ନୂଆପଡା-୨୨/୭ ସକାଳ ଖବର (ସୁରେନ୍ଦ୍ର ପ୍ରସାଦ ତିୱାରି) ସୁବର୍ଣ୍ଣଶ୍ରୀ ପ୍ରକାଶନୀ ତରଫରୁ ୱେବିନାରରେ ମାସିକ କବିତା ଆସର “ବନ୍ଧନ” ଆୟୋଜିତ ହୋଇ ଯାଇଛି ।ପ୍ରାବନ୍ଧିକ ତଥା ସମାଲୋଚକ ଡ. ରମାକାନ୍ତ ବେହେରା ଆନୁଷ୍ଠାନିକ ଭାବେ କବିତା ଆସରକୁ ଉଦଘାଟନ କରି ଥିଲେ । ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ମିଶ୍ରଙ୍କ ସଂସ୍କୁତ ଶ୍ଲୋକ ଉପସ୍ଥାପନ ପରେ କବିତା ଆସର ଆରମ୍ଭ ହୋଇ ଥିଲା । ରାଜ୍ୟର ୧୦ଟି ଜିଲ୍ଲାର ୩୦ ଜଣ କବି କବିୟତ୍ରୀ ଯୋଗଦାନ କରି ସ୍ବରଚିତ କବିତା ପାଠ କରି ଥିଲେ ।
କବିତା ଆସର ଆରମ୍ଭରେ ସୁବର୍ଣ୍ଣଶ୍ରୀ ପ୍ରକାଶନୀର ପ୍ରତିଷ୍ଠାତା ସଂପାଦକ କାଳୀପଦ ପଣ୍ତା ସୁବର୍ଣ୍ଣୀର ଉଦ୍ଦେଶ୍ୟ ଜ୍ଞାପନ କରି ଥିଲେ ।ପରେ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ, କବି ରାଜୀବ ପାଣି, କବୀ ସୌରିନ୍ଧ୍ରୀ ସାହୁ, କବୀ ନର୍ମଦା ନୀଲୋତ୍ପଳା, କବି ପିନାକୀ ମିଶ୍ର, ଡ.ଜଗତବନ୍ଧୁ ଆଚାର୍ଯ୍ୟ, କବି ରଞନ କୁମାର ବାଗ, କବି କିଶୋର ମିଶ୍ର, କବି ସୁରଞନ ପାତ୍ର, କବି ସରୋଜ କୁମାର ଦାସ, କବୀ ଶ୍ରୀମତୀ ଯଶୋଧାରା ଦାସ,ଡ.ଅସୀମା ସାହୁ,ଡ.ଦିପ୍ତୀମୟୀ ବେହେରା,କବି ଅବନୀକାନ୍ତ ଗିରି,ଡା.କୁମାର ଗୋପାଲ,ଡ.ପୁଷ୍ପଲତା ରଥ,କବୀ ନିହାରୀକା ରଥ,କବୀ ଗୀତାଞଳି କର, କବୀ ସ୍ବାଗତିକା ବାହିନୀପତି, କବି କାଳୀପଦ ପଣ୍ତା ,ଡ.ଗୀତାଶ୍ରୀ ପ୍ରିୟମ୍ବଦା ପ୍ରମୁଖ ସ୍ବରଚିତ କବିତା ପାଠ କରି ଥିଲେ । ନୂଆପଡା ଜିଲ୍ଲା ଖଡିଆଳ ଅଟୋନମସ୍ କଲେଜର ଅଧ୍ୟାପିକା କବୀ ଡ. ଗୀତାଶ୍ରୀ ପ୍ରିୟମ୍ବଦା କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରି ଥିଲେ ।ନୂଆପଡାର ସାମ୍ବାଦିକ ତଥା ଯୁବ ଗାଳ୍ପିକ ମାୟାଧର ସରାଫ ଧନ୍ୟବାଦ ଅର୍ପଣ କରି ଥିଲେ ।

Comments are closed.