟ ସ୍ଥାୟୀ ସଦସ୍ୟ ଶ୍ରୀ ଗୌତମ ସାମନ୍ତରାୟ, ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ଶ୍ରୀ ବିପଦ ଭଞ୍ଜନ ଦାସ,ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ବୈଦ୍ୟନାଥ ମିଶ୍ର ଓ  ମଣ୍ଡଳ ସଭାପତି ଶ୍ରୀ ସାଧୁ ଚରଣ ଦାଶ ଚୌଧୁରୀ ମଞ୍ଚାସିନ ଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ସାଧାରଣ ସମ୍ପାଦକ ଶ୍ରୀ ରାଧାଶ୍ୟାମ ପରିଡା,ରାମୁ ବେହେରା ଓ  ବିଜେପି ଦଳର କାର୍ଯ୍ୟକର୍ତା ବହୁପରିମାଣରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି l

Comments are closed.